କ୍ରିଏଟିଭିଟିରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍‌

ଓଡ଼ିଶା ମାଟିର ପୁଅ, ମାତ୍ର ଜାତୀୟ ସ୍ତରରେ ବେଶ୍‌ ଲୋକପ୍ରିୟ। ଅଭିନୟରେ ବାନ୍ଧି ରଖିପାରୁଥିବା ଜଣେ ଅନନ୍ୟ କଳାକାର। ହିନ୍ଦୀ, ଇଂଲିଶ ଏବଂ ଓଡ଼ିଆ ଫିଲ୍ମ ସହ ବହୁ ୱେବ୍‌ ସିରିଜ୍‌ରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି ଅଭିନେତା ସୁକୁମାର ଟୁଡୁ। କେନ୍ଦୁଝର ଜିଲାର ଏକ ଆଦିବାସୀ ପରିବାରରେ ଜନ୍ମିତ ସୁକୁମାର ସ୍କୁଲ ସମୟରୁ ହିଁ ଅଭିନୟ ପ୍ରତି ଟାଣି ହୋଇଯାଇଥିଲେ। ବିଜ୍ଞାନ ଛାତ୍ରଟିଏ ଯେ ଜାତୀୟ ସ୍ତରରେ ଅଭିନୟ କରି ପରିଚୟ ପାଇବ ତାହା ବୋଧେ କେହି କେବେ ଭାବି ନ ଥିଲେ। ପୁଅ ଡାକ୍ତର ହେବ ବୋଲି ମା’ବାପା ଓ ପରିବାର ଲୋକେ ସ୍ବପ୍ନ ଦେଖୁଥିବାବେଳେ ସୁକୁମାରଙ୍କ ଭିତରେ କିନ୍ତୁ ଏକ କଳାକାର ଜନ୍ମ ନେଇସାରିଥିଲା। ଆଉ ସେହି କଳାକାରଙ୍କୁ ଆମେ ଆଜି ଅନେକ ହିଟ୍‌ ଫିଲ୍ମ, ୱେବ୍‌ ସିରିଜରେ ଦେଖିବାକୁ ପାଉଛୁ। ଟୁଏଲ୍‌ଭଥ୍‌ ଫେଲ୍‌, ସାଧୋ, ଓୟେ ଲକି ଲକି ଓୟେ, ହିସାବ ବରାବର୍‌ ଆଦି ହିନ୍ଦୀ ଚଳଚ୍ଚିତ୍ର ସହ ଦ୍ୱିଭାଷୀ ଚଳଚ୍ଚିତ୍ର ୱାନ୍‌ ଓ୍ବେ (ହିନ୍ଦୀ ଓ ଇଂଲିଶ), ମହାରାଣୀ ଓ୍ବେବ୍‌ ସିରିଜ୍‌ ଏବଂ ଓଡ଼ିଆ ଚଳଚ୍ଚିତ୍ର ମାଲ୍ୟଗିରି, ଜେଙ୍ଗାବୁରୁ କର୍ସ ଓ ବାରଙ୍ଗ ୧୯୯୯ ସିରିଜ୍‌ ଆଦି ତାଙ୍କର ଗୋଟିଏ ଗୋଟିଏ ହିଟ୍‌ ପ୍ରୋଜେକ୍ଟ। ସୁକୁମାରଙ୍କ ସହ ଏଥରର ଧରିତ୍ରୀ ଆଳାପ।
ଅଭିନୟକୁ କିଭଳି ଆସିଲେ?
ଚତୁର୍ଥ ଶ୍ରେଣୀରେ ପଢ଼ିବା ସମୟରେ ସ୍କୁଲ ଫଙ୍କ୍‌ଶନରେ ଏକ ନାଟକରୁ ଅଭିନୟ ଆରମ୍ଭ କରିଥିଲି। ପରେ ଭୁବନେଶ୍ୱର ପଢ଼ିବାକୁ ଆସିଥିଲି। ସେତେବେଳେ ପେପରରେ ଏକ ଆଡ୍‌ ପଢ଼ିଲି, ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟରେ ଆର୍ଟିଷ୍ଟ ଦରକାର, ଯେଉଁମାନଙ୍କୁ ପେଡ୍‌ ମଧ୍ୟ କରାଯିବ। ସେଠାରେ ଚୟନ ହେବା ପରେ ରେଗୁଲାର ନାଟକ ଅଭ୍ୟାସ ଆରମ୍ଭ ହେଲା। ୨୦୦୦ ମସିହାରେ ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି) ପକ୍ଷରୁ ଭାରତ ରଙ୍ଗ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଟ୍ରଷ୍ଟକୁ ଏକ ଚିଠି ଆସିଲା। ଓଡ଼ିଶାରୁ ଏହା ପ୍ରଥମଥର ଥିଲା। ସେଠାକୁ ଗଲା ପରେ ମୋତେ ଲାଗିଲା, ଯଦି ମୁଁ ଅଭିନୟରେ କ୍ୟାରିୟର କରିବାକୁ ଚାହୁଁଛି ତା’ହେଲେ ମୋତେ ଏନ୍‌ଏସ୍‌ଡିରେ ପଢ଼ିବାକୁ ପଡ଼ିବ। ସେଠି ପାଠପଢ଼ା ପରେ ଏନ୍‌ଏସ୍‌ଡି ରେପେର୍‌ଟୋରିରେ ୬ବର୍ଷ କାମ କଲି। ପରବର୍ତ୍ତୀ ସମୟରେ ଏନ୍‌ଏସ୍‌ଡି ଏକାଡେମିକ ଓ ଆଡମିନିଷ୍ଟ୍ରେଟିଭ୍‌ରେ ଯୋଗଦେଲି। ପୁଣି ରେପେର୍‌ଟୋରି ଫେରି ୪ବର୍ଷ ଲିଡ୍‌ କଲି। ପରେ ଭାରତର ସବୁ ଅଡିଟୋରିୟମ ଓ ଅନେକ ଦେଶରେ ମଧ୍ୟ ନାଟକ ପ୍ରଦର୍ଶନ କଲି। ଏହାପରଠାରୁ ହିନ୍ଦୀ ଫିଲ୍ମ, ୱେବ୍‌ ସିରିଜ, ଓଡିଆ ଫିଲ୍ମରେ କାମ ଚାଲିଛି।
ସାମ୍ପ୍ରତିକ ଓଡ଼ିଶାର ନାଟକ ସମ୍ପର୍କରେ କ’ଣ କହିବେ?
ସେତେବେଳେ ବି ନାଟକ ଓଡ଼ିଶାରେ ଭଲ ଚାଲିଥିଲା। ଆଜି ବି ଚାଲୁଛି। ଆମେମାନେ ଆମ ସଂସ୍କୃତି, ପରମ୍ପରାକୁ ଦେଖାଉଥିଲୁ। ଏବେ ସେମାନେ ତାଙ୍କ ସମୟରେ ଥିବା କାହାଣୀ, ସଂସ୍କୃତିକୁ ଦେଖାଉଛନ୍ତି।
ଓଡ଼ିଆ ଫିଲ୍ମ ଦେଖନ୍ତି?
ଫାଙ୍କା ହେଲେ ଦେଖେ। ମାତ୍ର ଏବେ ଟିକେ ୨୦୧୦ ମସିହା ପରଠୁ ଫିଲ୍ମ ଦେଖିବା ବନ୍ଦ କରିଦେଇଛି। କାରଣ ସବୁ ଫିଲ୍ମରେ ପ୍ରାୟ ସେହିସବୁ ଜିନିଷ ଦେଖିବାକୁ ପାଇଲି। କହିବା ଶୈଳୀ ଏକା, ବସିବା, ଉଠିବା ସବୁଥିରେ ସମାନ ଲଗେ। ଯାହା ମୋତେ ଆଉ ଓଡ଼ିଆ ଫିଲ୍ମ ଦେଖିବାକୁ ଆକୃଷ୍ଟ କଲାନି।
ବର୍ତ୍ତମାନର ପିଢ଼ି କିଛି ନୂଆ କଲେ, ପୂର୍ବ ପିଢ଼ି ନାପସନ୍ଦ କରିବା କିମ୍ବା ସହଯୋଗ ନ କରିବାର କଥା ଶୁଣିବାକୁ ମିଳୁଛି। ଏ ନେଇ ଆପଣଙ୍କ ମତ?
ନୂଆପିଢ଼ିର ପିଲାମାନେ ଏକ୍ସପେରିମେଣ୍ଟ କରୁଛନ୍ତି। ଟ୍ରାଏଲ ଆଣ୍ଡ୍‌ ଏରର୍‌ ବେସିସ୍‌ରେ କାମ କରୁଛନ୍ତି। ପୁରୁଣା ପିଢ଼ି ଚାହୁଁଛନ୍ତି, ଆମେ ଯେମିତି କରୁଥିଲୁ ସେମିତି ହେଉ। ନୂଆ ପିଢ଼ି କିଛି ନୂଆ କରିବାକୁ ଚେଷ୍ଟା ଚଲେଇଛନ୍ତି। ତେଣୁ ଏଭଳି ହେବ। ମାତ୍ର ନୂଆ ପିଢ଼ିଙ୍କ କାମକୁ ସମ୍ପୂର୍ଣ୍ଣ ମନା କରିବା କଥା ନୁହେଁ। ସେମାନଙ୍କୁ ଗ୍ରହଣ କଲେ ହିଁ ବହୁତ କିଛି ହୋଇପାରିବ।
୨ ଇଣ୍ଡଷ୍ଟ୍ରି ମଧ୍ୟରେ ପାର୍ଥକ୍ୟ?
ବଲିଉଡ୍‌ରେ ଅର୍ଥର ଅଭାବ ନାହିଁ। ମାତ୍ର ଏପଟେ ଅଳ୍ପ ଧନ ବିକଳ ମନ। ବ୍ୟବସାୟ କୌଶଳ ଅଭାବରେ ଆମେ ବହୁତ କିଛି କରିପାରୁନାହୁଁ। ହେଲେ ବର୍ତ୍ତମାନ ବହୁତ ଭଲ ପିଲା ଇଣ୍ଡଷ୍ଟ୍ରିକୁ ଆସୁଛନ୍ତି। ‘ବାରଙ୍ଗ ୧୯୯୯’ ଦେଖନ୍ତୁ କମ୍‌ ପଇସାରେ ମଧ୍ୟ ମହାରାଣୀ ଭଳି ୱେବ୍‌ ସିରିଜଠୁ କିଛି କମ୍‌ ନୁହେଁ। ମଡର୍ନ ଟେକ୍ନୋଲୋଜି ନ ଥିଲେ ମଧ୍ୟ ପୁରୁଣା ଟେକ୍ନୋଲୋଜିରେ ଆମେ ବହୁତ କିଛି କରିପାରୁଛୁ। କ୍ରିଏଟିଭିଟି ଅନୁସାରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍‌। ବାସ୍‌ ଆର୍ଥିକ ସମସ୍ୟା ରହୁଛି।
ଅବସର ସମୟରେ କ’ଣ କରନ୍ତି?
ପଢ଼ିବାକୁ ଭଲପାଏ।
କ’ଣ ଖାଇବାକୁ ଭଲ ଲାଗେ?
ଭାତ, ଡାଲି, ଶାଗ, ମାଛଭଜା।
ଅଭିନୟକୁ ଆସିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କ’ଣ ବାର୍ତ୍ତା ଦେବେ?
ପ୍ରସ୍ତୁତ ହୋଇ ଆସନ୍ତୁ। ପ୍ରଶିକ୍ଷଣ ନିହାତି ଆବଶ୍ୟକ। ତେଣିକି ଯେଉଁ କ୍ଷେତ୍ରରେ କ୍ୟାରିୟର କରନ୍ତୁ।

-ସାକ୍ଷାତ୍‌ : ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?