‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ଏପରି କି ତାଙ୍କୁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ଲୋକେ କହୁଛନ୍ତି। ଫାଇନାଲ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ସହ ଡ୍ର ରଖିବା ଦ୍ୱାରା ସେ କେବଳ ସମ୍ମାନଜନକ ଟୁର୍ନାମେଣ୍ଟ ଜିତି ନାହାନ୍ତି, ମାତ୍ର ୧୭ବର୍ଷ ବୟସରେ ସେ ସର୍ବକନିଷ୍ଠ ବିଶ୍ୱ ଟାଇଟଲ ଚ୍ୟାଲେଞ୍ଜର ହୋଇପାରିଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ତଥା ଅନ୍ୟତମ ଭାରତୀୟ ଭାବେ କ୍ୟାଣ୍ଡିଡେଟ୍ସ ଜିତିଥିବା କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ପ୍ରଥମ ବ୍ୟକ୍ତି ଭାବେ ଏହି ସ୍ବଳ୍ପ ବୟସ୍କଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ପାଇଁ ଚେସ୍‌ ପରିବାର ଗର୍ବିତ। ବିଭିନ୍ନ କଠିନ ପରିସ୍ଥିତିରେ ମ୍ୟାଚ୍‌କୁ ଯେପରି ହାତେଇଛ ଏବଂ ଖେଳିଛ ସେଥିପାଇଁ ସେ ନିଜେ ବ୍ୟକ୍ତିଗତ ଗର୍ବିତ ବୋଲି ଆନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁକେଶଙ୍କ ଏହି ପ୍ରେରଣାଦାୟକ ବିଜୟର ଉଚ୍ଚ ପ୍ରଶଂସା କରିଛନ୍ତି। ଗୁକେଶ ସର୍ବକନିଷ୍ଠ ଖେଳାଳି ହିସାବରେ ଫିଡେ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତିଥିବାରୁ ଭାରତ ଗର୍ବିତ। ଅନେକ ଚେସ୍‌ ଖେଳାଳିଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଥିବା କହିଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁକେଶଙ୍କୁ ସାବାସୀ ଜଣାଇଛନ୍ତି। ମାତ୍ର ୧୭ ବର୍ଷ ବୟସରେ ଫିଡେ କ୍ୟାଣ୍ଡିଡେଟ୍ସ ଜିତିବା ବହୁତ ବଡ଼ ସଫଳତା ବୋଲି ସେ କହିଛନ୍ତି। ଆଗକୁ ବଢ଼ ଆମେ ତୁମ ସାଥିରେ ଅଛୁ ବୋଲି ସେ କହିଛନ୍ତି। ମାତ୍ର ୧୨ ବର୍ଷ ବୟସରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବାରେ ଗୁକେଶ ଚେସ୍‌ ଇତିହାସରେ ତୃତୀୟ ସର୍ବ କନିଷ୍ଠ ଖେଳାଳି। ଇଂଲିଶ ଗ୍ରାଣ୍ଡମାଷ୍ଟର ଡେଭିଡ୍‌ ହାଓ୍ବେଲ କହିଛନ୍ତି ଏହି ଗୁକେଶଙ୍କ ବିପକ୍ଷରେ ସେ ପ୍ରଥମ ମ୍ୟାଚ ସମୟରେ ତାଙ୍କ ପ୍ରତିଭା ସମ୍ପର୍କରେ ସୁରାକ ପାଇଥିଲେ। ଭାରତର ଏହି ସ୍ବଳ୍ପ ବୟସ୍କ ଖେଳାଳି ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବୋଲି ହାଓ୍ବେଲ ଟୁଇଟ କରିଛନ୍ତି। ଗୁକେଶଙ୍କ ଚମକପ୍ରଦ ପ୍ରଦର୍ଶନକୁ ନେଇ ପୂର୍ବତନ ବିଶ୍ୱ ଚାମ୍ପିୟନ ଓ ଗ୍ରାଣ୍ଡମାଷ୍ଟର ରୁଷିଆର ଭ୍ଲାଡିମିର କ୍ରାମ୍‌ନିକ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ କ୍ୟାରିଅରରେ ସେ ଯେତୋଟି ଗେମ୍‌ ଦେଖିଛନ୍ତି ଗୁକେଶଙ୍କ ସୋମବାର ଗେମ୍‌ ସର୍ବଶ୍ରେଷ୍ଠ ବୋଲି ସେ କହିଛନ୍ତି। ଏହି ବିଜୟ ଦ୍ୱାରା ଗୁକେଶ କିମ୍ବଦନ୍ତୀ ଗ୍ୟାରି କାସ୍ପାରୋଭଙ୍କ ଦୀର୍ଘ ୪୦ ବର୍ଷର ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ରୁଷିଆର ଏହି ୨୨ ବର୍ଷୀୟ ଖେଳାଳିଙ୍କୁ ଯେତେବେଳ ମାତ୍ର ୨୨ ବର୍ଷ ବୟସ ହୋଇଥିଲା, ସେ ୧୯୮୪ରେ ନିଜ ଦେଶର ଆନାଟୋଲି କାର୍ପୋଭଙ୍କ ସହ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଗୁକେଶ ବିଶ୍ୱ ଚାମ୍ପିୟନ ହେବା ଲାଗି ଚଳିତବର୍ଷ ପରବର୍ତ୍ତୀ ଭାଗରେ ବର୍ତ୍ତମାନ ବିଶ୍ୱ ଚାମ୍ପିୟନ ଥିବା ଚାଇନାର ଡିଙ୍ଗ୍‌ ଲିରେନଙ୍କ ସହ ମୁକାବିଲା କରିବେ। ଗୁକେଶ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇ ଉଭା ହୋଇଥିବାରୁ ମହିଳା ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୋନେରୁ ହମ୍ପି ତାଙ୍କୁ ଅଭିନନ୍ଦନ ଜଣାଇନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?