Posted inରାଜ୍ୟ

୧୪ରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଅଧିକାରୀଙ୍କ ଧର୍ମଘଟ

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ବିଭିନ୍ନ ଦାବି ନେଇ ଆସନ୍ତା ୧୪ତାରିଖରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ଅଧିକାରୀମାନେ ଧର୍ମଘଟ କରିବେ। ଏନେଇ ଶନିବାର ଗୌରୀନଗର ଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆସୋସିଏଶନ୍‌ ଅଫ୍‌ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ(ଏଓଜିବିଓ) ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି ଓଜିବି ମ୍ୟାନେଜମେଣ୍ଟ ଏବଂ ଏଓଜିବିଓ ମଧ୍ୟରେ ବିଭିନ୍ନ ଦାବି ନେଇ ଧାରଣା ଓ ଆଲୋଚନା ହୋଇଥିଲେ ମଧ୍ୟ ମ୍ୟାନେଜମେଣ୍ଟ ଆସୋସିଏଶନ୍‌ର ପ୍ରମୁଖ ଦାବି ପୂରଣ କରିପାରି ନାହିଁ। ଗତ ୩୦ତାରିଖରେ ଏଓଜିବିଓ ଏବଂ ବ୍ୟାଙ୍କ ମ୍ୟାନେଜମେଣ୍ଟ ମଧ୍ୟରେ ଆଲୋଚନା ହୋଇଥିଲା। ଉକ୍ତ ଆଲୋଚନାରେ ମ୍ୟାନେଜମେଣ୍ଟ କେତେକ ପ୍ରମୁଖ ଦାବି ପୂରଣ କରିବା ପାଇଁ କିଛି ଦିନ ସମୟ ମାଗିଥିଲା। ଫଳରେ ଆଲୋଚନାକ୍ରମେ ଆସୋସିଏଶନ୍‌ ୭ତାରିଖରେ ହେବାକୁ ଥିବା ଧର୍ମଘଟକୁ ୧୪ ତାରିଖକୁ ଘୁଞ୍ଚାଇଥିଲା। ତଥାପି ଓଜିବି ମ୍ୟାନେଜମେଣ୍ଟ କୌଣସି ଦାବି ପୂରଣ କରିବା ପାଇଁ ତତ୍ପରତା ଦେଖାଉ ନାହିଁ। ଏଣୁ ଆସୋସିଏଶନ୍‌ ୧୪ ତାରିଖରେ ଧର୍ମଘଟକୁ ଓହ୍ଲାଇବ ବୋଲି ସତର୍କ କରାଇଛି। ଏହି ଧର୍ମଘଟ ଫଳରେ ଓଡିଶା ଗ୍ରାମ ବ୍ୟାଙ୍କର ପ୍ରାୟ ସମସ୍ତ ଶାଖା ବନ୍ଦ ରହିବ ଏବଂ ୭୦ ଲକ୍ଷ ଗ୍ରାହକ ବ୍ୟାଙ୍କ ସେବାରୁ ନିବୃତ୍ତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

ପୁରୀ ଅଫିସ,୧୯।୩: ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬...

ଧରିତ୍ରୀ ପ୍ରଭାବ: ଆଜି ବ୍ରହ୍ମାନନ୍ଦଙ୍କ ଧାନ କିଣିବେ ସରକାର; ଟୁଇଟ୍‌ ଯୋଗେ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବାଘମାରୀ ଗାଁର ଚାଷୀ ବ୍ରହ୍ମାନନ୍ଦ ଦାଶଙ୍କ ଧାନ କିଣା ହେଉ ନ ଥିଲା। ଚାଷ କାର୍ଯ୍ୟ...

୪ ବର୍ଷ ୟୁଜି ପାଠ୍ୟକ୍ରମ ପରେ ଅନର୍ସ ଡିଗ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଏଣିକି ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢ଼ିବାକୁ ପଡ଼ିବ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି।...

କୋଲ୍‌ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କନ୍‌କ୍ଲେଭ-୨୦୨୨

ଭୁବନେଶ୍ୱର,୧୬।୧୨:କୋଲ୍‌ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ(ଆଇଆର୍‌) କନ୍‌କ୍ଲେଭ-୨୦୨୨ ଗୁରୁବାର ସ୍ଥାନୀୟ ଜୟଦେବବିହାରସ୍ଥିତ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ବ୍ୟବସାୟ ସକ୍ଷମ...

୨୦୨୪ ମାର୍ଚ୍ଚରୁ ମାଲକାନଗିରିରୁ ବିମାନ ଉଡ଼ାଣ

ଭୁବନେଶ୍ୱର,(ବ୍ୟୁରୋ)/ମାଲକାନଗିରି/ଜୟପୁର,୧୫ା୪(ଡି.ଏନ୍‌.ଏ./ନି.ପ୍ର.): ଆସନ୍ତା ୨୦୨୪ ମାର୍ଚ୍ଚରେ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ମାଲକାନଗିରି ଜିଲା ଗସ୍ତ...

କମୁଛି ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୯ ଆକ୍ରାନ୍ତ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ରହିଥିବା...

ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି

ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...

ଡରାଇଲାଣି ମୃତ୍ୟୁ ସଂଖ୍ୟା: ଆଉ ୨୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜ୍ୟରେ ଆଉ ୨୩ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭଦ୍ରକର ୮୮ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ୫୬ ବର୍ଷୀୟ ମହିଳା, ୫୨ ବର୍ଷୀୟ...

Advertisement
Archives

Model This Week