Posted inଖେଳ

ଓଡ଼ିଶାର ୪ ଖେଳାଳି ସାମିଲ

ନୂଆଦିଲ୍ଲୀ, ୧୧।୫ : ଆସନ୍ତା ଜୁନ୍‌ ୨ରୁ ଜାପାନର କାକାମିଗାହରାଠାରେ ଏସିଆ କପ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଗୋଲକିପର ମାଧୁରୀ କିଣ୍ଡୋ, ଡିଫେଣ୍ଡର ଅଞ୍ଜଳି ବାରଓ୍ବା, ମିଡ୍‌ଫିଲ୍ଡର ଜ୍ୟୋତି ଛତ୍ରୀ, ଫରଓ୍ବାର୍ଡ ସୁନେଲିତା ଟପ୍ପୋ ସାମିଲ ହୋଇଛନ୍ତି। ପ୍ରୀତି ଭାରତୀୟ ଦଳର ଅଧିନାୟିକା ଓ ଦୀପିକା ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି। ଭାରତ ପୁଲ୍‌ ‘ଏ’ରେ କୋରିଆ, ମାଲେସିଆ, ଚାଇନିଜ୍‌ ତାଇପେ ଓ ଉଜବେକିସ୍ତାନ ବିପକ୍ଷରେ ଖେଳିବ। ପୁଲ୍‌ ‘ବି’ରେ ଆୟୋଜକ ଜାପାନ, ଚାଇନା, କାଜାଖସ୍ତାନ, ହଂକଂ ଓ ଇଣ୍ଡୋନେସିଆ ସ୍ଥାନ ପାଇଛି। ଜୁନିୟର ଏସିଆ କପ୍‌ ଭାରତୀୟ ମହିଳା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୩ ଦଳ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ।
ଜୁନିୟର ଏସିଆ କପ୍‌ ପାଇଁ ୧୮ ଜଣିଆ ଦଳ ଚୟନ କରିବା ସହଜ ନ ଥିଲା। କାରଣ କୋର୍‌ ଗ୍ରୁପ୍‌ରେ ପ୍ରତି ଖେଳାଳି ଏକକୁ ଆରେକ। ତଥାପି ଆମେ ଏକ ଶକ୍ତିଶାଳୀ ଦଳ ଚୟନ କରିଛୁ ବୋଲି ଅନୁଭବ କରୁଛୁ। ଭାରତରେ ଅନେକ ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ଏହି ଖେଳାଳିମାନେ ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ପ୍ରକାଶ କରିଛନ୍ତି। ଜୁନ୍‌ ୩ରେ ଉଜ୍‌ବେକିସ୍ତାନ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୫ରେ ମାଲେସିଆ, ୬ରେ କୋରିଆ ଓ ୭ରେ ଚାଇନିଜ୍‌ ତାଇପେକୁ ଭେଟିବ। ଜୁନ୍‌ ୧୦ରେ ସେମିଫାଇନାଲ ଓ ଫାଇନାଲ ୧୧ ତାରିଖରେ ଅନୁଷ୍ଠିତ ହେବ।
ଭାରତୀୟ ଦଳ
ଗୋଲକିପର୍ସ: ମାଧୁରୀ କିଣ୍ଡୋ, ଅଦିତୀ ମାହେଶ୍ୱରୀ।
ଡିଫେଣ୍ଡର୍ସ: ମହିମା ଟେଟେ, ପ୍ରୀତି (ଅଧିନାୟିକା), ନୀଲମ, ରୋପନି କୁମାରୀ, ଅଞ୍ଜଳି ବାରଓ୍ବା।
ମିଡ୍‌ଫିଲ୍ଡର୍ସ: ରୁତଜା ଦାଦାସୋ ପିସାଲ, ମଞ୍ଜୁ ଚୌରାସିଆ, ଜ୍ୟୋତି ଛତ୍ରୀ, ବୈଷ୍ଣବୀ ଭିଥାଲ ଫାଲ୍‌କେ, ସୁଜାତା କୁଜୁର, ମନଶ୍ରୀ ନରେନ୍ଦ୍ର ଶେଦାଗେ।
ଫରଓ୍ବାଡର୍‌ସ: ମୁମ୍‌ତାଜ ଖାଁ, ଦୀପିକା (ଉପ-ଅଧିନାୟିକା), ଦୀପିକା ସୋରେଙ୍ଗ୍‌, ଅନୁ, ସୁନେଲିତା ଟପ୍ପୋ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?