ଜଳ ପରିଚାଳନାରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ପାନୀୟ ଜଳ ଯୋଗାଣରେ ସମ୍ପୃକ୍ତ ଥିବା ବିଭିନ୍ନ ଜାତୀୟ ଓ ରାଜ୍ୟ ସଂସ୍ଥା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟକୁ ଆଧାର କରି ନୀତି ଆୟୋଗଙ୍କ ଦ୍ୱାରା ଜଳ ଯୋଗାଣ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି। କେବଳ ପାନୀୟ ଜଳ ନୁହେଁ, ଜମିକୁ ଜଳସେଚନ ସୁବିଧା ଯୋଗାଇବାରେ ମଧ୍ୟ ଓଡ଼ିଶା ବିଫଳ ହୋଇଛି। କେନାଲ ଲାଇନିଂ ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ନ ଥିବା ଆୟୋଗ ଉକ୍ତ ସୂଚକାଙ୍କରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଆୟୋଗ ଗ୍ରାମ୍ୟ ଜଳ ଯୋଗାଣର ମାନରେ ଉନ୍ନତିକୁ ନେଇ ଓଡ଼ିଶାକୁ ସମାଲୋଚନା କରିଛନ୍ତି। ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଥିବାବେଳେ ପାନୀୟ ଜଳ ଯୋଗାଣରେ ଶିଥିଳତା ଯୋଗୁ ଲୋକେ ସମାନ ଜଳ ନ୍ୟାୟ ପାଇ ପାରୁ ନ ଥିବା ଆୟୋଗ କହିଛନ୍ତି।

କେବଳ ସେତିକି ନୁହେଁ, ୨୦୨୧ ଜୁଲାଇ ୨୬ ତାରିଖରେ ଲୋକ ସଭାରେ ଉପସ୍ଥାପିତ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଓଡ଼ିଶାର ୩,୪୬୫ ଜନବସତିରେ ପାନୀୟ ଜଳ ଉତ୍ସ ରାସାୟନିକ ଉପାଦାନ ଫ୍ଲୋରାଇଡ, ଆର୍ସେନିକ, ଲୌହ, ଲବଣ, ନାଇଟ୍ରେଟ୍‌ ଏବଂ ହେଭି ମେଟାଲ ଦ୍ୱାରା ପ୍ରଦୂଷିତ ହେଉଛି। ଆସାମ, ବିହାର ଓ ରାଜସ୍ଥାନ ପରେ ଜଳ ପ୍ରଦୂଷଣରେ ଓଡ଼ିଶା ହେଉଛି ଚତୁର୍ଥ ରାଜ୍ୟ । ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସକାଶେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି । ୨୦୨୧-୨୨ରେ ଜଳଶକ୍ତି ମିଶନ ଜରିଆରେ ଓଡ଼ିଶାକୁ ୩,୩୨୩.୪୨ କୋଟି ପ୍ରଦାନ କରାଯାଇଛି। ଅନ୍ୟ କେତେକ ରାଜ୍ୟ ତୁଳନାରେ ଓଡ଼ିଶାକୁ ପାନୀୟ ଜଳ ପାଇଁ ଅଧିକ ଅନୁଦାନ ଦିଆଯାଇଛି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୬୮.୪୦ ପ୍ରତିଶତ ଲୋକଙ୍କୁ ଟ୍ୟାପ୍‌ ଯୋଗେ ଓଡ଼ିଶା ସରକାର ପାନୀୟ ଜଳ ଯୋଗାଇପାରି ନାହାନ୍ତି। ରାଜ୍ୟ ସରକାର କୌଣସି ଗୋଟିଏ ଜିଲାର ୧୦୦ ପ୍ରତିଶତ ଗୃହକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେଇ ପାରିନାହାନ୍ତି। ନୂଆପଡ଼ା ଜିଲାରେ ପିଇବା ପାଣିରେ ଫ୍ଲୋରାଇଡ ଏବଂ ଖଣି ପ୍ରଭାବିତ ଅଞ୍ଚଳ ମଧ୍ୟ ଚିନ୍ତାର ବିଷୟ ବୋଲି ନୀତି ଆୟୋଗ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗ, ଶେଷ ଦର୍ଶନ କଲେ ବିଧାୟକ

ଗଞ୍ଜାମ, ୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ସୁଧୀର ବିଶ୍ୱାଳ (୬୧)ଙ୍କ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ସ୍ଥାନୀୟ…

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

ଭୁବନେଶ୍ବର,୪।୯: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri