ସରକାରଙ୍କ ସହ ଆଲୋଚନା ବିଫଳ: ବଡ ନିଷ୍ପତ୍ତି ନେଲେ ମିଲର, ମୁଣ୍ଡରେ ହାତ ଦେଲେ ଚାଷୀ

ଭୁବନେଶ୍ୱର,୫ା୧: ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ ଦାବି ପୂରଣ ନେଇ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସାରା ରାଜ୍ୟରେ ଚାଉଳ କଳ ପରିଚାଳନା ବନ୍ଦ ରହିବ ବୋଲି ସଂଘ ଘୋଷଣା କରିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହ ଅନୁଷ୍ଠିତ ବୈଠକ ଅମୀମାଂସିତ ରହିବା ପରେ ମିଲର ସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ସଂଘ ପକ୍ଷରୁ କରାଯାଇଥିବା ମୁଖ୍ୟ ଦାବିଗୁଡ଼ିକ ହେଉଛି, ୨୦୨୩-୨୪ ଓ ୨୦୨୪-୨୫ ଖରିଫ୍ ଋତୁ ପାଇଁ ରକ୍ଷଣାବେକ୍ଷଣ ଶୁଳ୍କ ପ୍ରଦାନ, କଷ୍ଟମ ମିଲିଂ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରାଶି, ୪୦ କିଲୋମିଟରରୁ ଅଧିକ ଦୂରତା ପାଇଁ ପରିବହନ ଖର୍ଚ୍ଚର ସଂଶୋଧନ, ଅରୁଆ ଚାଉଳ କ୍ଷେତ୍ରରେ ୧ ପ୍ରତିଶତ ‘ଡ୍ରାଇଏଜ୍’ ବ୍ୟବସ୍ଥାର ପୁନଃ ପ୍ରଚଳନ କରିବା।

ଏଥିସହିତ ମିଲରମାନେ ଚେତାବନୀ ଦେଇଛନ୍ତି ଯେ, ସରକାରୀ ସ୍ତରରେ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନପାଇବା ପର୍ଯ୍ୟନ୍ତ ସମସ୍ତ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। ପୂର୍ବରୁ ନଭେମ୍ବର ଓ ଡିସେମ୍ବରରେ ମୌଖିକ ପ୍ରତିଶ୍ରୁତି ପାଇ ସେମାନେ କାର୍ଯ୍ୟ ଆରମ୍ଭ କରିଥିଲେ, ମାତ୍ର ୫ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି ସରକାରୀ ଆଦେଶନାମା ଜାରି କରାଯାଇ ନାହିଁ।

ଅପରପକ୍ଷରେ, ଖାଦ୍ୟ ଯୋଗାଣ ବିଭାଗ କହିଛି ଯେ ସେମାନେ ମିଲରଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଏହାର ସମାଧାନ ପାଇଁ ଅଧିକ ସମୟ ମାଗିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ, ସେଥିପାଇଁ ବିଭାଗ ଚେଷ୍ଟା କରୁଥିବା ଜଣାଇଛି।

ମିଲରଙ୍କ ଏହି ନିଷ୍ପତ୍ତି ଯୋଗୁଁ ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଧାନ ବିକ୍ରି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri