ମେଣ୍ଟ ଚର୍ଚ୍ଚା: ବିଳମ୍ବ କରୁଛି ପ୍ରାର୍ଥୀ ଘୋଷଣା, ବ୍ୟସ୍ତ ହୋଇପଡ଼ିଲେଣି କର୍ମୀ

ଭୁବନେଶ୍ୱର, ୧୪।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋର୍‌ଦାର କରିଛନ୍ତି। ହେଲେ ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ବର୍ତ୍ତମାନ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ବଦଳାଇଦେଇଛି। କିଛିଦିନ ତଳୁ ଯେପରି ବିଜେଡିରୁ ଅସନ୍ତୁଷ୍ଟ ହେଉଥିବା ନେତାମାନେ ଭାଜପାକୁ ନିଜର ବିକଳ୍ପ ବୋଲି ଭାବି ନେଉଥିଲେ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ସେହିପରି ଭାଜପାରେ ଯେଉଁ ନେତାମାନେ ଭଲ ସଙ୍ଗଠକ ଥିଲେ ସେମାନଙ୍କୁ ବିଜେଡି ନେବାକୁ ଆଗ୍ରହ ଦେଖାଉଥିଲା। ପରବର୍ତ୍ତୀ ସମୟରେ ବିଜେଡି ସେଭଳି ନେତାଙ୍କୁ ଦଳରେ ସାମିଲ ମଧ୍ୟ କରିଦେଉଥିଲା। ହେଲେ ବର୍ତ୍ତମାନ ସ୍ଥିତିରେ ଭାଜପାର ସେପରି କୌଣସି ନେତା ଆଉ ବିଜେଡିରେ ଯୋଗଦେବା ଭଳି ଘଟଣା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କଂଗ୍ରେସର କେତେଜଣ ଟାଣୁଆ ନେତାଙ୍କୁ ମଧ୍ୟ ବିଜେଡି ଏବଂ ଭାଜପା ନିଜ ଦଳରେ ସାମିଲ କରିଦେଉଥିଲେ, ହେଲେ ସେକଥା ମଧ୍ୟ ଆଉ ଏବେ ଘଟୁନାହିଁ। ତେଣୁ ମିଶ୍ରଣ ପର୍ବ ଏକ ପ୍ରକାର ବନ୍ଦ ହୋଇଗଲା ଭଳି ଲକ୍ଷ୍ୟ କରାଯାଉଛି। ଖାଲି ସେତିକି ନୁହେଁ, ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳରେ ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତାକରି ଦ୍ୱନ୍ଦ୍ୱରେ ପଡ଼ିଗଲେଣି। ଯଦି ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ନ ହୁଏ ତେବେ ଉଭୟ ଦଳ ୧୪୭ ବିଧାନସଭାରେ ନିଜ ନିଜର ପ୍ରାର୍ଥୀ ଦେବେ। ଅର୍ଥାତ୍‌ ଉଭୟ ଦଳର ମୋଟ୍‌ ପ୍ରାର୍ଥୀ ସଂଖ୍ୟା ବିଧାନସଭା ପାଇଁ ୨୯୪ ହେବା କଥା। ହେଲେ ଯଦି ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଯିବ ତେବେ ଦୁଇ ଦଳ ମିଶିି ବିଧାନସଭା ଲାଗି ମୋଟ୍‌ ୧୪୭ ଜଣଙ୍କୁ ପ୍ରାର୍ଥୀ କରିବେ। ଏ କ୍ଷେତ୍ରରେ ବାକି ୧୪୭ ଜଣ କ’ଣ କରିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।

ବିଜେଡି ଏବଂ ଭାଜପା ମଧ୍ୟରେ ଯେପର୍ଯ୍ୟନ୍ତ ମେଣ୍ଟ ହେବ ନାହିଁ ବୋଲି ଶୁଣାଯାଉଥିଲା ସେତେବେଳେ କଂଗ୍ରେସ ୧୪୭ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବା ଲାଗି ପ୍ରଗମନ ଆପ୍‌ର ଆରମ୍ଭ କରିଥିଲା। ଯେଉଁମାନେ ପ୍ରାର୍ଥୀ ହେବାକୁ କଂଗ୍ରେସରୁ ଇଚ୍ଛା ପ୍ରକାଶ କରିବେ ଏବଂ ସବୁ ଶ୍ରେଣୀର ଲୋକମାନଙ୍କୁ ଏହି ଆପ୍‌ରେ ଆବେଦନ ପକାଇପାରିବେ ବୋଲି କଂଗ୍ରେସ ଘୋଷଣାକଲା। ହେଲେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା କଥା ଆଗେଇବା ପରେ କଂଗ୍ରେସ ଆଉ ପ୍ରଗମନ ଆପ୍‌ ଆବେଦନକାରୀଙ୍କୁ ପ୍ରାର୍ଥୀ କରିବା କଥା ସେତେଟା ଚିନ୍ତା କରୁନାହିଁ। ଯେଉଁମାନେ ମେଣ୍ଟ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିବେ ସେମାନଙ୍କୁ କିପରି ଦଳରେ ସାମିଲ କରି ଆସନ୍ତା ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବ ସେନେଇ କଂଗ୍ରେସ ଚିନ୍ତାକରିବା ଆରମ୍ଭ କରିଛି। ଏହା ନ ହେଲେ ବହୁ ପ୍ରାର୍ଥୀ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିପାରନ୍ତି। ଏହା ହେଲେ କଂଗ୍ରେସକୁ କିଛି ଲାଭ ମିଳିବ ନାହିଁ। ତେଣୁ ସେହିଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଇ ଆସନ୍ତା ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି କରିବା ଦିଗରେ ଦଳର ଶୀର୍ଷ ନେତୃତ୍ୱ ଚିନ୍ତାକରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୧୯ ତାରିଖରେ ୩ୟ ଥର ଲାଗି ପ୍ରାର୍ଥୀ ଚୟନକୁ ନେଇ ସ୍କ୍ରିନିଂ କମିଟି ବୈଠକ ହେବାକୁ ଅଛି। ବିଜେଡି-ଭାଜପା ମେଣ୍ଟ ଘୋଷଣା ପରେ ହିଁ ଓଡ଼ିଶା ପାଇଁ ଉଭୟ ଦଳ ନିଜ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବେ। ଏହାକୁ କଂଗ୍ରେସ ଅପେକ୍ଷା କରି ରହିଛି। ହେଲେ ମିଳିଥିବା ସୂଚନା ମୁତାବକ, ଆସନ୍ତା ୧୬ ତାରିଖରେ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଦଳ ପ୍ରଥମ ପର୍ଯ୍ୟାୟ ବିଧାନସଭା ଏବଂ ଲୋକ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ ବୋଲି ଶୁଣିବାକୁ ମିଳିଛି। ଯେଉଁମାନେ ବିଧାୟକ ଅଛନ୍ତି ଏବଂ ପିସିସି ସଭାପତି, ପ୍ରଚାର କମିଟି ଅଧ୍ୟକ୍ଷ, ଆଉ କେତେଜଣ ବରିଷ୍ଠ ନେତା ଯେଉଁମାନଙ୍କୁ ଦଳ ନିଶ୍ଚୟ ପ୍ରାର୍ଥୀ କରିବ ସେମାନଙ୍କ ନାଁ ଘୋଷଣା କରିବ ବୋଲି ଶୁଣିବାକୁ ମିଳୁଛି।

ଯେଉଁ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଛି, ସେହି କଥାରେ ବର୍ତ୍ତମାନ ତୃଣମୂଳସ୍ତରର କର୍ମୀମାନେ ସମ୍ପୂର୍ଣ୍ଣ ବ୍ୟସ୍ତ ହୋଇପଡ଼ିଲେଣି। ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ କରିଥିଲେ ଏବେ ସେମାନଙ୍କୁ ସମର୍ଥନ କରିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ଯଦି ନିଜ ନେତାଙ୍କ ଟିକେଟ କଟିବା କଥା ଆଲୋଚନା ହେଉଛି ତେବେ ସିଧାସଳଖ କଂଗ୍ରେସକୁ ଚାଲିଯିବେ ବୋଲି ଯୁକ୍ତି ରଖୁଛନ୍ତି। କୌଣସି ମତେ ନିଜ ନେତାଙ୍କୁ ଛାଡ଼ିବା ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସାମିଲହେବା ଏହି ଦୁଇଟା ଯାକ କଥା କର୍ମୀମାନଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। ପ୍ରାୟ ବିଜେଡି ଏବଂ ଭାଜପା କର୍ମୀ କଂଗ୍ରେସକୁ ଚାଲିଯିବା କଥା ମଧ୍ୟ କହିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri