‘ମୋଦିଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ’

ଭୁବନେଶ୍ୱର,୨୭।୩: ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନରୁ ଲଢ଼ିବେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ବୁଧବାର ସେ ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖି ଅପରାଜିତା କହିଛନ୍ତି, ବିଗତ ୫ ବର୍ଷ ହେଲା ମୁଁ ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ । ମୋଦୀଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ ବୋଲି ଅପରାଜିତା କହିଛନ୍ତି ।
ସେହିପରି ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସମ୍ପୃକ୍ତ ମହିଳା ବି ବିଭିନ୍ନ ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।  ଏହାଛଡ଼ା ବିଜେଡି ଉଦ୍ଦେଶ୍ୟରେ ଅପରାଜିତା ଚର୍ଚ୍ଚିତ ଗବର ସିଂ ଡାଏଲଗ ବି କହିଛନ୍ତି । ଯୋ ଡରଗୟା, ୱ ମରଗୟା(ଯିଏ ଡରିଗଲା ସିଏ ମରିଗଲା) ବୋଲି କହି ଅପରାଜିତା କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା ପରେ ଅପରାଜିତା ଆଜି ରାଜଧାନୀରେ ବିଶାଳ ପଦଯାତ୍ରା କରିବେ। ଏହସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଏହି ପଦଯାତ୍ରା ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯିବେ । ସେଠାରେ ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ସେ ଆଶୀର୍ବାଦ ନେବେ । ଏହି ପଦଯାତ୍ରାରେ ବହୁ ଦଳୀୟ କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।