ଜଳ ପରିଚାଳନାରେ ଓଡ଼ିଶା ପଛୁଆ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ପାନୀୟ ଜଳ ଯୋଗାଣରେ ସମ୍ପୃକ୍ତ ଥିବା ବିଭିନ୍ନ ଜାତୀୟ ଓ ରାଜ୍ୟ ସଂସ୍ଥା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟକୁ ଆଧାର କରି ନୀତି ଆୟୋଗଙ୍କ ଦ୍ୱାରା ଜଳ ଯୋଗାଣ ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି। କେବଳ ପାନୀୟ ଜଳ ନୁହେଁ, ଜମିକୁ ଜଳସେଚନ ସୁବିଧା ଯୋଗାଇବାରେ ମଧ୍ୟ ଓଡ଼ିଶା ବିଫଳ ହୋଇଛି। କେନାଲ ଲାଇନିଂ ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ନ ଥିବା ଆୟୋଗ ଉକ୍ତ ସୂଚକାଙ୍କରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଆୟୋଗ ଗ୍ରାମ୍ୟ ଜଳ ଯୋଗାଣର ମାନରେ ଉନ୍ନତିକୁ ନେଇ ଓଡ଼ିଶାକୁ ସମାଲୋଚନା କରିଛନ୍ତି। ଭୂତଳ ଜଳ ବିଷାକ୍ତ ହେବାରେ ଲାଗିଥିବାବେଳେ ପାନୀୟ ଜଳ ଯୋଗାଣରେ ଶିଥିଳତା ଯୋଗୁ ଲୋକେ ସମାନ ଜଳ ନ୍ୟାୟ ପାଇ ପାରୁ ନ ଥିବା ଆୟୋଗ କହିଛନ୍ତି।

କେବଳ ସେତିକି ନୁହେଁ, ୨୦୨୧ ଜୁଲାଇ ୨୬ ତାରିଖରେ ଲୋକ ସଭାରେ ଉପସ୍ଥାପିତ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଓଡ଼ିଶାର ୩,୪୬୫ ଜନବସତିରେ ପାନୀୟ ଜଳ ଉତ୍ସ ରାସାୟନିକ ଉପାଦାନ ଫ୍ଲୋରାଇଡ, ଆର୍ସେନିକ, ଲୌହ, ଲବଣ, ନାଇଟ୍ରେଟ୍‌ ଏବଂ ହେଭି ମେଟାଲ ଦ୍ୱାରା ପ୍ରଦୂଷିତ ହେଉଛି। ଆସାମ, ବିହାର ଓ ରାଜସ୍ଥାନ ପରେ ଜଳ ପ୍ରଦୂଷଣରେ ଓଡ଼ିଶା ହେଉଛି ଚତୁର୍ଥ ରାଜ୍ୟ । ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସକାଶେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟକୁ କେନ୍ଦ୍ର ସରକାର ଅନୁଦାନ ଦେଉଛନ୍ତି । ୨୦୨୧-୨୨ରେ ଜଳଶକ୍ତି ମିଶନ ଜରିଆରେ ଓଡ଼ିଶାକୁ ୩,୩୨୩.୪୨ କୋଟି ପ୍ରଦାନ କରାଯାଇଛି। ଅନ୍ୟ କେତେକ ରାଜ୍ୟ ତୁଳନାରେ ଓଡ଼ିଶାକୁ ପାନୀୟ ଜଳ ପାଇଁ ଅଧିକ ଅନୁଦାନ ଦିଆଯାଇଛି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୬୮.୪୦ ପ୍ରତିଶତ ଲୋକଙ୍କୁ ଟ୍ୟାପ୍‌ ଯୋଗେ ଓଡ଼ିଶା ସରକାର ପାନୀୟ ଜଳ ଯୋଗାଇପାରି ନାହାନ୍ତି। ରାଜ୍ୟ ସରକାର କୌଣସି ଗୋଟିଏ ଜିଲାର ୧୦୦ ପ୍ରତିଶତ ଗୃହକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦେଇ ପାରିନାହାନ୍ତି। ନୂଆପଡ଼ା ଜିଲାରେ ପିଇବା ପାଣିରେ ଫ୍ଲୋରାଇଡ ଏବଂ ଖଣି ପ୍ରଭାବିତ ଅଞ୍ଚଳ ମଧ୍ୟ ଚିନ୍ତାର ବିଷୟ ବୋଲି ନୀତି ଆୟୋଗ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri