ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାକୁ ଅଣଦେଖା

ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍‌ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଆଖିବୁଜି ଦେଉଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାକୁ ଉଦାହରଣ ନିଆଯାଇପାରେ, ଯେଉଁଥିରେ ଓଡ଼ିଶାକୁ ଅଣଦେଖା କରାଯାଉଛି। ଉକ୍ତ ଯୋଜନା ଅଧୀନ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବାକୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିିକୁ ଏଯାଏ ଗ୍ରହଣ କରଯାଇନାହିଁ।
ସୁଦୀର୍ଘ ବେଳାଭୂମି, ଆକର୍ଷଣୀୟ ମନ୍ଦିର ଭାସ୍କର୍ଯ୍ୟ, ବୌଦ୍ଧ କୀର୍ତ୍ତିରାଜି, ଐତିହାସିକ ସ୍ଥାନ, ପ୍ରାକୃତିକ ଶୋଭାରାଜି, ଜୈବ ବିବିଧତା, ଅନନ୍ୟ ଆଦିବାସୀ ସଂସ୍କୃତି, ବିିବିଧ ରୀତିନୀତି ଏବଂ ଭଳିକି ଭଳି ସୁସ୍ବାଦ ଖାଦ୍ୟର ସମ୍ଭାର ଓଡ଼ିଶାକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର କରିପାରିଛି। ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଏଭଳି ଛୋଟ ବଡ଼ ସ୍ଥାନ ରହିଛି, ଯାହା ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁଛି। ଏହିସବୁ ପର୍ଯ୍ୟଟନ କ୍ଷେତ୍ର ରାଜ୍ୟ ଓ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେବା ସହ ବହୁ ଲୋକଙ୍କୁ ରୋଜଗାର ଦେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ ଉଦ୍ୟମରେ ଭିତ୍ତିଭୂମି ବିକାଶ ପାଇଁ ପ୍ରୟାସ ଚଳାଇଛନ୍ତି। ବିଶେଷକରି ଶ୍ରୀକ୍ଷେତ୍ର ପୁରୀ, ଗଞ୍ଜାମର ଶକ୍ତିପୀଠ ମା’ ତାରାତାରିଣୀ, ସମ୍ବଲପୁରର ମା’ ସମଲେଇ, କୋଣାର୍କ ସୂର୍ଯ୍ୟମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ବ୍ରହ୍ମପୁର ରାମଲିଙ୍ଗମ୍‌ଶ୍ୱର ପାର୍କ, ଯାଜପୁରଟାଉନର ବିଶାଳ ପୋଖରୀ କୁସୁମାର ବିକାଶ କାର୍ଯ୍ୟ କରାଯାଇଛି। ଏହାବାଦ ଚଳିତବର୍ଷ ପର୍ଯ୍ୟଟନ ବିଭାଗ ଦ୍ୱାରା ରାମଚଣ୍ଡୀ, ଭିତରକନିକା, ଦାରିଙ୍ଗିବାଡ଼ି, ସାତକୋଶିଆ, ପାତୀ ସୋନପୁର, ହୀରାକୁଦ ଏବଂ କୋରାପୁଟର ଦେଓମାଳି ପାହାଡ଼ ପାଦଦେଶ ପୁଟସିଲଠାରେ ଇକୋ ରିଟ୍ରିଟ ଆୟୋଜନ ହୋଇଛି। କିନ୍ତୁ ଏହିସବୁ ହାତଗଣତି ବିକାଶ କାର୍ଯ୍ୟ ଏବଂ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଆବଶ୍ୟକତା ପୂରଣ କରିପାରୁନାହିଁ। ଆହୁରି ଶତାଧିକ ପର୍ଯ୍ୟଟନସ୍ଥଳର ଭିତ୍ତିଭୂମି ବିକାଶ ହୋଇପାରୁନାହିଁ। ଫଳରେ ଅନେକ କ୍ଷେତ୍ରକୁ ପର୍ଯ୍ୟଟକଙ୍କ ପାଦ ପଡ଼ୁନାହିଁ। ଏନେଇ କେନ୍ଦ୍ର ସରକାରଙ୍କର ମଧ୍ୟ କିଛି ଦାୟିତ୍ୱ ଥିବା ଭଳି ମନେହେଉନାହିଁ।

ଗତ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝତ୍ଙ୍କ ଏକ ପ୍ରଶ୍ନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦେଇଥିବା ଉତ୍ତରରୁ କେନ୍ଦ୍ର ଅବହେଳା ସ୍ପଷ୍ଟ ହେଉଛି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନା ଅଧୀନ ବୌଦ୍ଧ ପରିପଥ (ବୁଦ୍ଧିଷ୍ଟ ସର୍କିଟ) ପ୍ରକଳ୍ପରେ ଓଡ଼ିଶାକୁ ଏଯାଏ ସ୍ଥାନ ମିଳିନାହିଁ। ରାଜ୍ୟ ପର୍ଯ୍ୟଟନ ବିଭାଗ ୨୪ା୯ା୨୦୧୯ରେ କେନ୍ଦ୍ର ସରକାରଙ୍କୁ ପ୍ରକଳ୍ପ ରିପୋର୍ଟ ସହିତ ଏକ ପ୍ରସ୍ତାବ ଦିଆଯାଇଥିଲା। ଏହାପରେ ୧୭ା୭ା୨୦୨୦ରେ ଏକ ରିମାଇଣ୍ଡର ପତ୍ର ଦିଆଯାଇଥିଲା। ତାହାକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି। ଦ୍ୱିତୀୟରେ ସ୍ବଦେଶ ଦର୍ଶନ ଯୋଜନା ଅଧୀନ ଗ୍ରାମୀଣ ପରିପଥ (ରୁରାଲ ସର୍କିଟ) ପ୍ରକଳ୍ପରେ ଓଡ଼ିଶାକୁ ସାମିଲ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୪ା୧୦ା୨୦୧୫ରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତାହା ବି ଫାଇଲ ତଳେ ଚାପି ରହିଯାଇଛି। ତୃତୀୟରେ ସ୍ବଦେଶ ଦର୍ଶନ ଯୋଜନା ଅଧୀନ ଆଧ୍ୟାତ୍ମିକ ପରିପଥ (ସ୍ପିରିଚୁଆଲ ସର୍କିଟ) ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ପର୍ଯ୍ୟଟନ ବିଭାଗ ୫ା୧ା୨୦୧୬ରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଚତୁର୍ଥରେ ସାଗରମାଳା ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ପ୍ରକଳ୍ପଗୁଡିକର ତାଲିକା କେନ୍ଦ୍ର ସରକାରଙ୍କୁ ୨୨ା୧୦ା୨୦୨୦ରେ ଜଣାଇ ଦିଆଯାଇଛି। ହେଲେ ଏହାର ଅଗ୍ରଗତି ମଧ୍ୟ ମନ୍ଥର ରହିଛି।
କେନ୍ଦ୍ରର ଅବହେଳା ଜାରି ରହିଥିବାବେଳେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଚାଲିଥିବା ପର୍ଯ୍ୟଟନର ବିକାଶରେ ଅଧିକାରୀ ଓ କର୍ମଚାରୀଙ୍କ ଆନ୍ତରିକତାର ଅଭାବ ମଧ୍ୟ ଦେଖିବାକୁ ମିଳୁଛି। କେତେକ ବିକାଶ କାର୍ଯ୍ୟ ଅଧାରେ ଅଟକି ରହିବା ସହ ନିମ୍ନମାନର ମଧ୍ୟ ହେଉଛି। ୨୦୧୯-୨୦ ବର୍ଷରେ ରାଜ୍ୟର ୧୫ଟି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୧୬୭.୪୧ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହିସବୁ ପ୍ରକଳ୍ପଗୁଡିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ୭ା୮ା୨୦୨୧ରେ ସ୍ପଷ୍ଟୀକରଣ ମାଗିଥିଲେ। ଏନେଇ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଇ.ବି. ଜେନା ୯ା୮ା୨୦୨୧ରେ ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସରଙ୍କୁ ଦେଇଥିବା ରିପୋର୍ଟରେ ମାତ୍ର ୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। ଏଥିରେ ଯାଜପୁର ଜିଲାର ବୈତରଣୀ ନଦୀକୂଳରେ ଥିବା ବରାହପୀଠରେ ହେରିଟେଜ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବାର ଦର୍ଶାଯାଇଛି। ଏହାକୁ ଏକ ଉଦାହରଣ ଭାବେ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଅନିୟମିତତାର ପର୍ଦ୍ଦାଫାଶ୍‌ ହୋଇପାରିବ। ନଚେତ ସରକାରଙ୍କ ବହୁ ଉଦ୍ୟମ ଫସରପାଟିବ ଏବଂ କରଦାତାଙ୍କ ଅର୍ଥ ଆତ୍ମସାତ ହେବ ବୋଲି ମତପ୍ରକାଶ ପାଇଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?