ମାଛଚାଷରେ ଓଡ଼ିଶାର ସ୍ଥାନ ଚତୁର୍ଥ

ମାଲକାନଗିରି,୨୨ା୧୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦର ମହକୁମା ମୁଣ୍ଡାଗୁଡାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ସୋମବାର ବିଶ୍ୱ ମତ୍ସ୍ୟ ଦିବସ ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ୍‌ଙ୍କ ଅଧ୍ୟକ୍ଷତାରେ ଅନୁ୍‌ଷ୍ଠିତ ହୋଇଯାଇଛି। ଏଥିରେ ଲିଡ ବ୍ୟାଙ୍କ ଜିଲା ପରିଚାଳକ ନରସିଂହ ପାଢୀ, ନାବାର୍ଡ ଜିଲା ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ବେଉରିଆ, କୃଷି ବିଜ୍ଞାନକେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ନିଗମାନନ୍ଦ ବେହେରା, ବୈଜ୍ଞାନିକ ଆଶିଷ ମହାପାତ୍ର, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ୟୁ.ଏସ୍‌.ପି. ଶତପଥୀ, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ ଗୌଡ, ପରିବେଶବିତ୍‌ ଦୁର୍ଯ୍ୟୋଧନ ପାତ୍ରଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ମତ୍ସ୍ୟ ଚାଷୀ ଉପସ୍ଥିତ ଥିଲେ। ଆଜିର ଦିବସ ମତ୍ସ୍ୟ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଆମ ରାଜ୍ୟରେ ମାଛର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ପୃଥିବୀରେ ଚୀନ୍‌ ମାଛ ଚାଷରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆମ ଦେଶ କଥା ଆକଳନ କଲେ ଆନ୍ଧ୍ରପ୍ରଦେଶ ମାଛ ଚାଷରେ ପ୍ରଥମ ହୋଇଥିବା ବେଳେ ଓଡିଶା ଚତୁର୍ଥ ସ୍ଥାନରେ ରହିଛି। ଆନ୍ଧ୍ର ଆମ ରାଜ୍ୟର ପ୍ରତି ଜିଲାକୁ ପ୍ରତେହ ମାଛ ରପ୍ତାନି କରି ଆମ ଚାହିଦା ପୂରଣ କରୁଛି ବୋଲି ଜିଲା ମତ୍ସ୍ୟ ଅଧିକାରୀ ନରସିଂହ ମୁଣ୍ଡ୍‌ କହିଥିଲେ।
ମାଛ ଚାଷର ଉନ୍ନତି ପାଇଁ ଓଡିଶାରେ ୨୦୧୮ରେ ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯାଇ ପଞ୍ଚାୟତ ପୋଖରୀଗୁଡିକୁ ମାଛ ଚାଷ ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୫ ବର୍ଷ ଲିଜ୍‌ ସୂତ୍ରରେ ପ୍ରଦାନ କରାଯାଉଛି। ମତ୍ସ୍ୟ ଚାଷୀଙ୍କୁ ଆବଶ୍ୟକ ଯନ୍ତ୍ରପାତି, ଅନ୍ୟ ସରଞ୍ଜାମର ବହୁଳ ବ୍ୟବହାର ଲାଗି ସ୍ବତନ୍ତ୍ର ପ୍ରୋତ୍ସାହନ, ନୂତନ ପଦ୍ଧତିରେ ମାଛ ଚାଷ କରି ଦ୍ୱିଗୁଣିତ ଲାଭବାନ, ମତ୍ସ୍ୟ ଜାଆଁଳ ଉତ୍ପାଦନ, ମାଛ ଚାଷ ପାଇଁ ନୂତନ ପୋଖରୀ ଖନନ ପାଇଁ ସରକାର ଆଥିକ ସହ ଯୋଗ, ବ୍ୟାଙ୍କ ଋଣ, ବୈଷୟିକ ଜ୍ଞାନ କୌଶଳ, ମତ୍ସ୍ୟ ବୃଦ୍ଧି ପାଇଁ ଖାଦ୍ୟ, ରୋଗମୁକ୍ତ ପାଇଁ ଔଷଧ ଆଦି ଯୋଗାଇ ସରକାର ଦେଇ ଆସୁଛନ୍ତି। ଏହା ସତ୍ୱେ ମତ୍ସ୍ୟ ଚାଷୀମାନେ ଅଧିକ ଉତ୍ପାଦନକ୍ଷମ ହୋଇ ନ ଥିବାରୁ ଆନ୍ଧ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଆମ ରାଜ୍ୟକୁ ମାଛ ଯୋଗାଉଛି। ମାଲକାନଗିରି ଜିଲାର ମହିଳା ଏବଂ ପୁରୁଷ ମତ୍ସ୍ୟ ଚାଷୀ, ସ୍ବୟଂ ସହାୟକ ଗୋଷ୍ଠୀ କିପରି ଉନ୍ନତମାନର ମାଛ ଚାଷ କରି ନିଜେ ଲାଭବାନ ହେବା ସହ ଜିଲାରେ ମାଛ ଉତ୍ପାଦନ ବୃଦ୍ଧି କରି ଆନ୍ଧ୍ରରୁ ଆସୁଥିବା ମାଛକୁ ରୋକି ପାରିବେ ସେଥିପାଇଁ ସଚେତନ ହେବା ଆବଶ୍ୟକ ବୋଲି ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ମାଛ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ସହକାରୀ ଜିଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri