ପୁରୁଣା ଆପାର୍ଟମେଣ୍ଟ ବିକ୍ରି ପ୍ରକ୍ରିୟା ସହଜ କଲେ ରାଜ୍ୟ ସରକାର: ମିଳିବ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର,୪।୧୨: ଓଡ଼ିଶା ସରକାର ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି। ଏଥିପାଇଁ ରିଅଲ ଇଷ୍ଟେଟ୍ (ନିୟନ୍ତ୍ରଣ ଏବଂ ବିକାଶ) ଅଧିନିୟମ, ୨୦୧୬ ଏବଂ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧିନିୟମ-୨୦୨୩ ରେ ଆବଶ୍ୟକୀୟ ସଂଶୋଧନ କରାଯାଇ ନିୟମ କୋହଳ କରାଯାଇଛି।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗୁରୁବାର ଏହି ସୂଚନା ଦେଇ କହିଛନ୍ତି ଯେ ବିସ୍ତୃତ ଆଲୋଚନା ପରେ ସରକାର ଏହି ନିୟମକୁ କୋହଳ କରିଛନ୍ତି, ଯାହା ଲୋକଙ୍କୁ ବହୁତ ଉପକୃତ କରିବ।

ଅକ୍ଟୋବର ୫, ୨୦୧୬ ପୂର୍ବରୁ ବିକ୍ରି ହୋଇଥିବା ଆପାର୍ଟମେଣ୍ଟଗୁଡ଼ିକର ପୁନଃ-ବିକ୍ରି ପାଇଁ ଏବେ ଆଉ ଅକୁପାନ୍ସି ସାର୍ଟିଫିକେଟ୍‌ ଏବଂ RERA ପଞ୍ଜୀକରଣ ସାର୍ଟିଫିକେଟ୍‌ ଦରକାର ପଡ଼ିବ ନାହିଁ। ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ଏବେ କେବଳ ସମ୍ପତ୍ତିର ପୁନଃ-ବିକ୍ରି ସମୟରେ ପୁରୁଣା ଟ୍ରାନ୍ସଫର ଦଲିଲ କିମ୍ବା ପଞ୍ଜୀକୃତ ବିକ୍ରି ଦଲିଲ ଦାଖଲ କରିବେ।

ପୂର୍ବରୁ ଅନେକ ଆପାର୍ଟମେଣ୍ଟ ମାଲିକ, ବିଶେଷ କରି ଭୁବନେଶ୍ୱର ଓ କଟକ ଭଳି ଯୁଗ୍ମ ସହରରେ, ଉପରୋକ୍ତ କାଗଜପତ୍ର ଅଭାବରୁ ସେମାନଙ୍କ ସମ୍ପତ୍ତିର ପୁନଃ-ବିକ୍ରି ବା ହସ୍ତାନ୍ତର ପାଇଁ ପଞ୍ଜୀକରଣ କରିବାରେ ଅସୁବିଧା ଭୋଗୁଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ଏହି ନିଷ୍ପତ୍ତି ଫଳରେ ରାଜ୍ୟର ସହରାଞ୍ଚଳରେ ଥିବା ପୁରୁଣା ଆପାର୍ଟମେଣ୍ଟ ମାଲିକମାନେ ବହୁତ ଲାଭବାନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଘର ଆଗରେ ମା’-ଝିଅଙ୍କୁ ଅସଦାଚରଣ, ଥାନାରେ ଏତଲା ଦେବା ପରେ…

ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର…

ଜଗା ଦର୍ଶନ ସାରି ଫେରୁଥିଲେ, ଘରକୁ ଧକ୍କା ଦେଲା ବୋଲେରୋ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୬ା୬(ସବିତା ମିଶ୍ର): ଜଗା ଦର୍ଶନ ସାରି ଫେରିବା ବେଳେ ରାସ୍ତାକଡ଼ରେ ଥିବା ଏକ ଘରକୁ ଧକ୍କା ଦେଇଛି ଏକ ବୋଲେରୋ। ଫଳରେ ଏଥିରେ ୮ ଜଣ ଆହତ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri