ଆମାଜନ ଡଟ୍‌ ଇନ୍‌ରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର

ଭୁବନେଶ୍ୱର,୨୨।୮: ଦେଶର ଅଗ୍ରଣୀ ଇ-କର୍ମସ ପ୍ଲାଟ୍‌ଫର୍ମ ଆମାଜନ ଡଟ୍‌ ଇନ୍‌ରେ କ୍ରମାଗତ ଭାବେ ଅନ୍‌ଲାଇନ କାରବାର ବୃଦ୍ଧି ପାଇଛି। ଏପରିକି କ୍ରମାଗତ ଭାବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବଜାରରେ ମଧ୍ୟ ଅନ୍‌ଲାଇନ କାରବାର ପ୍ରତି ଆଗ୍ରହ ବଢ଼ିଛି। ସର୍ବଭାରତୀୟସ୍ତରରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଭାବେ ଉଭା ହୋଇଛି ଏବଂ ଏହା ଆମାଜନ ଡଟ୍‌ ଇନ୍‌ର ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଭାରତର ସବୁଠାରୁ ପ୍ରିୟ ବଜାର ଭାବେ ଆମାଜନ ଡଟ୍‌ ଇନ୍‌ ରାଜ୍ୟ ଏବଂ ଦେଶରେ ସ୍ଥାନୀୟ ଷ୍ଟୋର ଏବଂ ଏମ୍‌ଏସ୍‌ଏମ୍‌ଇ ସହ ନୂତନ ଉପକରଣ, ଜ୍ଞାନକୌଶଳ, ଉଦ୍ଭାବନ ଏବଂ ପଦକ୍ଷେପ ଆଣିବା ଜାରି ରଖିବ। ଏହା ଭାରତୀୟ ବ୍ୟବସାୟର ଉଦ୍ୟୋଗୀ ଭାବନାକୁ ଉନ୍ମୋଚନ କରିବ। ରାଜ୍ୟରେ ଅନ୍‌ଲାଇନ ମାର୍କେଟ ପ୍ଲେସ୍‌ରେ ୫୧ଜଣ ସର୍ଭିସ ପାର୍ଟନର, ୫୨ଡେଲିଭରି ଷ୍ଟେଶନ ଏବଂ ପ୍ରାୟ ୧୬,୦୦୦ ସେଲର ରହିଛନ୍ତି ବୋଲି ଆମାଜନ ଡଟ୍‌ ଇନ୍‌ ପକ୍ଷରୁ ଘୋଷଣା କରାଯାଇଛି। ସେହିଭଳି ଓଡ଼ିଶା ଓ ଭୁବନେଶ୍ୱର ବଜାରରେ ପ୍ଲାଟ୍‌ଫର୍ମର ହୋମ୍‌, କିଚେନ୍‌ ଏବଂ ଆଉଟଡୋର ବ୍ୟବସାୟ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ମଧ୍ୟ ପ୍ରାୟ ୧୫% ଅଭିବୃଦ୍ଧି ଘଟିଛି; ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ ଅନ୍‌ଲାଇନ ଡେଷ୍ଟିନେଶନରେ ଶପିଙ୍ଗ୍‌ କରିଛନ୍ତି। ଏହି ଅଞ୍ଚଳରେ କ୍ରୀଡ଼ା ଓ କ୍ରୀଡ଼ା ଉପକରଣର ଚାହିଦା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଗ୍ରାହକଙ୍କ ମଧ୍ୟରେ କ୍ରିକେଟ ଏକ ପ୍ରିୟ ଖେଳ ହୋଇ ରହିଥିବା ବେଳେ କ୍ରିକେଟ ଗିୟରରେ ବାର୍ଷିକ ୮୦%ରୁ ଅଧିକ ଅଭିବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବ୍ୟାଡ୍‌ମିଣ୍ଟନ, ଟେନିସ ଓ ଟେବୁଲ ଟେନିସ ସମେତ ରାକେଟ୍‌ ସ୍ପୋର୍ଟରେ ବାର୍ଷିକ ଆଧାରରେ ପ୍ରାୟ ୧୫୦% ବୃଦ୍ଧି ଘଟିଛି, ଯାହା ଆଉଟଡୋର ସ୍ପୋର୍ଟସ ଉପରେ ଅଧିକ ଧ୍ୟାନକୁ ଦର୍ଶାଉଛି ବୋଲି ଆମାଜନ ଇଣ୍ଡିଆର ହୋମ୍‌, କିଚେନ୍‌ ଆଣ୍ଡ ଆଉଟଡୋର ବିଭାଗର ନିର୍ଦ୍ଦେଶକ କେ.ଏନ୍‌. ଶ୍ରୀକାନ୍ତ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ସେହିପରି ଆମେ ଭୁବନେଶ୍ୱରଠାରେ ଆମାଜନ ଡଟ୍‌ ଇନ୍‌ର ହୋମ୍‌ ଆଣ୍ଡ କିଚେନ୍‌ ଏକ୍ସପେରିଏନ୍ସ ଏରିନାକୁ ପ୍ରଦର୍ଶନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭୁବନେଶ୍ୱରର ଗ୍ରାହକମାନେ ପରିବେଶ ପ୍ରତି ଅଧିକ ସଚେତନ ହେଉଛନ୍ତି। ଏହି ଧାରା ସୋଲାର ପ୍ରଡକ୍ଟରେ ମଧ୍ୟ ଦେଖିବାକୁ ମିଳୁଛି। ଏପରିକି ସୋଲାର ବିକ୍ରିରେ ବାର୍ଷିକ ୫୦% ରୁ ଅଧିକ ଅଭିବୃଦ୍ଧି ଘଟାଇଛି ଏବଂ ଓଡ଼ିଶାରେ ସୋଲାର ପ୍ୟାନେଲ ବାର୍ଷିକ ଆଧାରରେ ୨ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏହାବ୍ୟତୀତ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମାଜନ ଡଟ୍‌ ଇନ୍‌ ବର୍ତ୍ତମାନ ଓଡ଼ିଶାର ୧୦ରୁ ଅଧିକ ସହରରେ ୯ଟି ଇଭି ବ୍ରାଣ୍ଡ୍‌ ଉପଲବ୍ଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri