Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଜାଗୁଆର୍ସର ପ୍ରଥମ ବିଜୟ

ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ଜାଗୁଆର୍ସ ୪୮ ରନରେ ଚିତାସ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାନ୍ଥର୍ସ ୨୦ ଓଭରରେ ୪ ଉଇକେଟ ହରାଇ ୧୬୯ ରନ କରିଥିବାବେଳେ ଚିତାସ ଇନିଂସ ୧୨୧/୯ରେ ସୀମିତ ରହିଥିଲା। ଚଳିତ ଲିଗ୍‌ରେ ୫ ମ୍ୟାଚରୁ ଜାଗୁଆର୍ସର ଏହା ପ୍ରଥମ ବିଜୟ। ଦଳ କ୍ରମାଗତ ୪ ପରାଜୟ ଲଭିବାପରେ ପ୍ରଥମ ବିଜୟ ସ୍ବାଦ ଚାଖିବା ସହ ପଏଣ୍ଟ ଖାତା ଖୋଲିଛି। ଅନ୍ୟପକ୍ଷରେ ଚିତାସ୍‌ର ଏହା ୬ ମ୍ୟାଚରୁ ୩ୟ ପରାଜୟ। ଦଳ ୧୨ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚିତାସ। ଜାଗୁଆର୍ସ ୩୬ ରନରେ ଓପନର ବିଭୁ ମଲିକ(୯)ଙ୍କ ଉଇକେଟ ହରାଇଥିଲେ ହେଁ ସାମସୁଲ ଖାଁଙ୍କ ଅର୍ଦ୍ଧଶତକ ଏବଂ ଗିରିଜା ରାଉତ ଓ ଅଭିଜିତ ବାରିକଙ୍କ ଉପଯୋଗୀ ରନ ବଳରେ ୧୬୯ ରନର ସମ୍ମାନଜନକ ସ୍କୋର କରିଥିଲା। ୩୫ଟି ବଲ୍‌ ଖେଳିଥିବା ସାମସୁଲ ୧୦ ଚୌକା ଓ ୨ ଛକା ସହାୟତାରେ ବିସ୍ଫୋରକ ୬୨ ରନ କରିଥିଲେ। ଗିରିଜା ୩୩ ବଲ୍‌ରୁ ୩୭(୩ ଚୌକା) ରନରେ ଆଉଟ ହୋଇଥିବାବେଳେ ଅଭିଜିତ ୧୭ ବଲ୍‌ରୁ ଦ୍ରୁତ ୩୩(୩ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ଚିତାସ ବୋଲରଙ୍କ ମଧ୍ୟରେ ମନୋଜ ବାରିକ ୨ଟି ଏବଂ ମୃଣ୍ମୟ ତ୍ରିପାଠୀ ଓ ମନୀଷ ରାଉତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୭୦ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚିତାସ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ଚିତ୍‌ ମାରିଥିଲା। ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ସର୍ବାଧିକ ୩୧(୨୫ ବଲ, ୪ ଚୌକା, ୧ ଛକା) ରନ ସ୍କୋର କରିଥିଲେ। ସୁମନ ମହାପାତ୍ର ୨୦ ଓ ରାମଚନ୍ଦ୍ର ବେହେରା ୧୭ ରନ ଯୋଗଦାନ ଦେଇଥିଲେ। ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଦଳ ବିଜୟ ଲକ୍ଷ୍ୟଠାରୁ ବହୁ ଦୂରରେ ରହି ଯାଇଥିଲା। ଚିତାସ ପୂରା ୨୦ ଓଭର ଖେଳିଥିଲେ ହେଁ ୯ ଉଇକେଟ ହରାଇ ୧୨୧ ରନ କରିପାରିଥିଲା। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ନିର୍ବିଶଙ୍କର ବାରିକ ସର୍ବାଧିକ ୪ଟି, ମନୋଜ କାଶ୍ୟପ ୨ଟି ଏବଂ ରାହୁଲ ଚୌଧାରୀ, ରଶ୍ମିରଞ୍ଜନ ସାହୁ ଓ ଲଗ୍ନଜିତ ସାମଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦ୍ରୁତ ଇନିଂସ ଖେଳି ଜାଗୁଆର୍ସକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାମସୁଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri