ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ

କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ଭାଜପା,ବିଜେଡିର ଟିକେଟ ଆଶାୟୀ ସଂଶୟରେ ପଡ଼ିଯାଇଛନ୍ତି। ୨୦୧୯ରେ ଏଠାରୁ ଭାଜପା ପ୍ରାର୍ଥୀ ଶଙ୍କର ଓରାମ ବିଜୟ ଲାଭ କରିଥିଲେ। କିନ୍ତୁ ପ୍ରାୟ ୪ ବର୍ଷ ହେବ ସେ ନିର୍ବାଚନ ମଣ୍ଡଳୀରେ ବିଶେଷ କିଛି କାର୍ଯ୍ୟକ୍ରମ କରି ନ ଥିବା ବେଳେ ଗତ ବର୍ଷେ ହେଲା ପୁରା ଦମରେ ଦଳୀୟ କର୍ମୀଙ୍କୁ ଏକଜୁଟ କରି ସଂଗଠନ ବଢାଉଛନ୍ତି। ତେବେ ବିଧାୟକ ଦୀର୍ଘ ୪ ବର୍ଷ ନୀରବ ରହିବା କାରଣରୁ ଦଳ ପଞ୍ଚାୟତ ନିର୍ବାଚନରେ ସଫଳତା ପାଇ ପାରିଲା ନାହିଁ ବୋଲି ଭାଜପାର କେତେକ ସ୍ଥାନୀୟ ନେତା ତାଙ୍କୁ ଦାୟୀ କରୁଛନ୍ତି। ଅନ୍ୟ ପକ୍ଷରେ ଭାଜପା ଓ ବିଜେଡି ମେଣ୍ଟ ହେଲେ ଆସନ ବୁଝାମଣାରେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ଭାଗରେ ରହିବ ବୋଲି ଶଙ୍କରଙ୍କ ଅନୁଗତମାନେ ଜୋର୍‌ ଦେଉଛନ୍ତି। ଆସନ ବୁଝାମଣାରେ ଯଦି ଏହି ଆସନଟି ଭାଜପା ଭାଗରେ ରହେ ତେବେ ତାଙ୍କୁ ପୁଣି ଏଠାରୁ ଦଳୀୟ ଟିକେଟ ମିଳିବ ବୋଲି ଶଙ୍କର ଦୃଢ଼ ଆଶାବାଦୀ ଅଛନ୍ତି। ଶଙ୍କର ଯଦି ଟିକେଟ ପାଆନ୍ତି ତେବେ ତାଙ୍କୁ ବିରୋଧ କରୁଥିବା ନେତାଙ୍କ ପାଇଁ କଂଗ୍ରେସ ଦଳ ହିଁ ସାହା ହୋଇପାରେ କିମ୍ବା ସେମାନେ ସ୍ବାଧୀନଭାବେ ଲଢ଼ିପାରନ୍ତି ବୋଲି ଆଲୋଚନା ଚାଲିଲାଣି। ସେହିପରି ବିଜେଡିରେ ଅଧିକାଂଶ ଆଶାୟୀ ଏବେ ସଂଶୟରେ ଅଛନ୍ତି। ଆସନ ବୁଝାମଣା ହେଲେ ସେମାନଙ୍କର ବର୍ଷ ବର୍ଷର ପ୍ରଚେଷ୍ଟା ବିଫଳ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିଲେ ବି ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିବାରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ଟିକେଟକୁ ନେଇ ଭାଳେଣି ପଡ଼ିଛି। ଏବେ ଏହି ନିର୍ବାଚନ ମଣ୍ଡଳୀର ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା,ନୂଆଗାଁ ଓ ବିଶ୍ରା ସମସ୍ତ ୩ ଟି ବ୍ଲକରେ ବିଜେଡି ପଞ୍ଚାୟତ ସମିତି ଗଠନ କରିଛି। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ଥିବା ୬ ଟି ଜିଲା ପରିଷଦ ଜୋନ ମଧ୍ୟରୁ ୫ଟିରେ ବିଜେଡି ଓ ଗୋଟିଏରେ ଭାଜପା ଥିଲା ବେଳେ କଂଗ୍ରେସ ଦଳ ଗୋଟିଏରେ ବି ଖାତା ଖୋଲି ପାରି ନାହିଁ। ମୋଟାମୋଟି ଦେଖିବାକୁ ଗଲେ କଂଗ୍ରେସ ଦଳରେ ଏଠାରୁ କେହି ଆଖିଦୃଶିଆ ଆଶାୟୀ ପ୍ରାର୍ଥୀ ନ ଥିଲା ବେଳେ ଉଭୟ ଭାଜପା ଓ ବିଜେଡିରେ ମାଳମାଳ ଆଶାୟୀ। କିନ୍ତୁ ମେଣ୍ଟ କଥା ସ୍ପଷ୍ଟ ହେଉ ନ ଥିବାରୁ ତାହା ସ୍ଥାନୀୟ ନେତାଙ୍କୁ ଆଶଙ୍କାରେ ପକାଇଥିବା ନେଇ କେତେକେ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri