Posted inଖେଳ

ଓଡ଼ିଶା ବାଳିକା, ବାଳକ ଓଭରଅଲ୍‌ ଚାମ୍ପିୟନ

ଭୁବନେଶ୍ୱର, ୧୩ା୬(ସ୍ପୋଟର୍‌ସ ବ୍ୟୁରୋ): କିଟ୍‌ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପ୍ରଥମ ଜନଜାତି ଖେଳ ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ବାଳିକା ଓ ବାଳକ ଦଳ ସାମଗ୍ରିକ ଚାମ୍ପିୟନ ହୋଇଛି। ସେହିପରି କର୍ନାଟକ ବାଳିକା ଓ ବାଳକ ଦଳ ରନର ଅପ୍‌ ଏବଂ ଝାଡ଼ଖଣ୍ଡ ଦ୍ୱିତୀୟ ରନରଅପ୍‌ ହୋଇଛି। ରଗ୍‌ବୀ ବାଳକ ବର୍ଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ଜିତିଛି। ଝାଡ଼ଖଣ୍ଡ ରୌପ୍ୟ ଓ ମହାରାଷ୍ଟ୍ର ବ୍ରୋଞ୍ଜ ପାଇଛି। ସେହିପରି ବାଳିକା ବିଭାଗରେ ମଧ୍ୟ ଓଡ଼ିଶା ଚାମ୍ପିୟନ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଯଥାକ୍ରମେ ରନରଅପ୍‌ ଓ ତୃତୀୟ ହୋଇଛନ୍ତି। ପୁରୁଷ ହକିରେ ଓଡ଼ିଶା ଚାମ୍ପିୟନ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ରନରଅପ୍‌ ଓ ତୃତୀୟ ହୋଇଛନ୍ତି। ବାଳିକା ବିଭାଗରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝାଡ଼ଖଣ୍ଡ ଓ ମଧ୍ୟ ପ୍ରଦେଶ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ସେହିପରି ପୁରୁଷ କବାଡ଼ିରେ ଓଡ଼ିଶା, ତାମିଲନାଡୁ ଓ କର୍ନାଟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ସେହିପରି ମହିଳା ବିଭାଗରେ କର୍ନାଟକ, ଛତିଶଗଡ଼ ଓ ଓଡ଼ିଶା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଖୋ ଖୋରେ ଓଡ଼ିଶା ପ୍ରଥମ, କର୍ନାଟକ ଦ୍ୱିତୀୟ ଏବଂ ମଧ୍ୟ ପ୍ରଦେଶ ଓ ଗୁଜରାଟ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି। ବାଳିକା ବର୍ଗରେ ମଧ୍ୟ ଓଡ଼ିଶା ଚାମ୍ପିୟନ, ଗୁଜରାଟ ରନରଅପ୍‌ ଏବଂ ଚତିଶଗଡ଼ ଓ କର୍ନାଟକ ତୃତୀୟ ହୋଇଛନ୍ତି। ସେହିପରି ବାଳକ ଫୁଟ୍‌ବଲରେ ଓଡ଼ିଶା ପ୍ରଥମ, ବିହାର ଓ ଝାଡ଼ଖଣ୍ଡ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ବାଳିକା ବର୍ଗରେ ଛତିଶଗଡ଼ ପ୍ରଥମ, ଝାଡ଼ଖଣ୍ଡ ଦ୍ୱିତୀୟ ଓ ତ୍ରିପୁରା ତୃତୀୟ ହୋଇଛନ୍ତି। ଭଲିବଲ୍‌ ବାଳକ ବିଭାଗରେ କର୍ନାଟକ, ଉତ୍ତରାଖଣ୍ଡ ଓ ଓଡ଼ିଶା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ବାଳିକା ବିଭାଗରେ କର୍ନାଟକ, ଓଡ଼ିଶା ଓ ଗୁଜରାଟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ଭାବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅନୁସୂଚିତ ଜାତୀୟ ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା, କେନ୍ଦ୍ର ସଂସ୍କୃତି ବିଭାଗ ଯୁଗ୍ମ ସଚିବ ସଂଯୁକ୍ତା ମୁଦ୍‌ଗଲ ଏବଂ ରଗ୍‌ବୀ ଇଣ୍ଡିଆ ସଭାପତି ରାହୁଲ ବୋଷ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମଗ୍ରିକ ବାଳିକା ଓ ବାଳକ ଚାମ୍ପିୟନ ଓଡ଼ିଶା ଦଳକୁ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri