୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ ଇସ୍ତଫା ଦେବାକୁ ଧମକ ଦେଇଛି। ଓଏମଏସଏ ରବିବାର ରାଜଧାନୀରେ ଏହାର ସାଧାରଣ ସଭା ଅନୁଷ୍ଠିତ କରିବା ପରେ ଏହି ଘୋଷଣା କରିଛି।

ଓଏମଏସଏ ସହ ଜଡ଼ିତ ଡାକ୍ତରମାନେ ରାଜ୍ୟରେ ତୁରନ୍ତ ଡାଇନାମିକ ଆସୁରଡ଼ କ୍ୟାରିୟର ପ୍ରୋଗ୍ରେସନ (ଡିଏସିପି) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଦେଶର ଅନ୍ୟୂନ ୧୮ଟି ରାଜ୍ୟରେ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କ ପାଇଁ ଡିଏସିପି କାର୍ଯ୍ୟକାରୀ ହୋଇସାରିଛି ବୋଲି ସେମାନେ ଦାବି କରିଛନ୍ତି।

ଏହା ବ୍ୟତୀତ, ଡାକ୍ତରମାନେ ଓଡ଼ିଶାରେ ଗତ ସାତ ବର୍ଷ ଧରି ହୋଇନଥିବା କ୍ୟାଡର ପୁନର୍ଗଠନ କରିବାକୁ ଅନୁରୋଧ କରିଛନ୍ତି। ଏହା ସହିତ, ଓଏମଏସଏ ରାଜ୍ୟ ସରକାରଙ୍କୁ ଓଡ଼ିଶାର ଦନ୍ତ ଚିକିତ୍ସକମାନଙ୍କୁ ଡିଏସିପି, ପୋଷ୍ଟଗ୍ରାଜୁଏସନ ପାଇଁ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଅନୁରୋଧ କରିଛି।

ସେହିପରି, ଡାକ୍ତରମାନଙ୍କ ସଂଗଠନ ସରକାରଙ୍କୁ ଅନୁରୋଧ କରିଛି ଯେ ଅସ୍ଥାୟୀ ଡାକ୍ତରମାନଙ୍କର ଚୁକ୍ତିବଦ୍ଧ ଅବଧିକୁ ଡିଏସିପି କାର୍ଯ୍ୟକାରୀ କରିବା ସମୟରେ ବିଚାରକୁ ନିଆଯାଉ।

ଏହା ବ୍ୟତୀତ, ଓଏମଏସଏ ସରକାରଙ୍କୁ ଡାକ୍ତରମାନଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରିବା ସମୟରେ ସ୍ୱଚ୍ଛତା ବଜାୟ ରଖିବାକୁ ଅନୁରୋଧ କରିଛି। “ଯେଉଁ ଡାକ୍ତରମାନେ କେବିକେ ଅଞ୍ଚଳରେ ପାଞ୍ଚ ବର୍ଷ ଧରି ସେବା କରିସାରିଛନ୍ତି, ସେମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଅନ୍ୟ ସ୍ଥାନକୁ ବଦଳି କରାଯାଉ,” ଓଏମଏସଏ କହିଛି।

ସେହିପରି ସଂଗଠନ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମାର ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରିଛି। ଏହା ବ୍ୟତୀତ, ସେମାନେ ସରକାରଙ୍କୁ ଡାକ୍ତରମାନଙ୍କର ମୂଲ୍ୟାଙ୍କନ ରିପୋର୍ଟ ଜାରି କରିବା ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ଅଧିକାର ଦେବା ପାଇଁ ଆବଶ୍ୟକ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚରେ ଅଭିନୟବେଳେ ଟଳିପଡ଼ିଲେ ହନୁମାନ କଳାକାର ମିଥୁନ, ଲୁହରେ ଭିଜିଲା ପୂରା ଗାଁ…

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମର ଲୋକପ୍ରିୟ ମଞ୍ଚ କଳାକାର ମିଥୁନ ପ୍ରଧାନ (୩୫)ଙ୍କର ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଛି।…

ଲିଙ୍ଗଭିତ୍ତିକ ହିଂସା ନିରୋଧ ଅଭିଯାନ, ମହିଳାଙ୍କ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ

ଛତ୍ରପୁର,୨୫ା୧୧(ଦିଲ୍ଲୀପ ସାମଲ): ମହିଳାଙ୍କ ପ୍ରତି ହିଂସା ନିରୋଧ ଅନ୍ତର୍ଜାତୀୟ ଦିବସ ଅବସରରେ ଗଞ୍ଜାମ ଜିଲାରେ ଲିଙ୍ଗଭିତ୍ତିକ ହିଂସା ନିରୋଧ ୧୬ ଦିନିଆ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି।…

ଆସନ୍ତାକାଲି ବିଧାନସଭାରେ ଆତ୍ମାହୁତି ଦେବି…ଚରମ ଚେତାବନୀ ଦେଲେ ତାରା ବାହିନୀପତି

ଭୁବନେଶ୍ୱର,୨୫।୧୧: କୋଟିଆ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରି ଚରମ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଆସନ୍ତାକାଲି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଦେଲେ ନବୀନ ପଟ୍ଟନାୟକ: ଭାଇରାଲ ହେଉଛି ଟୁଇଟ୍‌

ନୂଆଦିଲ୍ଲୀ,୨୫।୧୧: ଭାରତୀୟ କ୍ରିକେଟର ନୂଆ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂକୁ ନେଇ ଏବେ ସବୁଠି ଚର୍ଚ୍ଚା। ମାତ୍ର ୫୩ଟି ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼: ଜୀଅନ୍ତା କଙ୍କଡ଼ା ,ଛଟପଟ ମାଛ

ଭୁବନେଶ୍ବର,୨୫।୧୧: ଛାଡ଼ଖାଇକୁ ନେଇ ଆଜି ସବୁଠି ଉତ୍ସାହ। ଦୀର୍ଘଦିନର ଆମିଷ ବର୍ଜନ ପରେ ଛାଡ଼ଖାଇରେ ଆମିଷ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଆଗ୍ରହ। ଏହାକୁ…

ଶାଶୁଘର ଆଗରେ ଧାରଣାରେ ବସିଲେ ମହିଳା

ଯାଜପୁର ଟାଉନ,୨୫।୧୧:(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱରରେ ଶାଶୁଘର ସମ୍ମୁଖରେ ମଙ୍ଗଳବାର ଜଣେ ମହିଳା ଧାରଣା ଦେଇଛନ୍ତି। ସ୍ବାମୀଙ୍କ ସହ ତାଙ୍କର ଛାଡ଼ପତ୍ର…

ଲଭ, ସେକ୍ସ ଓ ଧୋକା: ଅଭିନେତାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨୫।୧୧(ତ୍ରିନାଥ ମହାନ୍ତି): ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କଠାରୁ ଟଙ୍କା ନେବା ଏବଂ ପରେ ଧୋକା ଦେବା ଅଭିଯୋଗରେ ଜଣେ ଅଭିନେତାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?