ଭୁବନେଶ୍ୱର,୨୫।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଡାବର ଇଣ୍ଡିଆ ଲିମିଟେଡ୍ (ଡିଆଇଏଲ୍)ର ନୂତନ ଉତ୍ପାଦ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସବୁ ସମୟରେ ଏନର୍ଜି ସଲ୍ୟୁଶନ ପାଇଁ ବଢୁଥିବା ଚାହିଦା ପୂରଣ କରିବା ପାଇଁ ଡାବର ଗ୍ଲୁକୋପ୍ଲସ୍-ସି ପକ୍ଷରୁ ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଡ୍ରିଙ୍କ୍ଟି ଏକ ପିଇଟି ବୋତଲରେ ସ୍ବାଦିଷ୍ଟ ଟାଙ୍ଗି ଅରେଞ୍ଜ ଭାରିଆଣ୍ଟ ସହ ରେଡି-ଟୁ-ଡ୍ରିଙ୍କ୍ ଗ୍ଲୁକୋଜ ବର୍ଗରେ ଉପଲବ୍ଧ। ସେହିଭଳି ୧୬୦ଏମ୍ଏଲ୍ ପିଇଟି ବୋତଲ ପାଇଁ ୧୦ ଟଙ୍କା ମୂଲ୍ୟ ଥିବା ‘ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଡ୍ରିଙ୍କ୍’କୁ କମ୍ପାନୀ ପଶ୍ଚିମବଙ୍ଗ ଓ ଓଡ଼ିଶା ବଜାରର ସମସ୍ତ ରିଟେଲ ଆଉଟ୍ଲେଟରେ ଉପଲବ୍ଧ କରାଇଛି। ଏ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡ୍ର ହେଲ୍ଥ ସପ୍ଲିମେଣ୍ଟସ୍ ବିଭାଗର ମାର୍କେଟିଂ ହେଡ୍ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ଆମେ ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ଆମର ଗ୍ଲୁକୋପ୍ଲସ୍-ସି ପୋର୍ଟଫୋଲିଓକୁ ମଧ୍ୟ ବିସ୍ତାର କରିଛୁ। ଏପରିକି ଆମର ଉପଭୋକ୍ତାଙ୍କୁ ଗ୍ଲୁକୋଜ,ଭିଟାମିନ-ସି, ଆଇରନର ଏକ ଡୋଜ୍ ଓ ପ୍ରକୃତ କମଳା ରସର ଲାଭ ପ୍ରଦାନ କରୁଛୁ। ଡାବର ଗ୍ଲୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଡ୍ରିଙ୍କ୍ର ଶୁଭାରମ୍ଭ ଏହି ପ୍ରଥମ ଧରଣର ଗ୍ଲୁକୋଜ ଏନର୍ଜି ଡ୍ରିଙ୍କ୍ ସହ ଉପଭୋକ୍ତାଙ୍କ ପାଇଁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି। ସେହିଭଳି ଡାବର ଇଣ୍ଡିଆ ଲିମିଟେଡ୍ର ପୂର୍ବାଞ୍ଚଳର ବିଜ୍ନେସ ହେଡ୍ ରାଜୀବ ରଞ୍ଜନ କହିଛନ୍ତି, ଆମେ ‘ଡାବର ଗ୍ଲେୁକୋପ୍ଲସ୍-ସି ଇନ୍ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍’ର ଶୁଭାରମ୍ଭ ସହ ଆମର ଉପଭୋକ୍ତାଙ୍କୁ କିଛି ନୂଆ ପ୍ରଦାନ କରିବା ପାଇଁ ଉତ୍ସାହିତ ରହିଛୁ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

