ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି।

ବ୍ରଜମୋହନ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ଜଣେ ରାଜନେତା। ଅତୀତରେ ସେ ବିଧାୟକ ରହିବା ସହ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ବ୍ରଜମୋହନ ରାମ ୧୯୯୬, ୧୯୯୮ ଓ ୧୯୯୯ରେ ପଲାମୁ ଲୋକସଭା ଆସନରୁ କ୍ରମାଗତ ଭାବେ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।

ରାଜ୍ୟପାଳ ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ଓଡ଼ିଶା ସହ କେରଳ, ତାମିଲନାଡୁ, କର୍ନାଟକ, ଉତ୍ତରାଖଣ୍ଡ ଓ ସିକିମକୁ ସାମିଲ କରାଯାଇଛି। କେରଳରେ ଓମ୍‌ପ୍ରକାଶ ମାଥୁର, ତାମିଲନାଡୁରେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କର୍ନାଟକରେ ଡାକ୍ତର ସୁଧା ଯାଦବ, ଉତ୍ତରାଖଣ୍ଡରେ ଧଳସିଂହ ବିଶେନ ଏବଂ ସିକିମରେ ଦୁଶ୍ୟନ୍ତ ଗୌତମଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

 

Dharitri – Odisha’s No.1 Odia Daily

Share