Posted inଖେଳ

ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ରନରଅପ୍‌

ଭୁବନେଶ୍ୱର, ୧୮ା୨(କ୍ରୀଡ଼ା ପ୍ରତିନିଧି): ଜମ୍ମୁଠାରେ ଖେଲୋ ଇଣ୍ଡିଆ ‘ଏକ୍‌ ଭାରତ ଶ୍ରେଷ୍ଠ ଭାରତ’ ଜାତୀୟ ସିନିୟର ବାଳିକା ରୋଲବଲ୍‌ ଚାମ୍ପିୟନଶିପ୍‌ ଚଳିତ ମାସ ୧୪ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ୫-୨ ଗୋଲରେ ମଧ୍ୟପ୍ରଦେଶ-ନାଗାଲାଣ୍ଡ ଦଳକୁ ହରାଇ ପ୍ରଥମ ରନରଅପ୍‌ ହୋଇଛନ୍ତି। ଫାଇନାଲରେ ରାଜସ୍ଥାନ-ଆସାମ ଦଳ ୪-୧ ଗୋଲରେ ତାମିଲନାଡ଼ୁ-ଜମ୍ମୁ କଶ୍ମୀର ଦଳକୁ ହରାଇ ଚାମ୍ପିୟନ ହୋଇଛି। ଓଡ଼ିଶା ସିନିୟର ବାଳିକାଙ୍କ ପାଇଁ ଏହାଥିଲା ଏକ ସ୍ମରଣୀୟ ଦିନ। କାରଣ ରୋଲବଲ୍‌ରେ ଓଡ଼ିଶା ବାଳିକା ଦଳ ପ୍ରଥମ ପଦାର୍ପଣରେ ହିଁ ଏହି ସଫଳତା ପାଇଛନ୍ତି। ଦଳର ମନୋବଳ ବୃଦ୍ଧି ପାଇଛି। ଆଗାମୀ ଦିନରେ ଆହୁରି ଗୌରବ ଆଣିବାକୁ ଆମେ ଚେଷ୍ଟା କରିବୁ ବୋଲି ଓଡ଼ିଶା ଦଳର ଗୋଲକିପର ଶ୍ରୀଜାଶ୍ରୀ ପ୍ରକାଶ କରିଛନ୍ତି। ପ୍ରତିଯୋଗିତାରେ ଶ୍ରୀଜାଙ୍କ ବ୍ୟତୀତ ପଲ୍ଲବୀ ସାହୁ ଓ ନଦିରା ସାହାବ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଜମ୍ମୁ ସ୍ପୋଟର୍‌ସ କାଉନ୍ସିଲ ପକ୍ଷରୁ ସୁଧିର ଏବଂ ରୋଲବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ସମ୍ପାଦକ ଚେତନ ଚାମ୍ପିୟନ ଟ୍ରଫି ପ୍ରଦାନ କରିଥିଲେ। ଜମ୍ମୁ ରୋଲ ବଲ୍‌ ଆସୋସିଏଶନ ସମ୍ପାଦକ ମଧୁ ଶର୍ମା ଓ ଓଡ଼ିଶା ରୋଲ ଆସୋସିଏଶନ ପ୍ରତିଷ୍ଠାତା ପାର୍ଥ ସାରଥି ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri