ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ଆସିବ କାମଚଳା ବଜେଟ୍‌

ଭୁବନେଶ୍ୱର,୮।୨: ଚାଲିଛି ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଉପସ୍ଥାପନ ହେବ କାମଚଳା ବଜେଟ। ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଧ୍ୟା ୫ଟା ବେଳେ ବଜେଟ ଉପସ୍ଥାପନ କରିବେ। ତେବେ ଷୋଡଶ ବିଧାନସଭାରେ ଏହା ହେବ ଶେଷ ବଜେଟ୍‌।

ଆର୍ଥିକ ବର୍ଷ ପାଇଁ ପ୍ରାୟ ଅର୍ଥମନ୍ତ୍ରୀ ୨ଲକ୍ଷ ୬୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର କାମଚଳା ବଜେଟ ପାରିତ କରିବାକୁ ପ୍ରସ୍ତାବ ରଖିବେ ବୋଲି ଜଣାପଡିଛି।
ଗତବର୍ଷ ବଜେଟ୍‌ ଠାରୁ ଚଳିତ ବର୍ଷର ବଜେଟ୍‌ ୧୭ପ୍ରତିଶତ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।