ହାଇସ୍କୁଲରେ ୧,୦୬୧ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିଭଳି କରିବେ ଆବେଦନ…

ଭୁବନେଶ୍ୱର,୧୫।୩(ଅସମାପିକା ସାହୁ): ରାଜ୍ୟରେ ଖାଲି ପଡ଼ିଥିବା ୧୦୬୧ ପୋଷ୍ଟ ଗ୍ରାଜୁଏଟ୍‌(ସ୍ନାତକୋତ୍ତର) ଶିକ୍ଷକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ହାଇସ୍କୁଲ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଷ୍ଟାଫ୍‌ ସିଲେକ୍ସନ କମିଶନ(ଏସ୍‌ଏସ୍‌ସି) ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯାଉଅଛି। ଏହି ପଦବୀ ପାଇଁ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ମଧ୍ୟରେ ଦରମା ପ୍ରଦାନ କରାଯିବ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଷ୍ଟାଫ୍‌ ସିଲେକ୍ସନ ବୋର୍ଡର ଉପଲବ୍ଧ ୱେବ୍‌ସାଇଟ www.ssbodisha.ac.in କୁ ଯାଇ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଆସନ୍ତା ୧୮ ତାରିଖ ଅପରାହ୍ନ ୧ ଟାରୁ ୧୮ ଏପ୍ରିଲ ରାତି ୧୧.୪୫ ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ। ସବିଶେଷ ବିବରଣୀ ପାଇଁ ଉପରୋକ୍ତ ୱେବ୍‌ସାଇଟ୍‌କୁ ପରିଦର୍ଶନ କରିବାକୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ କୁହାଯାଇଛି।