ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର

ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍‌ରେଜ ୍‌ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ ଏ ନେଇ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଜାତୀୟସ୍ତର (ପାନ୍‌ ଇଣ୍ଡିଆ)ରେ ଶିଳ୍ପ ଭାଗୀଦାରି ୮୦,୦୦୦ କୋଟି ଟଙ୍କା ରହିଥିଲାବେଳେ ଏୟାର କଣ୍ଡିଶନର ଓ ରେଫ୍ରିଜରେଟର ବଜାର ଅଂଶ ସର୍ବାଧିକ ରହିଛି। ସେହିଭଳି ଚଳିତ ବର୍ଷର ଗ୍ରୀଷ୍ମଋତୁ (ସମର ସିଜନ)ରେ ବଜାର ଅଂଶ ବିଗତ ବର୍ଷଗୁଡିକଠାରୁ ବେଶ ୍‌ ଉତ୍ସାହଜନକ ଏବଂ ଅଭିବୃଦ୍ଧି ଭିତ୍ତିକ ହୋଇଥିଲାବେଳେ କୁଲିଂ ପ୍ରଡକ୍ଟସର ବଜାର ଅଂଶ ୨୫ରୁ ୩୦% ବୃଦ୍ଧି ଘଟିଛି। ବିଶେଷକରି ବ୍ରାଣ୍ଡ୍‌ର ଚାହିଦା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକ କମ୍ପାନୀର ବଜାର ଅଂଶକୁ ବୃଦ୍ଧି କରାଇବା ସହ ମାକେର୍ଟ ଲିଡର କରାଇପାରିଛି। ସେହିପରି ବ୍ରାଣ୍ଡ୍‌ର ଏୟାର କଣ୍ଡିଶନର (ଏସି), ରେଫ୍ରିିଜରେଟରର ବଜାର ଅଂଶ ୧୦୦% ରହିଥିଲାବେଳେ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ସେହି ପରିମାଣରେ ବଜାର ଅଂଶ ହାସଲ କରିଛି। ଅପରପକ୍ଷରେ ଓଡ଼ିଶା ବଜାରର ଚାହିଦା ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ପୂର୍ବ ଭାରତର ବଜାର ଅଂଶରେ ଓଡ଼ିଶାର ଅଂଶ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଓଡ଼ିଶା ବଜାରକୁ ଅଗ୍ରଣୀ ବଜାର ଭାବେ ବିବେଚିତ କରିବା ସହ ନୂତନ ଉତ୍ପାଦ ଓ ଆଉଟ୍‌ଲେଟ ସମ୍ପ୍ରସାରଣରେ କାରବାର ବୃଦ୍ଧିକୁ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ କମ୍ପାନୀ ୪୫୦ରୁ ୫୦୦ ଆଉଟ୍‌ଲେଟ ଉଭୟ ଏକ୍ସକ୍ଲୁୂସିଭ ଓ ଡିଲରପଏଣ୍ଟ ଜରିଆରେ ରାଜ୍ୟର ପ୍ରମୁଖ ସହର ଏବଂ ଟାୟାର-୨, ଟାୟାର-୩ ବଜାରରେ ଖୋଲିବାକୁ ଯୋଜନା ରହିଥିବା ନନ୍ଦୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri