Posted inଖେଳ

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି। ଏବେ ଏହି ସଫଳତାକୁ ଆହୁରି ଆଗକୁ ନେବା ସମୟ। ଦୁଇ ଚରଣ ବିଶିଷ୍ଟ ସେମିଫାଇନାଲର ପ୍ରଥମ ମ୍ୟାଚ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଅନ୍ୟତମ ଶକ୍ତିଶାଳୀ କ୍ଲବ ମୋହନ ବାଗାନ ସୁପର ଜାଏଣ୍ଟକୁ ଭେଟିବ ଓଡ଼ିଶା ଏଫ୍‌ସି। ଲିଗ୍‌ ପର୍ଯ୍ୟାୟରେ ମୋହନ ବାଗାନ ୨୨ ମ୍ୟାଚରୁ ୪୮ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷସ୍ଥାନ ହାସଲ ସହ ସିଧାସଳଖ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଅନ୍ୟପକ୍ଷରେ ୪ର୍ଥ ସ୍ଥାନରେ ରହିଥିବା ଓଡ଼ିଶା ଏଫ୍‌ସି ପ୍ଲେ-ଅଫ୍‌ରେ କେରଳ ବ୍ଲାଷ୍ଟର୍ସକୁ ୨-୧ ଗୋଲରେ ହରାଇ ଆଗାମୀ ବଡ଼ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି। ଚଳିତ ସିଜନର ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା ଏଫ୍‌ସି ଓ ମୋହନ ବାଗାନ ସୁପର ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ୨ଟି ଯାକ ମୁକାବିଲା ବେଶ୍‌ ରୋଚକ ରହିଥିଲା। ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚକୁ ୨-୨ ଗୋଲରେ ଡ୍ର ରଖି କଳିଙ୍ଗ ଓ୍ବାରିୟର୍ସ ଦଳ ନିଜ ଦକ୍ଷତା ଦେଖାଇଥିଲା। ଘରୋଇ ପରିବେଶରେ ଅନୁଷ୍ଠିତ ଦ୍ୱିତୀୟ ମୁକାବିଲା ମଧ୍ୟ ଗୋଲଶୂନ୍ୟ ଡ୍ର ରହିଥିଲା। ତେଣୁ ଆଗାମୀ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି।
ଟେବୁଲର ଶୀର୍ଷରେ ରହି ମୋହନ ବାଗାନ ଚଳିତବର୍ଷର ଶିଲ୍ଡ ବିଜେତା ହୋଇଛି। ଅନ୍ୟପକ୍ଷରେ ଓଡ଼ିଶା ଏଫ୍‌ସି ଚଳିତ ସିଜନରେ କଳିଙ୍ଗ ଷ୍ଟାଡିୟମରେ ୧୨ ମ୍ୟାଚରେ ଅପରାଜେୟ ରହିଛି। କେବଳ ବେଙ୍ଗାଲୁରୁ ଏଫ୍‌ସି ଜାନୁୟାରୀ ୨୦୧୮ରୁ ନଭେମ୍ବର ୨୦୧୯ ମଧ୍ୟରେ ସର୍ବାଧିକ ୧୯ଟି ମ୍ୟାଚରେ ଘରୋଇ ପରିବେଶରେ ଅପରାଜେୟ ରହି ଓଡ଼ିଶା ଏଫ୍‌ସିଠାରୁ ଆଗରେ ରହିଛି। ମୋହନ ବାଗାନ ସୁପର ଜାଏଣ୍ଟ ୨୨ ଲିଗ୍‌ ମ୍ୟାଚରେ ୪୭ଟି ଗୋଲ ସ୍କୋର କରିଛି। ଏହା ଅନ୍ୟ ଦଳଗୁଡ଼ିକ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ତେଣୁ ଓଡ଼ିଶା ଏଫ୍‌ସିକୁ ଆଗାମୀ ମ୍ୟାଚ ସତର୍କତାର ସହ ଖେଳିବାକୁ ପଡ଼ିବ। କାରଣ ଇତିହାସ ଦେଖିଲେ ମୋହନ ବାଗାନ ବିପକ୍ଷରେ ଓଡ଼ିଶା ଏଫ୍‌ସିର ଓଭରଅଲ୍‌ ରେକର୍ଡ ଭଲ ନାହିଁ। ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୯ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ମୋହନ ବାଗାନ ସୁପର ଜାଏଣ୍ଟ ୪ ମ୍ୟାଚ ଜିତିଥିବାବେଳେ ୫ ଗେମ୍‌ ଡ୍ର ରହିଛି। ଅର୍ଥାତ୍‌ ଏହି ଦଳ ବିପକ୍ଷରେ ଓଡ଼ିଶା ଏଫ୍‌ସି ଏପର୍ଯ୍ୟନ୍ତ ବିଜୟ ସ୍ବାଦ ଚାଖିନାହିଁ।
ସୋମବାର ଅନୁଷ୍ଠିତ ପ୍ରି- ମ୍ୟାଚ ଖବରଦାତା ସମ୍ମିଳନୀରେ ଆଗାମୀ ମୁକାବିଲା ଏବଂ ଓଡ଼ିଶା ଏଫ୍‌ସିର ସମ୍ଭାବନା ସମ୍ପର୍କରେ ନିଜ ମତ ରଖିଥିଲେ ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ତାରକା ଗୋଲକିପର ଅମରିନ୍ଦର ସିଂ। ” ଆଗାମୀ ମ୍ୟାଚ କଷ୍ଟସାଧ୍ୟ ହେବ। ଆମେ ବର୍ତ୍ତମାନର ଶିଲ୍ଡ ବିଜେତାଙ୍କୁ ଭେଟିବାକୁ ଯାଉଛୁ। ମୋହନ ବାଗାନ ଏକ ଭଲ ଦଳ। ଆମେ ମଧ୍ୟ ଉତ୍ତମ ଦଳ ଏବଂ କଳିଙ୍ଗରେ ଅପରାଜେୟ ଅଛୁ। ଘରୋଇ ପରିବେଶରେ ଥିବା ଫଳାଫଳକୁ ନେଇ ମୋମେଣ୍ଟମକୁ ଆମେ ବଜାୟ ରଖିବାକୁ ଚେଷ୍ଟା କରିବୁ। ସିଜନରେ ଅପରାଜେୟ ରହିବା ଆମର ମୁଖ୍ୟ ଟାର୍ଗେଟ। ସେମିଫାଇନାଲରେ ପ୍ରବେଶ କରିବା ଆମପାଇଁ ବହୁତ ସ୍ବତନ୍ତ୍ର ଥିଲା। ଆମେ କ୍ଲବ ପାଇଁ ଆହୁରି ସଫଳତା ଆଣିବାକୁ ଚାହୁଁଛୁ। ଆମେ ଆଉ ଏକପାଦ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛୁ। ଯଦି ଫାଇନାଲରେ ପ୍ରବେଶ କରୁ ତେବେ ବହୁତ ବଡ଼ କଥା ହେବ। ଟ୍ରଫି ଜିତିବାକୁ ହେଲେ ଉତ୍ତମ ଦଳ ଗଠନ ଆବଶ୍ୟକ। ଆମ ଦଳର ଖେଳାଳିମାନେ ସଫଳତା ପାଇଁ ବ୍ୟଗ୍ର। ପ୍ଲେ-ଅଫ୍‌ ମ୍ୟାଚରେ ସେମାନେ ତାହା କାମରେ କରି ଦେଖାଇଛନ୍ତି“ ବୋଲି ଲୋବେରା ପ୍ରକାଶ କରିଛନ୍ତି।
”ଆଇଏସ୍‌ଏଲ୍‌ର ପାଖାପାଖି ପ୍ରତି ସଂସ୍କରଣରେ ଖେଳିବା ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି। କେବଳ ଗୋଲ୍ଡେନ ଗ୍ଲୋଭ୍ସ ନୁହେଁ ବରଂ ଆଇଏସ୍‌ଏଲ୍‌ ଟ୍ରଫି ଚାମ୍ପିୟନ ହେବା ମୋର ମୁଖ୍ୟ ଲକ୍ଷ୍ୟ। ସିଜନସାରା ଦର୍ଶକମାନେ ଆମକୁ ସମର୍ଥନ କରି ଆସିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକମାନେ ଷ୍ଟାଡିୟମକୁ ଆସନ୍ତୁ ଏବଂ ଆଗାମୀ ମ୍ୟାଚ ପାଇଁ ଆମକୁ ଉତ୍ସାହିତ କରନ୍ତୁ“ ବୋଲି ଅମରିନ୍ଦର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri