ମହାଭାରତ କହୁଥିଲେ ପ୍ରଦୀପ ପୁରୋହିତ, ଚିଡିଗଲେ ଓମ ବିର୍ଲା, କହିଦେଲେ ଏମିତି…

ନୂଆଦିଲ୍ଲୀ,୨।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଶୁକ୍ରବାର ଗୃହ ପରିଚାଳନା ସମୟରେ ଜଣେ ଓଡ଼ିଆ ଭାଜପା ଏମପିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ହିନ୍ଦୁ ମହାକାବ୍ୟ ମହାଭାରତର କାହାଣୀ ଗୃହରେ ବହୁତ କୁହାଯାଉଛି। ଏଠାରେ ଏସବୁର ଉଦାହରଣ ଦିଅନ୍ତୁ ନାହିଁ।

କହିରଖୁଛୁ କି, ଓଡ଼ିଶାର ବରଗଡ ଭାଜପା ଏମପି ପ୍ରଦୀପ ପୁରୋହିତ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିବାବେଳେ ଆୟୁର୍ବେଦିକ କଲେଜ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହି ଅଞ୍ଚଳରେ ମିଳୁଥିବା ଔଷଧୀୟ ଜଟିବୁଟିର ପ୍ରାଚୀନକାଳ ସହ ସମ୍ପର୍କକୁ ବର୍ଣ୍ଣନା କରିଥିଲେ। ଏହି ଆଲୋଚନା ସମୟରେ ବିର୍ଲା ପ୍ରଦୀପଙ୍କ ଉପରେ ରାଗି ଯାଇଥିଲେ। ସେ କହିଥିଲେ, କାହାଣୀ କୁହନ୍ତୁନି ପ୍ରଶ୍ନ ପଚାରନ୍ତୁ (ମହାଭାରତ କୁହନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ)। ସେ ଆହୁରି ମଧ୍ୟ କହିଥିଲେ, ଆଜିକାଲି ଏଠାରେ ମହାଭାରତ ଶୁଣେଇବାର କାମ ବହୁତ ଚାଲୁଛି।

ଲୋକ ସଭା ବାଚସ୍ପତିଙ୍କ ବିବୃତ୍ତି ଏମିତି ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୃହରେ ମହାଭାରତ ଦର୍ଶାଇ କହିଥିଲେ ଯେ, ଚାରିଆଡେ ଭୟର ବାତାବରଣ ରହିଛ। ୬ଜଣିଆ ଦଳ ସମଗ୍ର ଦେଶକୁ ଚକ୍ରବ୍ୟୁହର ଫାନ୍ଦରେ ପକାଇଛନ୍ତି। ମହାଭାରତକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଅଭିମନ୍ୟୁ ଚକ୍ରବ୍ୟୁହରେ ମୃତ୍ୟୁବରଣ କରିଛନ୍ତି, ସେହିଭଳି ଭାଜପା ମଧ୍ୟ ଦେଶର ଲୋକଙ୍କୁ ଫାନ୍ଦରେ ପକାଇବା ପାଇଁ ସମାନ ଚକ୍ରବ୍ୟୁହ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାଡ଼ିଲେ ଶତାଧିକ ଛାତ୍ର, ହାତରେ ବ୍ୟାଗ୍‌ ଧରି ୧୦ କିଲୋମିଟର ଚାଲିଲେ

ଝରିଗାଁ,୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ସରକାର କେଜିରୁ ପିଜି ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା…

ଭାରତର ଏହି ସ୍ଥାନରେ ଏଯାଏଁ ପହଞ୍ଚିନି କଳିଯୁଗ? ରହସ୍ୟ ଜାଣିଲେ କାବା ହୋଇଯିବେ…

ନୂଆଦିଲ୍ଲୀ,୬।୮: ହିନ୍ଦୁ ଧର୍ମଶାସ୍ତ୍ରଗୁଡ଼ିକରେ ଚାରୋଟି ଯୁଗ— ତ୍ରେତାୟୁଗ, ସତ୍ୟଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗର ବର୍ଣ୍ଣନା କରାଯାଇଛି। ତିନୋଟି ଯୁଗ ଶେଷ ହୋଇସାରିଛି ଏବଂ ଏବେ ଶେଷ…

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ସ୍ତ୍ରୀକୁ ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ, ଲୋକେ କହିଲେ ୫ଟା ଛୁଆ ପରେ…

ଉତ୍ତରପ୍ରଦେଶ,୬।୮ : ପ୍ରେମ ଦୁଇଟି ହୃଦୟର ମିଳନ ନୁହେଁ, ଏହା ବିଶ୍ୱାସ, ସମ୍ମାନ ଓ ତ୍ୟାଗର ଏକ ସୁନ୍ଦର ଅନୁଭୂତି । ପ୍ରେମରେ ଶବ୍ଦଠାରୁ ଅଧିକ ମୂଲ୍ୟବାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri