ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ):ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶା ୨୮ ରାଜ୍ୟ ମଧ୍ୟରେ ୧୬ତମ ସ୍ଥାନରେ ରହିଛି। ଅପପୁଷ୍ଟି କ୍ଷେତ୍ରରେ ଓଡିଶା ଜାତୀୟ ହାରଠାରୁ ସାମାନ୍ୟ ତଳେ ରହିଥିଲେ ମଧ୍ୟ ରାଜ୍ୟର ଆଦିବାସୀ ଅଞ୍ଚଳର ସ୍ଥିତି ଚିନ୍ତାଜନକ ରହିଛି। ମାଲକାନଗିରି ଜିଲାରେ ୫୧.୮ ପ୍ରତିଶତ ପିଲା କମ୍‌ ଓଜନର ହୋଇଥିବାବେଳେ ୪୫.୯ ପ୍ରତିଶତ ମହିଳାଙ୍କ ବଡି ମାସ୍କ ଇଣ୍ଡେସ୍କ(ବିଏମ୍‌ଆଇ) ରାଜ୍ୟ ହାରଠାରୁ ଅପେକ୍ଷାକୃତ କମ୍‌ ରହିଛି। ସେହିପରି ସୁନ୍ଦରଗଡ, ସୁବର୍ଣ୍ଣପୁର, ମାଲାକନଗିରି, ନବରଙ୍ଗପୁର, କୋରାପୁଟ, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା ଆଦି ଜିଲାରେ ୫ ବର୍ଷରୁ କମ୍‌ ବୟସର ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ଦେଖିବାକୁ ମିଳିଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ଭିତ୍ତିଭୂମି ସହ କୁଶଳୀ ସ୍ବାସ୍ଥ୍ୟକର୍ମୀ ଅଭାବ, ଜିଲା ବା ଉପଖଣ୍ଡ ସ୍ତରରେ ବିଶେଷଜ୍ଞ ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି। ଓଡିଶା ବିକାଶ କନ୍‌କ୍ଲେଭ୍‌ ତୃତୀୟ ସଂସ୍କରଣର ଉଦ୍‌ଘାଟନ ଅବସରରେ ଉନ୍ମୋଚିତ ଓଡିଶା ଡେଭେଲପ୍‌ମେଣ୍ଟ ରିପୋର୍ଟ-୨୦୨୦ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଉକ୍ତ ରିପୋର୍ଟ ଅନୁସାରେ, ସ୍ବାସ୍ଥ୍ୟ ମାନଦଣ୍ଡରେ ଓଡିଶା ୧୯ତମ ସ୍ଥାନରେ ରହିଛି। ୩୨% ପରିବାରର ବ୍ୟବହାର ଯୋଗ୍ୟ ପାଇଖାନ ନାହିଁ। ମାତ୍ର ୪୫.୪% ଗ୍ରାମ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ପରିଚୟ ପାଇଛି। ବେରୋଜଗାର ଏକ ପ୍ରମୁଖ ସମସ୍ୟାଭାବେ ଉଭାହୋଇଛି। ୨୦୨୧ ବେଳକୁ ଏହା ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସ୍ଥାନୀୟ ଅର୍ଥନୀତି ସୁଦୃଢୀକରଣ ପାଇଁ ଗ୍ରାମୀଣ ଜୀବିକା ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଏହି ରିପୋର୍ଟ। ସେହିଭଳି ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ସାମଗ୍ରିକ ଶିକ୍ଷା ବିକାଶ ପାଇଁ ଅଧିକ ଯତ୍ନବାନ ହେବାକୁ ଉକ୍ତ ରିପୋର୍ଟର ମୁଖ୍ୟ ସମ୍ପାଦକ ପ୍ରଫେସର ଅମିତାଭ କୁଣ୍ଡୁ କହିଛନ୍ତି।
ଆର୍ଥତ୍କ ଆବଣ୍ଟନ ନିମନ୍ତେ ଗଠିତ ବିତ୍ତିୀୟ କମିଶନ ସଯୋଜନା କମିଶନଙ୍କ ସୁପାରିଶରେ ଓଡିଶା ବିଶେଷ ଲାଭବାନ ହୋଇପାରିନାହିଁ। କର୍ପୋରେଟ ପୁଞ୍ଜିନିବେଶ ମଧ୍ୟ ଆଶାଜନକ ନୁହେଁ। କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଝାରସୁଗୁଡାର ସ୍ଥିତି ଭଲ ଥିବାବେଳେ ୧୨ଟି ଜିଲାର ବିକାଶ ମାନଦଣ୍ଡରେ ପ୍ରଦର୍ଶନ ଅଧା ବାଟରେ ରହିଛି। ଆଦିବାସୀ ପ୍ରବଣ ଓ ଅପହଞ୍ଚ ଇଲାକା ଥିବା ୧୩ ଜିଲାର ସ୍ଥିତି ଖୁବ୍‌ ଚିନ୍ତାଶୀଳ। କୃଷକ ପରିବାର ଗରିବରୁ ଅତି ଗରିବ ହେଉଛନ୍ତି। ତେଣୁ କୃଷି ଭଳି ପ୍ରାଥମିକ ଜୀବିକାର ଉପତ୍ାଦନ ବୃଦ୍ଧି ସହ କୃଷି, ଉଦ୍ୟାନ କୃଷି ଭଳି ଉପତ୍ାଦଗୁଡିକର ବଜାରିକରଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ କହିଛନ୍ତି।
ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଯୋଗଦେଇ ଆଦିବାସୀଙ୍କ ଜୀବିକା ବିକାଶ ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରର ସମସ୍ୟା, ବିଭିନ୍ନ ବିକାଶ ନୀତି, ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରସ୍ତାବକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଏହି ରିପୋର୍ଟର ମୁଖ୍ୟ ଲକ୍ଷ୍ୟ ବୋଲି ଓଡିଶା ଡେଭଲପମେଣ୍ଟ ଇନିସିଏଟିଭିସ୍‌ର ଆବାହକ ତଥା ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri