Odisha Budget 2025-26: ୨.୯୦ ଲକ୍ଷ କୋଟିର ବଜେଟ୍‌, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ଟଙ୍କା

ଭୁବନେଶ୍ୱର,୧୭।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ବଜେଟରେ ୨ଲକ୍ଷ ୯୦ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯିଏକି ନିଜ ନିକଟରେ ଅର୍ଥ ବିଭାଗ ରଖିଛନ୍ତି ଅପରାହ୍ନରେ ବିଧାନସଭାରେ ବଜେଟ୍ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

୨୦୨୫-୨୬ ଓଡ଼ିଶା ବଜେଟରେ ସରକାର କୃଷି କ୍ଷେତ୍ର ପାଇଁ ୩୭,୮୩୮ କୋଟି ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ପାଇଁ ୨୦୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବାଜରା ଚାଷର ପ୍ରୋତ୍ସାହନ ପାଇଁ ଶ୍ରୀ ଅନ୍ନ ଅଭିଯାନ ପାଇଁ ମୋଟ ୬୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ୧୬୪ କୋଟି ଟଙ୍କା ଏବଂ ହୀରାକୁଦ ଡ୍ୟାମର ନବୀକରଣ ପାଇଁ ୮୫୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ୨୦୨୫-୨୬ ଆର୍ଥିକ ବର୍ଷରୁ ଆରମ୍ଭ କରି ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ୟୁନିଟ୍ ପାଇଁ ୨୫୨ କୋଟି ଟଙ୍କାର ଆର୍ଥିକ ସହାୟତା ବ୍ୟୟବରାଦ କରିଛନ୍ତି।

ସେହିଭଳି ଜଳ ଭିତ୍ତିଭୂମି ଓ ବିକାଶ ପାଇଁ ୧୩୧୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ ତ୍ବରିତ ଜଳସେଚନ ଲାଭ ଯୋଜନା ପାଇଁ ୧୭୮୬ କୋଟି। ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୩୧୮ କୋଟି ଏବଂ ଜଳସଂରକ୍ଷଣ ଭିତ୍ତିଭୂମି ପାଇଁ ୮୮୦ କୋଟି ବରାଦ କରାଯାଇଛି।

ସ୍ବାସ୍ଥ୍ୟ ବଜେଟରେ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି ବ୍ୟବ ବରାଦ କରାଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୩୮୮୧ କୋଟି। ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ରାଜ୍ୟ ଭାଗ ୨ ହଜାର ୯୧ କୋଟି ଏବଂ ନିର୍ମଳ ଯୋଜନା ପାଇଁ ୯୯୭ କୋଟି ଟଙ୍କା ବରାଦ କରାଯାଇଛି।

ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି ବ୍ୟୟ ବେଆଡ଼ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି, ଆତିଥ୍ୟ ବିଦ୍ୟାଳୟ ପାଇଁ ୬୬୦ କୋଟି, PM ପୋଷଣ ଯୋଜନା ପାଇଁ ୮୮୫ କୋଟି ଟଙ୍କା ଏବଂ ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି ବ୍ୟୟ ବରାଦ କରାଯାଇଛି।

ରାଜ୍ୟର ଗ୍ରାମାଞ୍ଚଳକୁ ବିକଶିତ କରିବା ପାଇଁ ମଧ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି ବରାଦ କରାଯାଇଥିଲା ବେଳେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ପାଇଁ ୨ ହଜାର କୋଟି, ଜଳଜୀବନ ମିଶନ ପାଇଁ ୭୦୦୦ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ପାଇଁ ୪ ହଜାର ୫୦୦ କୋଟି ବ୍ୟୟ ବରାଦ କରାଯାଇଛି।

‘ଓଡ଼ିଆ ଅସ୍ମିତା’ ନାରା ଦେଇ କ୍ଷମତାକୁ ଆସିଥିବା ଭାଜପା ସରକାର ବଜେଟରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରିଛନ୍ତି। ଏଥିରେ ବକୁଳ ବନ ଉନ୍ନୟନ ପାଇଁ ୫୦ କୋଟି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ୧୯୪ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଏବଂ ସାଂସ୍କୃତି ଅନୁଷ୍ଠାନକୁ ଅନୁଦାନ ବାବଦକୁ ୭୭ କୋଟି ବରାଦ କରାଯାଇଛି।

ସେହିଭଳି ରାଜ୍ୟରେ ଭିତ୍ତିଭୂମି ସୁଦୃଢ କରିବା ପାଇଁ ସରକାର ସଡ଼କ ଓ ପୋଲ ପାଇଁ ସ୍ୱତନ୍ତ୍ର ବଜେଟ ଆଣିଛନ୍ତି। ଏଥିରେ PMGSY ପାଇଁ ୧୭୦୦କୋଟିର ବ୍ୟୟ ବରାଦ କରାଯାଇଛି। ସଡ଼କ ବିକାଶ ଯୋଜନା ପାଇଁ ୬୫୦୨କୋଟି ଟଙ୍କା, ସେତୁ ବନ୍ଧନ ଯୋଜନା ପାଇଁ ୨ହଜାର କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ହଜାର ୪୭୦କୋଟି ଏବଂ ନିର୍ବାଚନମଣ୍ଡଳୀୱାରୀ ଆବଣ୍ଟନ ପାଇଁ ୧୪୨କୋଟି ବରାଦ କରାଯାଇଛି।

ଏହା ବ୍ୟତୀତ ସରକାରଙ୍କ ମହତ୍ୱାକାଂକ୍ଷୀ ସୁଭଦ୍ରା ଯୋଜନାକୁ ନେଇ ବଜେଟରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ଆଗକୁ କିଶୋରୀ ସୁଭଦ୍ରା, ସୁଭଦ୍ରା ସଞ୍ଚୟ କାର୍ଯ୍ୟକାରୀ ହେବ, ସୁଭଦ୍ରା ସଖୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?