ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ ସର୍ବାଧିକ ଦରମା ଭତ୍ତାକୁ ବୃଦ୍ଧି କରି ₹୩,୪୫,୦୦୦ ଟଙ୍କା ନେଉଥିବା ସାଧାରଣ ଲୋକମାନେ ହଜମ କରିପାରି ନାହାନ୍ତି। ଚା ଖଟି ହେଉ କିମ୍ବା ସୋସିଆଲ ମିଡିଆ ସବୁଠି ଏହାକୁ ନେଇ ବିରୋଧାଭାସ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସରକାରୀ ଏବଂ ବିରୋଧୀ ବିଧାୟକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସହିତ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି।

ବିଧାନସଭାରେ ଏହି ବିଲ ପାରିତ ହେଉଥିବା ବେଳେ କମ୍ୟୁନିଷ୍ଟ ପାର୍ଟିର ଏକମାତ୍ର ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ବିରୋଧ କରିଥିଲେ। ବର୍ତ୍ତମାନ ଦରମା ବୃଦ୍ଧିକୁ ନେଇ ସରକାରୀ ଏବଂ ବିରୋଧୀ ବିଧାୟକ ଦ୍ବନ୍ଦରେ ପଡିଥିବା ବେଳେ ଅନେକ ଏହି ବର୍ଦ୍ଧିତ ଦରମାକୁ ନ ନେବାକୁ ଏବଂ କିଛି ଏହାକୁ ଗରିବ ଲୋକଙ୍କୁ ଦାନ କରିବାକୁ କହିଛନ୍ତି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବର୍ଦ୍ଧିତ ଦରମା ଗ୍ରହଣ ନକରିବାକୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଭାଜପା ଓ କଂଗ୍ରେସ ଉଭୟ ତାଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଉଭୟ ଦଳ ଅଭିଯୋଗ କରିଛନ୍ତି ଯେ ନବୀନ ପଟ୍ଟନାୟକ ଉପଯୁକ୍ତ ଫୋରମରେ ଆପତ୍ତି ଉଠାଇବା ପରିବର୍ତ୍ତେ ‘ରାଜନୈତିକ ଡ୍ରାମା’ କରୁଛନ୍ତି।

ବରିଷ୍ଠ BJP ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ୨୪ ବର୍ଷ ଧରି କ୍ଷମତାରେ ଥିବା ଜଣେ ସମ୍ପତ୍ତିଶାଳୀ ନେତା ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏପରି ନିଷ୍ପତ୍ତି ନେଇ ପାରିଥାନ୍ତେ। ସେ ବିଜୁ ପଟ୍ଟନାୟକଙ୍କ ଏକ ଟଙ୍କା ଦରମା ପ୍ରଥାକୁ ମନେ ପକାଇ ପ୍ରଶ୍ନ କରିଛନ୍ତି, “ଏହା କେବଳ ଏକ ଡ୍ରାମା – ରାଜନୈତିକ ନାଟକ।” ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଆଲୋଚନା ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କାହିଁକି ବିଧାନସଭା ବିତର୍କରେ ଭାଗ ନେଲେ ନାହିଁ କିମ୍ବା ଆପତ୍ତି ଉଠାଇଲେ ନାହିଁ।

କଂଗ୍ରେସ ମଧ୍ୟ ସମାନ ଦୃଶ୍ୟ ପ୍ରକାଶ କରିଛି। କଂଗ୍ରେସ ବିଧାୟକ ପବିତ୍ର ସାଉଁଟା କହିଛନ୍ତି, “ଦରମା ବୃଦ୍ଧି ବିଲ୍ ଗୃହରେ ଉପସ୍ଥାପିତ ହେବା ବେଳେ ବିଜେଡିର ମୁଖ୍ୟ ସଚେତକଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ। ବର୍ତ୍ତମାନ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକ ରାଜନୈତିକ ଷ୍ଟଣ୍ଟ କରିବାକୁ ଚାହୁଁଛନ୍ତି।” କଂଗ୍ରେସ ନବୀନଙ୍କୁ ଏହି ‘ନାଟକ’ ବନ୍ଦ କରି ସରକାରଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଛି।

ଏହା ମଧ୍ୟରେ କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଦରମା ବୃଦ୍ଧିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକମାନଙ୍କୁ ସେମାନଙ୍କ ଦରମା ଛାଡ଼ କରିବାକୁ କହିନାହାଁନ୍ତି। ଦ୍ୱିତୀୟରେ, ଦଳ ଦରମା ବୃଦ୍ଧି ଦାବି କରିଥିଲା ଏବଂ ଗୃହରେ ବିଲ୍‌କୁ ସମର୍ଥନ କରିଥିଲା। ତେଣୁ, ଏପରି ନିଷ୍ପତ୍ତିକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ।”

ତେବେ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ସର୍ବାଧିକ ମାସିକ ଦରମା ପାଉଥିବା ବିଧାୟକ ହୋଇଛନ୍ତି ଓଡ଼ିଶାର ବିଧାୟକ। ଓଡ଼ିଶାର ଜଣେ ବିଧାୟକଙ୍କ ମୋଟ ମାସିକ ପ୍ରାପ୍ୟ (ଦରମା ଓ ଭତ୍ତା ମିଶାଇ) ବୃଦ୍ଧି ପାଇ ₹୩,୪୫,୦୦୦ (ତିନି ଲକ୍ଷ ପଇଁଚାଳିଶ ହଜାର ଟଙ୍କା)ରେ ପହଞ୍ଚିଛି।

ଏହି ପ୍ୟାକେଜରେ ମୂଳ ଦରମା ₹୯୦,୦୦୦, ନିର୍ବାଚନମଣ୍ଡଳୀ ଓ ସଚିବାଳୟ ଖର୍ଚ୍ଚ ପାଇଁ ₹୭୫,୦୦୦, ଯାନବାହନ ଭତ୍ତା ₹୫୦,୦୦୦ ଏବଂ ସ୍ଥାୟୀ ଯାତ୍ରା ଭତ୍ତା ₹୫୦,୦୦୦ ସହ ଡାକ୍ତରୀ, ବିଜୁଳି ଓ ଟେଲିଫୋନ୍ ଖର୍ଚ୍ଚ ଆଦି ଅନ୍ତର୍ଭୁକ୍ତ ରହିଛି।

ନୂଆ ଦରମା ବୃଦ୍ଧି ପରେ ଓଡ଼ିଶା, ପୂର୍ବରୁ ଅଧିକ ଦରମା ଦେଉଥିବା ରାଜ୍ୟମାନଙ୍କୁ ପଛରେ ପକାଇ ଦେଇଛି। ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ବିଧାୟକମାନେ ପ୍ରାୟ ₹୨.୫୦ ଲକ୍ଷରୁ ₹୨.୫୨ ଲକ୍ଷ ପର୍ଯ୍ୟନ୍ତ ମାସିକ ପ୍ୟାକେଜ୍ ପାଉଛନ୍ତି। ହରିଆଣାରେ ଏହି ପରିମାଣ ପ୍ରାୟ ₹୨.୨୦ ଲକ୍ଷ ଏବଂ ଉତ୍ତର ପ୍ରଦେଶରେ ₹୧.୮୭ ଲକ୍ଷ ରହିଛି। କର୍ଣ୍ଣାଟକରେ ପ୍ରାୟ ₹୧.୬୦ ଲକ୍ଷ ଏବଂ ରାଜସ୍ଥାନ ଓ ଝାଡ଼ଖଣ୍ଡରେ ₹୧.୫୦ ଲକ୍ଷରୁ ଅଧିକ ମାସିକ ଦରମା ଦିଆଯାଉଛି। ଦିଲ୍ଲୀ (କେନ୍ଦ୍ର ଶାସିତ ଅଞ୍ଚଳ)ରେ ବିଧାୟକଙ୍କ ମାସିକ ଦରମା ପ୍ରାୟ ₹୯୦,୦୦୦ ରହୁଥିବା ବେଳେ କେରଳ ବିଧାୟକଙ୍କୁ ମାସିକ ପ୍ରାୟ ₹୭୦,୦୦୦ ମିଳିଥାଏ, ଯାହା ଦେଶରେ ସର୍ବନିମ୍ନ ମଧ୍ୟରେ ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?