Posted inଖେଳ

ଓଡ଼ିଶାର ୪ ଖେଳାଳି ସାମିଲ

ନୂଆଦିଲ୍ଲୀ, ୧୧।୫ : ଆସନ୍ତା ଜୁନ୍‌ ୨ରୁ ଜାପାନର କାକାମିଗାହରାଠାରେ ଏସିଆ କପ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଆରମ୍ଭ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଗୋଲକିପର ମାଧୁରୀ କିଣ୍ଡୋ, ଡିଫେଣ୍ଡର ଅଞ୍ଜଳି ବାରଓ୍ବା, ମିଡ୍‌ଫିଲ୍ଡର ଜ୍ୟୋତି ଛତ୍ରୀ, ଫରଓ୍ବାର୍ଡ ସୁନେଲିତା ଟପ୍ପୋ ସାମିଲ ହୋଇଛନ୍ତି। ପ୍ରୀତି ଭାରତୀୟ ଦଳର ଅଧିନାୟିକା ଓ ଦୀପିକା ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି। ଭାରତ ପୁଲ୍‌ ‘ଏ’ରେ କୋରିଆ, ମାଲେସିଆ, ଚାଇନିଜ୍‌ ତାଇପେ ଓ ଉଜବେକିସ୍ତାନ ବିପକ୍ଷରେ ଖେଳିବ। ପୁଲ୍‌ ‘ବି’ରେ ଆୟୋଜକ ଜାପାନ, ଚାଇନା, କାଜାଖସ୍ତାନ, ହଂକଂ ଓ ଇଣ୍ଡୋନେସିଆ ସ୍ଥାନ ପାଇଛି। ଜୁନିୟର ଏସିଆ କପ୍‌ ଭାରତୀୟ ମହିଳା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୩ ଦଳ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ।
ଜୁନିୟର ଏସିଆ କପ୍‌ ପାଇଁ ୧୮ ଜଣିଆ ଦଳ ଚୟନ କରିବା ସହଜ ନ ଥିଲା। କାରଣ କୋର୍‌ ଗ୍ରୁପ୍‌ରେ ପ୍ରତି ଖେଳାଳି ଏକକୁ ଆରେକ। ତଥାପି ଆମେ ଏକ ଶକ୍ତିଶାଳୀ ଦଳ ଚୟନ କରିଛୁ ବୋଲି ଅନୁଭବ କରୁଛୁ। ଭାରତରେ ଅନେକ ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି। ଏହି ଖେଳାଳିମାନେ ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ ପ୍ରକାଶ କରିଛନ୍ତି। ଜୁନ୍‌ ୩ରେ ଉଜ୍‌ବେକିସ୍ତାନ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୫ରେ ମାଲେସିଆ, ୬ରେ କୋରିଆ ଓ ୭ରେ ଚାଇନିଜ୍‌ ତାଇପେକୁ ଭେଟିବ। ଜୁନ୍‌ ୧୦ରେ ସେମିଫାଇନାଲ ଓ ଫାଇନାଲ ୧୧ ତାରିଖରେ ଅନୁଷ୍ଠିତ ହେବ।
ଭାରତୀୟ ଦଳ
ଗୋଲକିପର୍ସ: ମାଧୁରୀ କିଣ୍ଡୋ, ଅଦିତୀ ମାହେଶ୍ୱରୀ।
ଡିଫେଣ୍ଡର୍ସ: ମହିମା ଟେଟେ, ପ୍ରୀତି (ଅଧିନାୟିକା), ନୀଲମ, ରୋପନି କୁମାରୀ, ଅଞ୍ଜଳି ବାରଓ୍ବା।
ମିଡ୍‌ଫିଲ୍ଡର୍ସ: ରୁତଜା ଦାଦାସୋ ପିସାଲ, ମଞ୍ଜୁ ଚୌରାସିଆ, ଜ୍ୟୋତି ଛତ୍ରୀ, ବୈଷ୍ଣବୀ ଭିଥାଲ ଫାଲ୍‌କେ, ସୁଜାତା କୁଜୁର, ମନଶ୍ରୀ ନରେନ୍ଦ୍ର ଶେଦାଗେ।
ଫରଓ୍ବାଡର୍‌ସ: ମୁମ୍‌ତାଜ ଖାଁ, ଦୀପିକା (ଉପ-ଅଧିନାୟିକା), ଦୀପିକା ସୋରେଙ୍ଗ୍‌, ଅନୁ, ସୁନେଲିତା ଟପ୍ପୋ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri