ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୦।୭ (ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ସହି ନ ପାରି ଗତ ଜୁଲାଇ ୨ରେ କାରୁବାକୀ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ ୧୮ଦିନ ବିତିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ରୁଚିକାଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ଓ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟା ଓଡ଼ିଶା ବନ୍ଦ ପାଳନ କରାଯାଇଛି। ସକାଳ ୬ରୁ ସା ୬ ପର୍ଯ୍ୟନ୍ତ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇଥିଲେ ମଧ୍ୟ ରାଜ୍ୟରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। କଟକ, ଖୋର୍ଦ୍ଧା, ଯାଜପୁର, ଜଗତ୍‌ସିଂହପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଜିଲାରେ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ରୁଚିକାଙ୍କ ଗାଁ କଟକ ଜିଲା ଆଠଗଡ଼ କଖଡ଼ି ଗ୍ରାମରେ ମଧ୍ୟ ସମ୍ପର୍କୀୟଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ଯୋଗୁ ଗାଡ଼ି ଚଳାଚଳ ସାମୟିକ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଦୋକାନ ବଜାର ଖୋଲା ରହିଥିଲା। ବସ୍‌ ଓ ଟ୍ରେନ ଚଳାଚଳ କରିବା ସହ ସ୍କୁଲ, କଲେଜ ପାଠପଢ଼ା ସ୍ବାଭାବିକ ରହିଥିଲା। ଏହାକୁ ସମର୍ଥନ କରି କଂଗ୍ରେସ ରାସ୍ତାକୁ ଓହ୍ଲାଇଥିବାବେଳେ କେତେକ ସ୍ଥାନରେ କଲେଜ ଛାତ୍ରୀଛାତ୍ର ମଧ୍ୟ ସାମିଲ ହୋଇଥିଲେ। ବିଶେଷକରି ରାଜଧାନୀ ଭୁବନେଶ୍ୱରରେ ବନ୍ଦର କିଛିଟା ପ୍ରଭାବ ଦେଖିବାକୁ ମିଳିଥିଲା। ମହର୍ଷି କଲେଜ, ଏକାମ୍ର କଲେଜର ଛାତ୍ରୀଛାତ୍ର ରୁଚିକାଙ୍କୁ ନ୍ୟାୟ ଦାବି କରିବା ସହ ରାଗିଂମୁକ୍ତ କ୍ୟାମ୍ପସ୍‌ ପାଇଁ ଆନ୍ଦୋଳନ କରିଥିଲେ। ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍‌.ଡି ମନୱର ଅଲ୍ଲୀଙ୍କ ନେତୃତ୍ୱରେ ପୂର୍ବାହ୍ନରେ ଏକ ବିଶାଳ ବାଇକ ରାଲି ବିଜେବି କଲେଜ ସମ୍ମୁଖରୁ ରାଲି ବାହାରି କଟକ ରୋଡ୍‌ ଦେଇ ରସୁଲଗଡ଼ ଅଭିମୁଖେ ବାହାରିଥିଲା। ବାଟରେ ସଂଗଠନର କର୍ମକର୍ତ୍ତା ପିକେଟିଂ କରି ଦୋକାନବଜାର ବନ୍ଦ କରିଥିଲେ। ଲକ୍ଷ୍ମୀସାଗର ଛକରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମବେଳେ ଆନ୍ଦୋଳନକାରୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଅଧିକାରୀମାନେ ଏମ୍‌.ଡି. ମନୱର ଅଲ୍ଲୀଙ୍କ ସମେତ ୪୦ରୁ ଅଧିକ କର୍ମକର୍ତ୍ତାଙ୍କୁ ଭ୍ୟାନ୍‌ରେ ଉଠାଇ ନେଇଥିଲା। ଅପରାହ୍ନରେ ନବ ନିର୍ମାଣ କୃଷକ ସଂଗଠନର ନେତା ଅକ୍ଷୟ କୁମାର ୪ଜଣ ସାଥୀଙ୍କୁ ନେଇ ନବୀନ ନିବାସ ଅଭିମୁଖେ ଯାଉଥିବାବେଳେ ପୋଲିସ୍‌ ସେମାନଙ୍କୁ ଉଠାଇ ନେଇଥିଲା। ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିଧାୟକ ସୁରେଶ ରାଉତରାୟ କଂଗ୍ରେସ କର୍ମୀଙ୍କ ସହ ରାସ୍ତାରେ ବସି ରୁଚିକାଙ୍କୁ ନ୍ୟାୟ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଶୋରୀ ମେଳାରେ ପୋଷଣ ଅଭିବୃଦ୍ଧିକୁ ଗୁରୁତ୍ୱ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): ଦିନକୁ ଦିନ ଖାଦ୍ୟ ଗ୍ରହଣରେ ପରିବର୍ତ୍ତନ ଯୋଗୁ ଶିଶୁଙ୍କ ସମେତ କିଶୋରୀମାନେ ଅନେକ ସମୟରେ ଅପପୁଷ୍ଟିର ଶିକାର ହୋଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଗଲା ଥଲାପତି ବିଜୟଙ୍କ ଘର: ବଢୁଛି ଚର୍ଚ୍ଚା

ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ…

ଗର୍ଭବତୀଙ୍କୁ ମିଳିବ ୫୦୦୦ ଟଙ୍କା: ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୮।୨: ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିନ୍ତିତ। ମାତାପିତାମାନେ ସେମାନଙ୍କ ପିଲାମାନଙ୍କ ଶିକ୍ଷାଠାରୁ ଆରମ୍ଭ କରି ସେମାନଙ୍କ ସ୍ବାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛି ବିଷୟରେ…

ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା: ନବୀନଙ୍କୁ କୃତଜ୍ଞତା ଜଣାଇ ସବୁ ଦଳ ଠାରୁ ସମର୍ଥନ ଆଶା…

ଭୁବନେଶ୍ୱର, ୨୮।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟପାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା…

ଆମେରିକା କଲା ଏମିତି କାମ, ଆହୁରି ଭୟାବହ ହେବ ଇସ୍ରାଏଲ-ଆମେରିକା ଯୁଦ୍ଧ!

ଓ୍ବାଶିଂଟନ,୨୮।୨: ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଇରାନରେ ଏକକାଳୀନ ୩୦ଟି ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଛି।…

Iran Israel War: ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କୁ ଆଲର୍ଟ, ଦୂତାବାସ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ,୨୮।୨: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୁଦ୍ଧରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଇରାନର ରାଜଧାନୀ ତେହେରାନ ସମେତ ଅନେକ ସ୍ଥାନକୁ…

ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ଏମିତି କହିଲେ ସଂତୃପ୍ତ

ଭୁବନେଶ୍ୱର,୨୮।୨: ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ କୃତଜ୍ଞତା ଜଣାଇଲେ ସଂତୃପ୍ତ ମିଶ୍ର। ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଖଙ୍କୁ କୃତଜ୍ଞତା ଜଣାଇବା ସହ ମୋତେ ମିଳିଥିବା…

ଇସ୍ରାଏଲ ପ୍ରତିବର୍ଷ ୧୦ ହଜାର ଭାରତୀୟଙ୍କୁ ଦେବ ଚାକିରି? ମୋଦି-ନେତାନ୍ୟାହୁଙ୍କ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ/ଜେରୁଜେଲମ,୨୮।୨: ଭାରତ ଏବଂ ଇସ୍ରାଏଲ ଗୁରୁବାର (୨୬ ଫେବୃଆରୀ) ରାଜି ହୋଇଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୦,୦୦୦ ପର୍ଯ୍ୟନ୍ତ ଅଧିକ ଭାରତୀୟ ଶ୍ରମିକ ଇସ୍ରାଏଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri