ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିପାରୁନି ଓଡ଼ିଶା

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ):ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଓଡିଶା ୨୮ ରାଜ୍ୟ ମଧ୍ୟରେ ୧୬ତମ ସ୍ଥାନରେ ରହିଛି। ଅପପୁଷ୍ଟି କ୍ଷେତ୍ରରେ ଓଡିଶା ଜାତୀୟ ହାରଠାରୁ ସାମାନ୍ୟ ତଳେ ରହିଥିଲେ ମଧ୍ୟ ରାଜ୍ୟର ଆଦିବାସୀ ଅଞ୍ଚଳର ସ୍ଥିତି ଚିନ୍ତାଜନକ ରହିଛି। ମାଲକାନଗିରି ଜିଲାରେ ୫୧.୮ ପ୍ରତିଶତ ପିଲା କମ୍‌ ଓଜନର ହୋଇଥିବାବେଳେ ୪୫.୯ ପ୍ରତିଶତ ମହିଳାଙ୍କ ବଡି ମାସ୍କ ଇଣ୍ଡେସ୍କ(ବିଏମ୍‌ଆଇ) ରାଜ୍ୟ ହାରଠାରୁ ଅପେକ୍ଷାକୃତ କମ୍‌ ରହିଛି। ସେହିପରି ସୁନ୍ଦରଗଡ, ସୁବର୍ଣ୍ଣପୁର, ମାଲାକନଗିରି, ନବରଙ୍ଗପୁର, କୋରାପୁଟ, ବରଗଡ, ବଲାଙ୍ଗୀର, କଳାହାଣ୍ଡି, ଗଜପତି, ନୂଆପଡା ଆଦି ଜିଲାରେ ୫ ବର୍ଷରୁ କମ୍‌ ବୟସର ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ଦେଖିବାକୁ ମିଳିଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ଭିତ୍ତିଭୂମି ସହ କୁଶଳୀ ସ୍ବାସ୍ଥ୍ୟକର୍ମୀ ଅଭାବ, ଜିଲା ବା ଉପଖଣ୍ଡ ସ୍ତରରେ ବିଶେଷଜ୍ଞ ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି। ଓଡିଶା ବିକାଶ କନ୍‌କ୍ଲେଭ୍‌ ତୃତୀୟ ସଂସ୍କରଣର ଉଦ୍‌ଘାଟନ ଅବସରରେ ଉନ୍ମୋଚିତ ଓଡିଶା ଡେଭେଲପ୍‌ମେଣ୍ଟ ରିପୋର୍ଟ-୨୦୨୦ରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଉକ୍ତ ରିପୋର୍ଟ ଅନୁସାରେ, ସ୍ବାସ୍ଥ୍ୟ ମାନଦଣ୍ଡରେ ଓଡିଶା ୧୯ତମ ସ୍ଥାନରେ ରହିଛି। ୩୨% ପରିବାରର ବ୍ୟବହାର ଯୋଗ୍ୟ ପାଇଖାନ ନାହିଁ। ମାତ୍ର ୪୫.୪% ଗ୍ରାମ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ପରିଚୟ ପାଇଛି। ବେରୋଜଗାର ଏକ ପ୍ରମୁଖ ସମସ୍ୟାଭାବେ ଉଭାହୋଇଛି। ୨୦୨୧ ବେଳକୁ ଏହା ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସ୍ଥାନୀୟ ଅର୍ଥନୀତି ସୁଦୃଢୀକରଣ ପାଇଁ ଗ୍ରାମୀଣ ଜୀବିକା ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଛି ଏହି ରିପୋର୍ଟ। ସେହିଭଳି ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ସାମଗ୍ରିକ ଶିକ୍ଷା ବିକାଶ ପାଇଁ ଅଧିକ ଯତ୍ନବାନ ହେବାକୁ ଉକ୍ତ ରିପୋର୍ଟର ମୁଖ୍ୟ ସମ୍ପାଦକ ପ୍ରଫେସର ଅମିତାଭ କୁଣ୍ଡୁ କହିଛନ୍ତି।
ଆର୍ଥତ୍କ ଆବଣ୍ଟନ ନିମନ୍ତେ ଗଠିତ ବିତ୍ତିୀୟ କମିଶନ ସଯୋଜନା କମିଶନଙ୍କ ସୁପାରିଶରେ ଓଡିଶା ବିଶେଷ ଲାଭବାନ ହୋଇପାରିନାହିଁ। କର୍ପୋରେଟ ପୁଞ୍ଜିନିବେଶ ମଧ୍ୟ ଆଶାଜନକ ନୁହେଁ। କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଝାରସୁଗୁଡାର ସ୍ଥିତି ଭଲ ଥିବାବେଳେ ୧୨ଟି ଜିଲାର ବିକାଶ ମାନଦଣ୍ଡରେ ପ୍ରଦର୍ଶନ ଅଧା ବାଟରେ ରହିଛି। ଆଦିବାସୀ ପ୍ରବଣ ଓ ଅପହଞ୍ଚ ଇଲାକା ଥିବା ୧୩ ଜିଲାର ସ୍ଥିତି ଖୁବ୍‌ ଚିନ୍ତାଶୀଳ। କୃଷକ ପରିବାର ଗରିବରୁ ଅତି ଗରିବ ହେଉଛନ୍ତି। ତେଣୁ କୃଷି ଭଳି ପ୍ରାଥମିକ ଜୀବିକାର ଉପତ୍ାଦନ ବୃଦ୍ଧି ସହ କୃଷି, ଉଦ୍ୟାନ କୃଷି ଭଳି ଉପତ୍ାଦଗୁଡିକର ବଜାରିକରଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ କହିଛନ୍ତି।
ଉନ୍ମୋଚନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ଯୋଗଦେଇ ଆଦିବାସୀଙ୍କ ଜୀବିକା ବିକାଶ ଲାଗି ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ତୃଣମୂଳ ସ୍ତରର ସମସ୍ୟା, ବିଭିନ୍ନ ବିକାଶ ନୀତି, ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରସ୍ତାବକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଏହି ରିପୋର୍ଟର ମୁଖ୍ୟ ଲକ୍ଷ୍ୟ ବୋଲି ଓଡିଶା ଡେଭଲପମେଣ୍ଟ ଇନିସିଏଟିଭିସ୍‌ର ଆବାହକ ତଥା ସିୱାଇଏସ୍‌ଡିର ମାର୍ଗଦର୍ଶକ ଜଗଦାନନ୍ଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?