Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଜାଗୁଆର୍ସର ପ୍ରଥମ ବିଜୟ

ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଜାଗୁଆର୍ସ ୪୮ ରନରେ ଚିତାସ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାନ୍ଥର୍ସ ୨୦ ଓଭରରେ ୪ ଉଇକେଟ ହରାଇ ୧୬୯ ରନ କରିଥିବାବେଳେ ଚିତାସ ଇନିଂସ ୧୨୧/୯ରେ ସୀମିତ ରହିଥିଲା। ଚଳିତ ଲିଗ୍‌ରେ ୫ ମ୍ୟାଚରୁ ଜାଗୁଆର୍ସର ଏହା ପ୍ରଥମ ବିଜୟ। ଦଳ କ୍ରମାଗତ ୪ ପରାଜୟ ଲଭିବାପରେ ପ୍ରଥମ ବିଜୟ ସ୍ବାଦ ଚାଖିବା ସହ ପଏଣ୍ଟ ଖାତା ଖୋଲିଛି। ଅନ୍ୟପକ୍ଷରେ ଚିତାସ୍‌ର ଏହା ୬ ମ୍ୟାଚରୁ ୩ୟ ପରାଜୟ। ଦଳ ୧୨ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚିତାସ। ଜାଗୁଆର୍ସ ୩୬ ରନରେ ଓପନର ବିଭୁ ମଲିକ(୯)ଙ୍କ ଉଇକେଟ ହରାଇଥିଲେ ହେଁ ସାମସୁଲ ଖାଁଙ୍କ ଅର୍ଦ୍ଧଶତକ ଏବଂ ଗିରିଜା ରାଉତ ଓ ଅଭିଜିତ ବାରିକଙ୍କ ଉପଯୋଗୀ ରନ ବଳରେ ୧୬୯ ରନର ସମ୍ମାନଜନକ ସ୍କୋର କରିଥିଲା। ୩୫ଟି ବଲ୍‌ ଖେଳିଥିବା ସାମସୁଲ ୧୦ ଚୌକା ଓ ୨ ଛକା ସହାୟତାରେ ବିସ୍ଫୋରକ ୬୨ ରନ କରିଥିଲେ। ଗିରିଜା ୩୩ ବଲ୍‌ରୁ ୩୭(୩ ଚୌକା) ରନରେ ଆଉଟ ହୋଇଥିବାବେଳେ ଅଭିଜିତ ୧୭ ବଲ୍‌ରୁ ଦ୍ରୁତ ୩୩(୩ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ଚିତାସ ବୋଲରଙ୍କ ମଧ୍ୟରେ ମନୋଜ ବାରିକ ୨ଟି ଏବଂ ମୃଣ୍ମୟ ତ୍ରିପାଠୀ ଓ ମନୀଷ ରାଉତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୭୦ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚିତାସ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ଚିତ୍‌ ମାରିଥିଲା। ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ସର୍ବାଧିକ ୩୧(୨୫ ବଲ, ୪ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ସୁମନ ମହାପାତ୍ର ୨୦ ଓ ରାମଚନ୍ଦ୍ର ବେହେରା ୧୭ ରନ ଯୋଗଦାନ ଦେଇଥିଲେ। ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହି ଯାଇଥିଲା। ଚିତାସ ପୂରା ୨୦ ଓଭର ଖେଳିଥିଲେ ହେଁ ୯ ଉଇକେଟ ହରାଇ ୧୨୧ ରନ କରିପାରିଥିଲା। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ନିର୍ବିଶଙ୍କର ବାରିକ ସର୍ବାଧିକ ୪ଟି, ମନୋଜ କାଶ୍ୟପ ୨ଟି ଏବଂ ରାହୁଲ ଚୌଧାରୀ, ରଶ୍ମିରଞ୍ଜନ ସାହୁ ଓ ଲଗ୍ନଜିତ ସାମଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦ୍ରୁତ ଇନିଂସ ଖେଳି ଜାଗୁଆର୍ସକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାମସୁଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri