ଭୁବନେଶ୍ୱର,୨୫।୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍ସେସ୍ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍ରେଜ ୍ ଆପ୍ଲାଏନ୍ସେସ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍ନେସ୍ ହେଡ୍ କମଲ ନନ୍ଦୀ ଏ ନେଇ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଜାତୀୟସ୍ତର (ପାନ୍ ଇଣ୍ଡିଆ)ରେ ଶିଳ୍ପ ଭାଗୀଦାରି ୮୦,୦୦୦ କୋଟି ଟଙ୍କା ରହିଥିଲାବେଳେ ଏୟାର କଣ୍ଡିଶନର ଓ ରେଫ୍ରିଜରେଟର ବଜାର ଅଂଶ ସର୍ବାଧିକ ରହିଛି। ସେହିଭଳି ଚଳିତ ବର୍ଷର ଗ୍ରୀଷ୍ମଋତୁ (ସମର ସିଜନ)ରେ ବଜାର ଅଂଶ ବିଗତ ବର୍ଷଗୁଡିକଠାରୁ ବେଶ ୍ ଉତ୍ସାହଜନକ ଏବଂ ଅଭିବୃଦ୍ଧି ଭିତ୍ତିକ ହୋଇଥିଲାବେଳେ କୁଲିଂ ପ୍ରଡକ୍ଟସର ବଜାର ଅଂଶ ୨୫ରୁ ୩୦% ବୃଦ୍ଧି ଘଟିଛି। ବିଶେଷକରି ବ୍ରାଣ୍ଡ୍ର ଚାହିଦା ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦଗୁଡିକ କମ୍ପାନୀର ବଜାର ଅଂଶକୁ ବୃଦ୍ଧି କରାଇବା ସହ ମାକେର୍ଟ ଲିଡର କରାଇପାରିଛି। ସେହିପରି ବ୍ରାଣ୍ଡ୍ର ଏୟାର କଣ୍ଡିଶନର (ଏସି), ରେଫ୍ରିିଜରେଟରର ବଜାର ଅଂଶ ୧୦୦% ରହିଥିଲାବେଳେ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ସେହି ପରିମାଣରେ ବଜାର ଅଂଶ ହାସଲ କରିଛି। ଅପରପକ୍ଷରେ ଓଡ଼ିଶା ବଜାରର ଚାହିଦା ବେଶ୍ ଉତ୍ସାହଜନକ ରହିଥିଲାବେଳେ ପୂର୍ବ ଭାରତର ବଜାର ଅଂଶରେ ଓଡ଼ିଶାର ଅଂଶ ଯଥେଷ୍ଟ ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଓଡ଼ିଶା ବଜାରକୁ ଅଗ୍ରଣୀ ବଜାର ଭାବେ ବିବେଚିତ କରିବା ସହ ନୂତନ ଉତ୍ପାଦ ଓ ଆଉଟ୍ଲେଟ ସମ୍ପ୍ରସାରଣରେ କାରବାର ବୃଦ୍ଧିକୁ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ କମ୍ପାନୀ ୪୫୦ରୁ ୫୦୦ ଆଉଟ୍ଲେଟ ଉଭୟ ଏକ୍ସକ୍ଲୁୂସିଭ ଓ ଡିଲରପଏଣ୍ଟ ଜରିଆରେ ରାଜ୍ୟର ପ୍ରମୁଖ ସହର ଏବଂ ଟାୟାର-୨, ଟାୟାର-୩ ବଜାରରେ ଖୋଲିବାକୁ ଯୋଜନା ରହିଥିବା ନନ୍ଦୀ ମତପ୍ରକାଶ କରିଛନ୍ତି।
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍ଦବା ? ରହିଛି ଅନେକ ସ୍ବାର୍ଥ
ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍ଫାୟାର୍) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…
ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….
ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…
ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ
ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…
Archives

