ବଡ଼ ସୂଚନା; ଘୋଷଣା ହେଲା ପୋଲିସ SI ପରୀକ୍ଷା ତାରିଖ

ଭୁବନେଶ୍ୱର,୨୫।୧୧:  ଦୀର୍ଘଦିନ ଧରି ପୋଲିସ SI ପରୀକ୍ଷାକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ ପୋଲିସ ସବ୍‌-ଇନ୍ସପେକ୍ଟର (SI) ପରୀକ୍ଷା ।

ପରୀକ୍ଷାର ସମୟସୂଚୀ ଅନୁସାରେ, ଡିସେମ୍ବର ୨୬ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂରେ ଲାଙ୍ଗୁଏଜ୍‌ ପରୀକ୍ଷା ଏବଂ ଦ୍ୱିତୀୟ ସିଟିଂରେ ଜେନେରାଲ୍‌ ଷ୍ଟଡିଜ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଡିସେମ୍ବର ୨୬ ତାରିଖ ସକାଳ ୧୦ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂରେ ଲାଙ୍ଗୁଏଜ୍‌ ପରୀକ୍ଷା ହେବ। ସେହିଦିନ ଦ୍ୱିତୀୟ ସିଟିଂରେ ଜେନେରାଲ୍‌ ଷ୍ଟଡିଜ୍‌ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଅପରାହ୍ନ ୧ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ।

ଡିସେମ୍ବର ୨୭ ତାରିଖରେ କେବଳ ଷ୍ଟେସନ ଅଫିସର (ଫାୟାର ସର୍ଭିସ୍‌) ପଦବୀ ପାଇଁ ପରୀକ୍ଷା ହେବ । ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ୨୭ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଷ୍ଟେଶନ ଅଫିସର ପରୀକ୍ଷା ଚାଲିବା ନେଇ ସୂଚନା ରହିଛି ।

 

Dharitri – Odisha’s No.1 Odia Daily

Share