ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ

ଭୁବନେଶ୍ୱର, ୨୨ା୩(ବ୍ୟୁରୋ): ବିଗତ ଦୁଇ ଦଶନ୍ଧିରେ ରାଜ୍ୟ ସରକାରଙ୍କ ଦ୍ବାରା ଜଳସେଚନର ସୁବିଧା ଓ ସମୟୋଚିତ ଯୋଜନା ଫଳରେ ରାଜ୍ୟ କୃଷି କ୍ଷେତ୍ରରେ ପ୍ରଭୂତ ଉନ୍ନତି ହାସଲ କରିଛି। ଖାଦ୍ୟଶସ୍ୟ ଓ ଅନ୍ୟ କୃଷିଜାତ ଦ୍ରବ୍ୟ ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଓଡ଼ିଶା ଚାଉଳ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟରେ ପରିଣତ ହୋଇପାରିଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଶନିବାର ରାଜ୍ୟ ପଣ୍ୟାଗାର ନିଗମର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ସ୍ବାଇଁ କହିଛନ୍ତି, ଖାଦ୍ୟଶସ୍ୟକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରର ଉତ୍ପାଦନ ଓ ବିପଣନ ବ୍ୟବସ୍ଥା ମଧ୍ୟରେ ପଣ୍ୟାଗାର ସମନ୍ବୟ ରକ୍ଷା କରୁଥିବାରୁ ଏହାର ସୁପରିଚାଳନା ଆଜିର ଆହ୍ବାନ ସାଜିଛି। କୃଷିଜାତ ଦ୍ରବ୍ୟକୁ ଏହିପରି ଭାବେ ସଂରକ୍ଷଣ କରି ରଖିବାକୁ ପଡ଼ିବ, ଯେପରି ଏହାର ଗୁଣାତ୍ମକ ମାନ ବଜାୟ ରହିବ। ଏଥିଲାଗି ଉନ୍ନତ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତି ଆପଣେଇବାକୁ ପଡ଼ିବ। ଗୋଦାମ ଗୃହର ପୂର୍ଣ୍ଣ ବିନିଯୋଗ ନିମନ୍ତେ ସପ୍ଲାଇ ଚେନ୍‌ ମ୍ୟାନେଜ୍‌ମେଣ୍ଟ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗୋଦାମ ଗୃହଗୁଡ଼ିକର ଦକ୍ଷ ପରିଚାଳନା ନିମନ୍ତେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ କମ୍ପ୍ୟୁଟରାଇଜେଶନ୍‌ ଆବଶ୍ୟକ ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟ ପଣ୍ୟାଗାର ନିଗମ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଗରଡ଼ିଆ କହିଛନ୍ତି, ନିଗମ ଏହାର ଅଂଶୀଦାର ଉଭୟ ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଲାଭାଂଶ ପ୍ରଦାନ କରିଆସୁଛି। ଅଦ୍ୟାବଧି ରାଜ୍ୟର ୩୦ ଜିଲାରେ ୬୯ ପଣ୍ୟାଗାର ଶାଖାରେ ୫ ଲକ୍ଷ ୩୫ ହଜାର ମେଟ୍ରିକ୍‌ ଟନ୍‌ ଗୋଦାମ ଘର ପରିଚାଳନା କରୁଛି। ନିଗମର ପଣ୍ୟାଗାରଗୁଡ଼ିକର ପରିଚାଳନା ସବୁକୁ କମ୍ପ୍ୟୁଟରାଇଜେଶନ୍‌ କରିବା ପାଇଁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସହରାଞ୍ଚଳରେ ଖୁବ୍‌ଶୀଘ୍ର ଇ-ବସ୍‌ ସେବା

ଭୁବନେଶ୍ୱର,୬ା୫(ବ୍ୟୁରୋ): ରାଜ୍ୟରେ ‘ମୋ ବସ୍‌’ ସେବା ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌) ସମ୍ପର୍କରେ ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି।...

ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ଗାଙ୍ଗୁଲି ମ୍ୟାଚ୍‌...

ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ୍‌ରୁ ୨୯୮ ଆକ୍ରାନ୍ତ ଚିହ୍ନଟ: ସିଏମ୍‌ସି କମିଶନର

କଟକ ଅଫିସ,୯ା୮-କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି।...

ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ...

ଗତବର୍ଷ ତୁଳନାରେ ୨୨ ପ୍ରତିଶତ ବଢ଼ିଲା ଧାନ ସଂଗ୍ରହ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ରାଜ୍ୟରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଚାଲିଥିବା ବେଳେ ରବିବାର ସୁଦ୍ଧା ମୋଟ ୩୫...

ଓଡ଼ିଶାରେ ଅଟକିଛନ୍ତି ୧୫,୬୦୦ ଶ୍ରମିକ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଫଳରେ ଓଡ଼ିଶାରେ ରାଜ୍ୟ ବାହାରର ୧୫ହଜାର ୬ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି। ଏମାନେ ପଶ୍ଚିମବଙ୍ଗ, ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ,...

୩ ବିଲେଇଙ୍କୁ ବିଷ ଦେଇ ହତ୍ୟା, ପଡ଼ୋଶୀଙ୍କ ନାଁରେ ମାମଲା

କଟକ ସଦର, ୨୧।୧(ଡି.ଏନ୍‌.ଏ):ପଶୁଙ୍କ ପ୍ରତି ନିଷ୍ଠୁରତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ମୁଗଭଙ୍ଗା ଅଞ୍ଚଳରେ। ୩ଟି ପୋଷା ବିଲେଇଙ୍କୁ...

କାମ ଦେଉନି ଅକ୍ଷୟ ଶକ୍ତି ନୀତି

ଭୁବନେଶ୍ୱର,୨୦।୭(ବ୍ୟୁରୋ):ରାଜ୍ୟରେ ପାରମ୍ପରିକ ଶକ୍ତି ଚାହିଦା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏହା ସାଙ୍ଗକୁ ଉତ୍ପାଦନ ଖର୍ଚ୍ଚ ବଢୁଛି। ଏହାର ବିକଳ୍ପ ଭାବେ କ୍ଷୁଦ୍ର ଜଳ...

Advertisement
Archives

Model This Week