Posted inଖେଳ

ଏଲିଟ୍‌ ଗ୍ରୁପ୍‌ ବି’ରେ ଓଡ଼ିଶା

 

ମୁମ୍ବାଇ, ୧୮ା୧୨ (ପି.ଟି.)-ଆସନ୍ତା ଜାନୁୟାରୀ ୧୦ରୁ ୩୧ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଖେଳାଯିବ। ଏଥିସହିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଘରୋଇ ସିଜନ ୨୦୨୦-୨୧ ଆରମ୍ଭ ହେବ। ପ୍ରତିଯୋଗିତାର ଲିଗ୍‌ ମ୍ୟାଚଗୁଡ଼ିକ ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଇନ୍ଦୋର, ଭଦୋଦରା ଆଦି ୬ଟି ଭେନ୍ୟୁରେ ଖେଳାଯିବ। ଅହମ୍ମଦାବାଦର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ନକ୍‌ଆଉଟ ମ୍ୟାଚ ଖେଳାଯିବ। ଓଡ଼ିଶା ଏଲିଟ୍‌ ଗ୍ରୁପ୍‌ ବି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ବେଙ୍ଗଲ, ଝାଡ଼ଖଣ୍ଡ ତାମିଲନାଡୁ, ଆସାମ ଓ ହାଇଦ୍ରାବାଦ ସ୍ଥାନ ପାଇଛନ୍ତି। ଏଲିଟ୍‌ ଗ୍ରୁପ୍‌ ‘ବି’ର ମ୍ୟାଚଗୁଡ଼ିକ କୋଲକାତାଠାରେ ଖେଳାଯିବ। ବିସିସିଆଇ ସମ୍ପାଦକ ଜୟ ଶାହା ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏଶନ ନିକଟକୁ ପଠାଇଥିବା ଚିଠି ଅନୁସାରେ ଅଂଶଗ୍ରହଣ କରିବାକୁଥିବା ଦଳଗୁଡ଼ିକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ତନ୍ମଧ୍ୟରେ ରହିଛି ୫ଟି ଏଲିଟ୍‌ ଗ୍ରୁପ୍‌ ଏବଂ ଗୋଟିଏ ପ୍ଲେଟ ଗ୍ରୁପ୍‌। ପ୍ଲେଟ୍‌ ଗ୍ରୁପ୍‌ରେ ମୁମ୍ବାଇ, କୋଲକାତା, ଇନ୍ଦୋର, ଚେନ୍ନାଇ ଓ ଭଦୋଦରା ଭଳି ଦଳ ରହିଛନ୍ତି। ଦଳଗୁଡ଼ିକ ଜାନୁୟାରୀ ୨ ପୂର୍ବରୁ ସେମାନଙ୍କ ଆୟୋଜକ ସହରରେ ପହଞ୍ଚତ୍ବେ। ପ୍ରଥମେ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବା ଏବଂ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିବେ। ୨, ୪ ଓ ୬ ତାରିଖରେ ସେମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ନକ୍‌ ଆଉଟ ପର୍ଯ୍ୟାୟ ପୂର୍ବରୁ ପ୍ରଥମେ ଜାନୁୟାରୀ ୨୦ ଏବଂ ପରେ ଜାନୁୟାରୀ ୨୨ରେ ଖେଳାଳିମାନଙ୍କ କୋଭିଡ୍‌ ଟେଷ୍ଟ ହେବ। ଚେନ୍ନାଇରେ ପ୍ଲେଟ୍‌ ଗ୍ରୁପ୍‌ର ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଏହି ଗ୍ରୁପ୍‌ରେ ୮ଟି ଦଳ ସ୍ଥାନ ପାଇଥିବାବେଳେ ଅନ୍ୟ ୩୦ଟି ଦଳକୁ ୫ ଏଲିଟ୍‌ ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଗତଥରର ଚାମ୍ପିୟନ କର୍ନାଟକ ଏଲିଟ୍‌ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି। ଦଳ ଏହାର ମ୍ୟାଚ୍‌ଗୁଡ଼ିକ ବେଙ୍ଗାଲୁରୁରେ ଖେଳିବ। ଘରୋଇ ଶକ୍ତିଶାଳୀ ଦଳ ମୁମ୍ବାଇ ଏଲିଟ୍‌ ଗ୍ରୁପ୍‌ ଇ’ରେ ସ୍ଥାନ ପାଇଛି। ଦଳ ଏହାର ମ୍ୟାଚଗୁଡ଼ିକ ମୁମ୍ବାଇରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri