ଓଡ଼ିଶା ବଜେଟ ୨୦୨୧-୨୨

କଲ୍ୟାଣକାରୀ ବଜେଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌କୁ ପ୍ରଶଂସା କରିଛନ୍ତି। ନବୀନ କହିଛନ୍ତି, ଏହା ଏକ ଜନକଲ୍ୟାଣକାରୀ, ବିକାଶଶୀଳ ଓ ରୂପାନ୍ତରିତ ବଜେଟ୍‌, ଯାହାକି ନୂଆ ଏବଂ ସଶକ୍ତ ଓଡିଶା ଗଠନ ଦିଗରେ ସହାୟକ ହେବ। ଗତବର୍ଷର ଅଧିକାଂଶ ସମୟ ଆମେ କୋଭିଡ୍‌ ଲକଡାଉନ୍‌ରେ ହରାଇଛୁ। ସେତେବେଳର ପରିଦୃଶ୍ୟରୁ ବର୍ତ୍ତମାନର ସାମଗ୍ରିକ, ଆର୍ଥିକ ବିବେକପୂର୍ଣ୍ଣ ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିବା କୌଣସି ଶାନଦାର କାର୍ଯ୍ୟଠାରୁ କମ୍‌ ନୁହେଁ। ଏହି ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟାରେ ସାମିଲ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। -ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ

କେନ୍ଦ୍ରୀୟ ଯୋଜନା ଆଧାରିତ
ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ, ବରଂ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବଜେଟରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଚାଷୀଙ୍କ ଉପରେ କୌଣସି ଫୋକସ୍‌ କରାଯାଇନାହିଁ। ରାଜ୍ୟ ସରକାର କାଳିଆ ଯୋଜନା ନେଇ ବ୍ୟୟବରାଦ କରିବା ଚାଷୀକୂଳ ପାଇଁ ପରିହାସ। ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାନ୍ତି କାହିଁକି। ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା ଆଦି କ୍ଷେତ୍ରରେ କୌଣସି ବ୍ୟୟ ବରାଦ କରାଯାଇନାହିଁ ା ମହିଳା ସୁରକ୍ଷା ଦିଗରେ ମଧ୍ୟ କୌଣସି ବ୍ୟୟ ବରାଦ ହୋଇନାହିଁ। ଏହା ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ ଜାତୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ ା -ସମୀର ମହାନ୍ତି, ଭାଜପା ରାଜ୍ୟ ସଭାପତି

ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ
୨୦୨୧-୨୨ ବଜେଟ୍‌ ସମ୍ପୂର୍ଣ୍ଣ ରୂପେ ଋଣ ଓ କେନ୍ଦ୍ର ଉପରେ ନିର୍ଭରଶୀଳ। ଆୟ ଦୃଷ୍ଟିରୁ ଦେଖିଲେ ଚଳିତବର୍ଷ ପାଇଁ ରାଜ୍ୟର ରାଜସ୍ବ ଆୟ ୩୭ ହଜାର କୋଟି ଓ ଅଣରାଜସ୍ବ ଆୟ ୨୦ ହଜାର କୋଟି ଟଙ୍କାର ଆକଳନ କରାଯାଇଛି। ଋଣ ବାବଦରେ ୪୩ ହଜାର କୋଟି ଟଙ୍କା ଆଣିଲେ ହିଁ ରାଜସ୍ବ ବଳକା ହେବ। ଅନ୍ୟପକ୍ଷରେ ୧. ୭ ଲକ୍ଷ କୋଟି ଟଙ୍କାରୁ ୭୦ ହଜାର କୋଟି କେନ୍ଦ୍ରଠାରୁ ରାଜ୍ୟ ବଜେଟ ଭରସା ରଖିଛି। ଋଣ ଓ କେନ୍ଦ୍ରୀୟ ଅନୁଦାନ ମିଳିଲେ ହିଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆୟବରାଦ ସଫଳ ହେବ। ପ୍ରାଥମିକ ସ୍ବାସ୍ଥ୍ୟକୁ ସଶକ୍ତ କରିବା ଅର୍ଥାତ ଆବଶ୍ୟକ ବ୍ୟବସ୍ଥା ପୁରଣ ପାଇଁ ଅର୍ଥ ମଞ୍ଜୁର କରାଯିବ ବୋଲି ଏଥିରେ ସମସ୍ତେ ଆଶା କରିଥିଲେ କିନ୍ତୁ ସେପରି ହୋଇନାହିଁ। ଉଜୁଡି ଯାଇଥିବା ପ୍ରାଥମିକ ଶିକ୍ଷାକୁ ସଜାଡ଼ିବା ନିମନ୍ତେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ବ୍ୟୟ ବରାଦର ଆବଶ୍ୟକତା ଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଆଯାଇନାହିଁ। ମହାନଦୀର ବୋହି ଯାଉଥିବା ବନ୍ୟାଜଳକୁ ରୋକିବା ନିମନ୍ତେ ପୂର୍ବରୁ ଘୋଷଣା ଥିଲେ ମଧ୍ୟ ବ୍ୟୟବରାଦରେ ତାହା ସ୍ପଷ୍ଟ ନୁହେଁ। -ପଞ୍ଚାନନ କାନୁନ୍‌ଗୋ, ପୂର୍ବତନ ଅର୍ଥମନ୍ତ୍ରୀ

ବଜେଟ ଅଟକଳ
୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ର ପାଇଁ ୩୦୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ସକାଶେ ୬୯୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ଓଡ଼ିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି), ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଓ ସରକାରୀ ଉଦ୍ୟୋଗଗୁଡ଼ିକଠାରୁ ପ୍ରାପ୍ତ ୮୦୦୦ କୋଟି ଟଙ୍କା ହେଉଛି ବଜେଟ ବହିର୍ଭୂତ ବ୍ୟୟ, ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ। ଚଳିତ ଆର୍ଥତ୍କ ବର୍ଷ ପାଇଁ ପୁଞ୍ଜି ବ୍ୟୟବରାଦ ବା କ୍ୟାପିଟାଲ ଆଉଟ୍‌ଲେ ଅଟକଳ ୨୫,୭୮୮ କୋଟି ଟଙ୍କାର କରାଯାଇଛି, ଯାହାକି ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଏସ୍‌ଜିଡିପି)ର ୪.୪ ପ୍ରତିଶତ। ମୋଟାମୋଟି ଭାବେ ଏହି ବଜେଟ ୨୦୨୦-୨୧ ଆର୍ଥିକ ବର୍ଷ ସଂଶୋଧିତ ଆକଳନ(୧.୩୫ ଲକ୍ଷ କୋଟି) ତୁଳନାରେ ୨୬ ପ୍ରତିଶତ ଅଧିକ।

 

ରାଜ୍ୟରେ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଣ ଲକ୍ଷ୍ୟ
ଓଡିଶାରେ ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟ ସେବା ଯୋଗାଣ ଲକ୍ଷ୍ୟ ନେଇ ବର୍ତ୍ତମାନ ରାଜ୍ୟ ସରକାର କାମ କରୁଥିବା ବଜେଟ ଅଭିଭାଷଣରେ କୁହାଯାଇଛି। ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟକୁ ଏକ ଏମ୍ସ ପ୍ଲସ ପ୍ରତିଷ୍ଠାନରେ ରୂପାନ୍ତରିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟ ସରକାର କହିଛନ୍ତି। ଆସନ୍ତା ୩ ବର୍ଷରେ ୩,୫୦୦ କୋଟି ଟଙ୍କା ବ୍ୟୟରେ ଏହି ଭେଷଜ ମହାବିଦ୍ୟାଳୟକୁ ୫ ହଜାର ସଯ୍ୟା ବିଶିଷ୍ଟ ହସ୍ପିଟାଲରେ ରୂପାନ୍ତରିତ କରିବା ଲାଗି ଯୋଜନା ରଖାଯାଇଛି। ଏ ସଂକ୍ରାନ୍ତ ବୃହତ୍‌ ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ଅନୁଷ୍ଠାନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନରେ ରୂପାନ୍ତରିତ ହେବ। ୨୦୨୧-୨୨ ଆର୍ଥତ୍କ ବର୍ଷରେ ୫ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି।

ଖାଦ୍ୟ ନିରାପତ୍ତା
ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ଖାଦ୍ୟ ନିରାପତ୍ତା ବାବଦକୁ ହିତାଧିକାରୀଙ୍କୁ କିଲୋଗ୍ରାମ ପିଛା ୧ ଟଙ୍କା ହିସାବରେ ଚାଉଳ ଯୋଗାଣ ଲାଗି ୯୬୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଲକ୍‌ଡାଉନ ସମୟରେ ଜାତୀୟ ଖାଦ୍ୟ ନିରାପତ୍ତା ଅଧିନିୟମ (ଏନଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା(ଏସ୍‌ଏଫ୍‌ଏସ୍‌ଏସ୍‌)ରେ ପ୍ରତ୍ୟେକ କାର୍ଡଧାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ବିତରଣ କରାଯାଇଛି। ୨୦୨୦ ଏପ୍ରିଲରୁ ନଭେମ୍ବର ମାସ ଯାଏ ୮ ମାସରେ ଅତିରିକ୍ତ ଭାବେ ମାସକୁ ପ୍ରତି ହିତାଧିକାରୀ ପରିବାର ସଦସ୍ୟ ପିଛା ୫ କିଗ୍ରା ଚାଉଳ କିମ୍ବା ଗହମ କିମ୍ବା ଉଭୟ ଏବଂ ପରିବାର ପିଛା ମାସକୁ ୧ କିଗ୍ରା ଡାଲି ମାଗଣାରେ ସରକାର ବଣ୍ଟନ କରିଛନ୍ତି।

ଅବଡ଼ା ଯୋଜନା ଲାଗି ୫୪୨ କୋଟି
ଐତିହ୍ୟ ସହର ପୁରୀର ବିକାଶ ଲାଗି ସରକାର ଅବଡ଼ା ଯୋଜନାରେ ୫୪୨ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ୱରେ ବିଭିନ୍ନ ସୁବିଧା କରିବା ଲାଗି ଏକାମ୍ର ଯୋଜନା ଅଧୀନରେ ୨୦୦ କୋଟି ଏବଂ ସମଲେଇ ଯୋଜନାରେ ୨୦୦ କୋଟି ଖର୍ଚ୍ଚ କରିବା ନେଇ ପ୍ରସ୍ତାବ ଦିଆଯାଇଛି।

ଓଡ଼ିଆ, ଭାଷା ସଂସ୍କୃତି ଐତିହ୍ୟ
ଓଡିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟ ପ୍ରୋତ୍ସାହନ ପାଇଁ ୧୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୫୧ କୋଟି, ଐତିହ୍ୟ ସ୍ଥଳୀ ସଂରକ୍ଷଣ ପାଇଁ ୮ କୋଟି ଟଙ୍କା ସାମିଲ ରହିଛି।

ଜଙ୍ଗଲ, ପରିବେଶ
ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରରେ ୩୬.୧୪% ଜଙ୍ଗଲ ଆଚ୍ଛାଦିତ। ଏହା ଜାତୀୟ ହାରଠାରୁ ସର୍ବାଧିକ। ଚଳିତ ବଜେଟରେ ଜଙ୍ଗଲ କ୍ଷେତ୍ର ଲାଗି ୧,୮୫୪ କୋଟି ଟଙ୍କା ଖର୍ଚ୍ଚ ନେଇ ପ୍ରସ୍ତାବ ରହିଛି। ଏଥିରେ କ୍ୟାମ୍ପା ପାଣ୍ଠିରୁ ୯୦୩ କୋଟି, ଜାଇକା ସହାୟତାରେ ଚାଲୁଥିବା ଓଡ଼ିଶା ଜଙ୍ଗଲକ୍ଷେତ୍ର ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକାରୀ ଲାଗି ୧୨୦ କୋଟି ଟଙ୍କା ସାମିଲ ରହିଛି। ଆମ ଜଙ୍ଗଲ ଯୋଜନାରେ ୧୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତାବ ଦିଆଯାଇଛି।

ହସ୍ତତନ୍ତ, ବୟନ, ହସ୍ତଶିଳ୍ପ
ରାଜ୍ୟର ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପକୁ ଉତ୍ସାହିତ କରିବାକୁ ବଜେଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହସ୍ତତନ୍ତ କ୍ଷେତ୍ର ଲାଗି ୩୬ କୋଟି, ହସ୍ତଶିଳ୍ପ କ୍ଷେତ୍ର ଲାଗି ୩୦ କୋଟି, ବୟନ କ୍ଷେତ୍ର ପାଇଁ ୯ କୋଟି ଏବଂ ରେଶମ ଶିଳ୍ପ କ୍ଷେତ୍ର ପାଇଁ ୯ କୋଟି ବ୍ୟୟ ବରାଦ ବ୍ୟବସ୍ଥା କରାଯାଇଛି।

ସ୍ବାସ୍ଥ୍ୟ କ୍ଷେତ୍ରକୁ ୯,୧୬୪ କୋଟି

ସ୍ବାସ୍ଥ୍ୟ ସେବାକୁ ଉନ୍ନତ କରିବା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ଲାଗି ରାଜ୍ୟ ବଜେଟରେ ୯,୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ବର୍ତ୍ତମାନ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି। ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଆର୍ଥତ୍କ ଦୁର୍ବଳ ପରିବାରକୁ , ପରିବାର ପିଛା ୫ ଲକ୍ଷ ଟଙ୍କାର ବାର୍ଷିକ ସ୍ବାସ୍ଥ୍ୟ ବୀମା ସୁବିଧା ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ସୁବିଧା କରାଯାଇଛି। ଏହି ଯୋଜନା ପାଇଁ ୧, ୩୫୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ମିଶନ
ସ୍ବାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୧,୫୭୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ଏବଂ ଭିତ୍ତିଭୂମି ନିର୍ମାଣ ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ୧୭୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ନିର୍ମଳ ଯୋଜନା
ସ୍ବାସ୍ଥ୍ୟ କେନ୍ଦ୍ରରେ ପରିମଳ ବ୍ୟବସ୍ଥା, ସଫେଇ, ନିରାପତ୍ତା, ଉଦ୍ୟାନ କାର୍ଯ୍ୟ ଏବଂ ଲିଫ୍ଟ ସେବା ଆଦିର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ନିର୍ମଳ ଯୋଜନା ଅଧୀନରେ ୩୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସାମଗ୍ରିକ ଭାବେ ଖର୍ଚ୍ଚ ହେବ ୧୩ ହଜାର କୋଟି
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ରହିଥିବା ବଜେଟ ବ୍ୟୟବରାଦ ବ୍ୟତୀତ ଜନସ୍ବାସ୍ଥ୍ୟ ସମ୍ପର୍କିତ ଅନ୍ୟ ଯୋଜନାଗୁଡିକୁ ଅନ୍ୟ ବିଭାଗ ଯଥା-ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ମାଧ୍ୟମରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ଓଏମ୍‌ବିଏଡିସି ପାଣ୍ଠି ତଥା ଡିଏମ୍‌ଏଫ୍‌ ପ୍ରଭୃତି ବଜେଟ ବହିର୍ଭୂତ ସମ୍ବଳ ଜନସ୍ବାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଲାଗି ଉପଯୋଗ କରାଯାଉଛି। ଆଗାମି ଆର୍ଥତ୍କ ବର୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରରେ ସାମଗ୍ରିକ ଭାବେ ୧୩ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଜିଲା ମୁଖ୍ୟ ଚିକିତ୍ସାଳୟଗୁଡିକରେ ଉନ୍ନତମାନର ଉପକରଣ ଏବଂ ଯନ୍ତ୍ରପାତି ଯୋଗାଇ ଦେବା ସହ ସ୍ବାସ୍ଥ୍ୟ ସେବାର ମାନବୃଦ୍ଧି କରିବା ପାଇଁ ୧୧୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ସ୍ବାସ୍ଥ୍ୟ ଏବଂ ଭେଷଜ ଶିକ୍ଷା କ୍ଷେତ୍ରରେ ମାନବ ସମ୍ବଳ ବିକାଶ ଲାଗି ୩୧୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ସଡକ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତି ବିଶେଷଙ୍କୁ ମାଗଣାରେ ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଏବଂ ଟ୍ରମା କେୟାର ଯୋଗାଇ ଦେବା ଲାଗି ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଫ୍ରି ଟ୍ରିଟମେଣ୍ଟ ଫର ଟ୍ରମା ଫଣ୍ଡ ନାମରେ ଏକ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଇବାକୁ ପ୍ରସ୍ତାବ ଦିଆଯାଇଛି।
ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗାଇ ଦେବା ଲାଗି ୬ ଶହ କୋଟି
ନିଦାନ ଯୋଜନାରେ ଦେୟମୁକ୍ତ ରୋଗ ନିରୁପଣ ଲାଗି ୨୨୯ କୋଟି
ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଲାଗି ୧୬୨ କୋଟି

ବିପର୍ଯ୍ୟୟ ପ୍ରଶମନ
ମହାମାରୀ ସମେତ ଯେକୌଣସି ପ୍ରକାରର ଦୁର୍ବିପାକ ପରିଚାଳନା ଓ ପ୍ରଶମନ ଲାଗି ରାଜ୍ୟ ଏକ ପ୍ରମୁଖ ସ୍ଥାନରେ ରହିଛି। ଏହାକୁ ଧ୍ୟାନରେ ରଖି ବିପର୍ଯ୍ୟୟ ପରିଚାଳନା ଲାଗି ବଜେଟରେ ୩୦୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ମଧ୍ୟରେ ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ଲାଗି ୨,୧୩୯ କୋଟି ଏବଂ ଜାତୀୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି ପାଇଁ ୯୧୧ କୋଟି ଟଙ୍କା ସାମିଲ ରହିଛି।

ଏମ୍‌ଏସ୍‌ଏମ୍‌ଇ
ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡିଶାକୁ ନୀତି ଆୟୋଗ ସର୍ବଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସାମିଲ କରିଛି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ବଜେଟରେ ବ୍ୟୟ ବରାଦ ବଢାଇଛନ୍ତି। ଗତ ବଜେଟରେ ଏହା ୨୫୦ କୋଟି ଟଙ୍କା ରହିଥିବା ବେଳେ ଚଳିତ ବଜେଟରେ ୪୬୫ କୋଟି ଟଙ୍କାକୁ ବଢିଛି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଆର୍ଥତ୍କ ସହାୟତା ଲାଗି ୧୨୫ କୋଟି, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଉତ୍ସାହନ ଲାଗି ୮୦ କୋଟି ଏବଂ ଖଦି ଏବଂ ଗ୍ରାମୋଦ୍ୟୋଗର ପ୍ରୋତ୍ସାହନ ଲାଗି ୨୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

 


ଶିଳ୍ପ ଭିତ୍ତିଭୂମି
ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ନଜରରେ ରଖି ଶିଳ୍ପ ଭିତ୍ତିଭୂମି ବିକାଶ ଲାଗି ଇଡ୍‌କୋକୁ ୧୫୫ କୋଟି ଟଙ୍କାର ପାଣ୍ଠି ପ୍ରଦାନ ନେଇ ବଜେଟରେ ଘୋଷଣା କରାଯାଇଛି। ସେହିଭଳି ଇଡ୍‌କଲରେ ଅଂଶଧନ ନିବେଶ ବାବଦକୁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ସାମିଲ ରହିଛି। ରାଜ୍ୟରେ ଲ୍ୟାଣ୍ଡ ବ୍ୟାଙ୍କ ସ୍ଥାପନା ଲାଗି ୫୦ କୋଟି ଟଙ୍କା ବିନିଯୋଗ ହେବ। ଓଡ଼ିଶା ଇକୋନୋମିକ କରିଡର ବିକାଶ ଲାଗି ରାଜ୍ୟ ସରକାର ଏଥିମଧ୍ୟରୁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଛନ୍ତି। ଭଦ୍ରକର ଧାମରାଠାରେ ସ୍ଥାପନ ହେବାକୁ ଥିବା ବୟନ ପାର୍କ ବିକାଶ ଲାଗି ୧୦ କୋଟି ଟଙ୍କା, ପିସିପିଆଇଆର୍‌ ପାଇଁ ପାରାଦୀପଠାରେ ୧୦ କୋଟି ଟଙ୍କା, ଆଲୁମିନିୟମ ପାର୍କ ପାଇଁ ୫ କୋଟି ଟଙ୍କା ଏବଂ ଓଡ଼ିଶା ଚଳଚ୍ଚିତ୍ର ନିଗମକୁ ୨୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ବଜେଟରେ ବ୍ୟୟବରାଦ କରାଯାଇଛି।

ପର୍ଯ୍ୟଟନ କ୍ଷେତ୍ର ବ୍ୟୟବରାଦ ୨୫% ବୃଦ୍ଧି

ବଜେଟରେ ପର୍ଯ୍ୟଟନ କ୍ଷେତ୍ର ଲାଗି ବ୍ୟୟ ବରାଦକୁ ୨୫% ବୃଦ୍ଧି କରିବାକୁ ଯୋଜନା ରଖାଯାଇଛି। ଗତ ବଜେଟରେ ଏହା ୪୦୧ କୋଟି ଟଙ୍କା ରହିଥିବା ବେଳେ ଆସନ୍ତା ଆର୍ଥତ୍କ ବର୍ଷ ଲାଗି ବଜେଟରେ ଏହି ବାବଦକୁ ୫୦୦ କୋଟି ଖର୍ଚ୍ଚ କରିବାକୁ ବ୍ୟୟ ବରାଦ କରାଯାଇଛି। ୨୦୧୯-୨୦ରେ ପର୍ଯ୍ୟଟନ କ୍ଷେତ୍ର ବ୍ୟୟ ବରାଦର ଏହା ଅଢେଇଗୁଣ। ବଜେଟ ପ୍ରସ୍ତାବ ମଧ୍ୟରୁ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଏବଂ ପରିଚାଳନା ନିମନ୍ତେ ୩୪୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପର୍ଯ୍ୟଟନର ପ୍ରସାର ଲାଗି ୮୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ପର୍ଯ୍ୟଟନ କ୍ଷେତ୍ରରେ ପୁରୀ, କୋଣାର୍କ, ଚିଲିକା ଏବଂ ଭୁବନେଶ୍ୱର ବ୍ୟତୀତ ଅନ୍ୟ ଇକୋ ଟୁରିଜମ କ୍ଷେତ୍ରର ବିକାଶକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଚଳିତ ବର୍ଷ ରାଜ୍ୟର ୫ଟି ସ୍ଥାନରେ ରାଜ୍ୟ ସରକାର ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ପ୍ରସ୍ତାବିତ ପୁଞ୍ଜି ନିବେଶ ଦ୍ୱାରା ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ

ଖର୍ଚ୍ଚ ହେବ ୨୪,୩୭୦ କୋଟି
ସମଗ୍ର ଶିକ୍ଷା ଲାଗି ୩୦୬୬ କୋଟି

ବିଶ୍ୱ ବ୍ୟାଙ୍କ ସହାୟତାରେ ପ୍ରଚଳିତ ଓଡିଶା ହାୟର ଏଜୁକେଶନ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସ ଆଣ୍ଡ ଇକ୍ୱିଟି (ଓଏଚ୍‌ଇପିଇଇ) ଯୋଜନା ପାଇଁ ୧୦୮ କୋଟି
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲାଗି ୧୦ କୋଟି
ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡିକ ଭିତ୍ତିଭୂମି ବିକାଶ ଲାଗି ୧୫୭ କୋଟି
ଲାପ୍‌ଟପ୍‌ ବିତରଣ ଲାଗି ୬୪ କୋଟି ଟଙ୍କା
ରାଷ୍ଟ୍ରୀୟ ଉଚ୍ଚ ଶିକ୍ଷା ଅଭିଯାନ ଯୋଜନାରେ ୨୧୨ କୋଟି

ଗୁଣାତ୍ମକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଗୁରୁତ୍ୱ ପ୍ରଦାନ ଲାଗି ରାଜ୍ୟ ସରକାର ବଜେଟରେ ବିଭିନ୍ନ ବ୍ୟୟବରାଦ କରିଛନ୍ତି। ଏହି କ୍ଷେତ୍ରଗୁଡିକ ଲାଗି ୨୪,୩୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ଯୋଜନା ରଖାଯାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲାଗି ୨୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିଭଳି ସମଗ୍ର ଶିକ୍ଷା ନିମନ୍ତେ ୩୦୬୬ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ଲାଗି ୯୫୭ କୋଟି ଟଙ୍କା, ମୋ ସ୍କୁଲ କାର୍ଯ୍ୟକ୍ରମ ନିମନ୍ତେ ୨୫୩ କୋଟି ଟଙ୍କା, ମୋ କଲେଜ ଅଭିଯାନ ନିମନ୍ତେ ୭ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ସେହିଭଳି ଗଙ୍ଗାଧର ମେହେର, ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୪୩୦ କୋଟି ଟଙ୍କା, ଅନୁସୂଚିତ ଜନଜାତି ଛାତ୍ରୀନିବାସ ଏବଂ ସହରାଞ୍ଚଳ ଛାତ୍ରାବାସ ନିର୍ମାଣ ପାଇଁ ୨୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଛାତ୍ରବୃତ୍ତିକୁ ଡିବିଟି ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବା ଲାଗି ୧୨୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ସ୍କିଲ୍‌ଡ୍‌ ଇନ୍‌ ଓଡ଼ିିଶା
ଦକ୍ଷତା ବିକାଶ ବାତାବରଣ ସ୍କିଲଡ ଇନ ଓଡିଶାକୁ ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ୬୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ମଧ୍ୟରେ ବୈଷୟିକ ଶିକ୍ଷା ପ୍ରଦାନ କରୁଥିବା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କାମ କରୁଥିବା ଅନୁଷ୍ଠାନଗୁଡିକର ଭିତ୍ତିଭୂମି ବିକାଶ ଲାଗି ୧୫୧ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ସହାୟତାରେ ପରିଚାଳିତ ଓଡିଶା ଦକ୍ଷତା ବିକାଶ ପ୍ରକଳ୍ପ ୧ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ମହିଳା ଏବଂ ଶିଶୁ ବିକାଶ

ମହିଳା ଏବଂ ଶିଶୁଙ୍କ ବିକାଶ ଲାଗି ବଜେଟରେ ୩୯୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ମମତା ଯୋଜନାରେ ୨୭୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମିଶନ ଶକ୍ତି ଅଧିନରେ ୩୧୬ କୋଟି ଟଙ୍କା, ବ୍ଲକ ସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ଲାଗି ଅତିରିକ୍ତ ୧୦୦ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯିବ। ସକ୍ଷମ ଅଙ୍ଗନଓ୍ବାଡି ଏବଂ ପୋଷଣ ୨.୦ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ୨୨୮୬ କୋଟି ଟଙ୍କା ବିନିଯୋଗ କରାଯିବ। ଏହାବ୍ୟତୀତ ଯୋଜନାଟିର ରାଜ୍ୟ ସହାୟତା ଅଂଶ ୩୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ମହିଳାଙ୍କ ସୁରକ୍ଷା ତଥା ମଙ୍ଗଳକାରୀ କାର୍ଯ୍ୟକ୍ରମକୁ ହାତକୁ ନେବା ଲାଗି ମିଶନ ବାତ୍ସଲ୍ୟ ଯୋଜନାରେ ୭୭ କୋଟି ଟଙ୍କା ବିନିଯୋଗ ହେବ। ୧୨୫ ବ୍ଲକରେ ପୋଷଣ ସ୍ତର ବୃଦ୍ଧି ଲାଗି ସୋପାନ ଯୋଜନାରେ ଆଗାମୀ ୫ ବର୍ଷରେ ୧୦୪୮ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଯୋଜନା ରଖାଯାଇଛି। ବଜେଟରେ ଏହି ଯୋଜନା ଲାଗି ୫୧ କୋଟି ଟଙ୍କାର ପ୍ରସ୍ତାବ ରହିଛି। ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ଶିଶୁଙ୍କୁ ୭୮ କୋଟି ଟଙ୍କା ଖର୍ଚ୍ଚ ହେବ।

 

ବିଜ୍ଞାନ, ଇଲେକ୍‌ଟ୍ରୋନିକ୍ସ,
ପ୍ରଯୁକ୍ତିବିଦ୍ୟା

ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ପ୍ରୋତ୍ସାହନ ପାଇଁ ୬୩ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ଏଥିରେ ପ୍ଲାନେଟରିୟମ ଏବଂ ସଂଗ୍ରହାଳୟଗୁଡିକର ବିକାଶ ଲାଗି ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପରିଷଦ ଏବଂ ଆଞ୍ଚଳିକ ତଥା ଜିଲା ସ୍ତରୀୟ ବିଜ୍ଞାନ କେନ୍ଦ୍ରଗୁଡିକ ଲାଗି ୧୬ କୋଟି ଓ ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ଲାଗି ୮ କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଲାଗି ୧୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିରେ ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବିକାଶ ଲାଗି ୧୧୧ କୋଟି, ଆଇଟି ପାର୍କ ଏବଂ ଟାଓ୍ବାର ପ୍ରତିଷ୍ଠା ଲାଗି ୧୯ କୋଟି, ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଓ ସେବା ପାଇଁ ୨୧ କୋଟି ଏବଂ ଆଇଆଇଆଇଟି ଭୁବନେଶ୍ୱର ଲାଗି ୧୩ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି।

ବିଦ୍ୟାଙ୍ଗ ସଶକ୍ତୀକରଣ
ଦିବ୍ୟାଙ୍ଗ ମାନଙ୍କ ସାମାଜିକ ନିରାପତ୍ତା ଏବଂ ସଶକ୍ତିକରଣକୁ ମଧ୍ୟ ବଜେଟରେ ଧ୍ୟାନରେ ରଖାଯାଇଛି। ଏହାକୁ ଧ୍ୟାନରେ ରଖି ମଧୁବାବୁ ପେନ୍‌ସନ ଯୋଜନାରେ ୧୫୦୯ କୋଟି, ଜାତୀୟ ସାମାଜିକ ସହାୟତା ଯୋଜନାରେ ୯୨୩ କୋଟି, ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ୧୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଦୁସ୍ଥଙ୍କ ସମେତ ସମାଜର ଦୁର୍ବଳ ବର୍ଗଙ୍କୁ ଆବାସିକ ସହାୟତା ଯୋଗାଇ ଦେବା ଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ ଜିଲାରେ ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିଲାଗି ୧୩୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଯୋଜନା ଓ ସଂଯୋଜନ
ଯୋଜନା ସଂଯୋଜନ ବିଭାଗ ଲାଗି ମୋଟ ୧୪୬୮ କୋଟି ଟଙ୍କା ବ୍ୟୟ ନେଇ ପ୍ରସ୍ତାବ ରହିଛି। ଏହା ମଧ୍ୟରେ ବିଧାୟକ ସ୍ଥାନୀୟ ଉନ୍ନୟନ ପାଣ୍ଠି ଲାଗି ୪୪୧ କୋଟି ଟଙ୍କା ସାମିଲ ରହିଛି। ସେହିଭଳି ରାଜ୍ୟରେ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ଭାବେ ୧୦୦ କୋଟି, ପଶ୍ଚିମ ଓଡିଶା ବିକାଶ ପରିଷଦକୁ ୧୮୦ କୋଟି, ବିଜୁ କେବିକେ ଯୋଜନା ଅଧିନରେ ଭିତ୍ତିଭୂମି ବିକାଶ ଲାଗି ୨୫୦ କୋଟି, ସେତୁ ଯୋଜନା ଅଧୀନରେ ୫୦ କୋଟି ବ୍ୟୟ ପ୍ରସ୍ତାବ ଦିଆଯାଇଛି। ଆର୍ଥତ୍କ ବର୍ଷ ୨୦୨୧-୨୨ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି ଜିଲା ଖଣିଜ ପାଣ୍ଠିରୁ ୩,୧୪୩ କୋଟି ଏବଂ ଓଡ଼ିଶା ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ୩,୮୧୪ କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରହିଛି।

ବିଭାଗ ଓ୍ବାରି ବଣ୍ଟନ
ବିଭାଗ କୋଟି ଟଙ୍କା ହିସାବରେ
ଗୃହ ୫୮୪୭.୯୬
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ୪୭୧.୦୬
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ୧୨୭୮.୮୧
ଆଇନ ୪୯୧.୦୩
ଅର୍ଥ ୫୩,୮୪୬.୧୪
ବାଣିଜ୍ୟ ୧୨୨.୩୨
ନିର୍ମାଣ ୬,୫୮୬.୭୦
ବିଧାନସଭା ୧୨୨.୬୯
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧,୦୯୭.୬୮
ବିଦ୍ୟାଳୟ ଓ ଗଣଶିକ୍ଷା ୧୮,୨୭୯.୮୨
ଏସ୍‌ସି/ଏସ୍‌ଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ୩,୬୦୬.୨୦
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ୯,୧୬୪.୨୬
ଗୃହ ନିର୍ମାଣ ଓ ପୌର ଉନ୍ନୟନ ୫,୮୦୨.୫୮
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ୧୯୮.୫୬
କ୍ରୀଡ଼ା ଓ ଯୁବ ସେବା ୪୦୫.୨୯
ଯୋଜନା ଓ ସଂଯୋଜନା ୧,୪୬୭.୬୬
ପଞ୍ଚାୟତିରାଜ ଓ ପାନୀୟ ଜଳ ୧୯,୮୦୦.୫୪
ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ପ୍ରଶାସନ ୨.୦୭
ଶିଳ୍ପ ୪୦୫.୬୪
ଜଳସମ୍ପଦ ୮,୨୬୬.୮୫
ପରିବହନ ୮୩୯.୫୮
ଜଙ୍ଗଲ ଓ ପରିବେଶ ୯୮୮.୭୪
କୃଷି ଓ କୃଷକ ସଶକ୍ତୀକରଣ ୫,୭୧୮.୭୭
ଇସ୍ପାତ ଓ ଖଣି ୧୩୪.୬୯
ସୂଚନା ଓ ଲୋକସମ୍ପର୍କ ୧୦୬.୫୯
ଅବକାରୀ ୧୨୮.୮୮
ବିଜ୍ଞାନ ଓ ବୈଷୟିକ ୬୩.୩୦
ଗ୍ରାମ୍ୟ ଉନ୍ନୟନ ୫,୪୮୯.୦୯
ସଂସଦୀୟ ବ୍ୟାପାର ୭୫.୧୯
ଶକ୍ତି ୧,୭୯୮.୮୮
ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ୧୬୨.୯୧
ପର୍ଯ୍ୟଟନ ୫୦୦.୩୧
ମତ୍ସ୍ୟ ଓ ପ୍ରାଣୀସମ୍ପଦ ଉନ୍ନୟନ ୧,୪୧୫.୩୯
ସମବାୟ ୧,୬୪୧.୨୭
ସରକାରୀ ଉଦ୍ୟୋଗ ୮.୭୮
ମହିଳା, ଶିଶୁବିକାଶ ଓ ମିଶନଶକ୍ତି ୩,୯୦୫.୭୫
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ୧୯୮.୯୮
ଉଚ୍ଚଶିକ୍ଷା ୨,୪୧୬.୬୩
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ୬୬୪.୦୪
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୪୬୫.୪୨
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ୨,୭୬୭.୧୫
ବିପର୍ଯ୍ୟୟ ପରିଚାଳନା ୩,୧୧୦.୩୭
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ୧୩୫.୪୨


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri