ଆରମ୍ଭରୁ ବିଧାନସଭା ହୁଲ୍‌ସ୍ଥୂଲ: ବିଜେଡି ଉଠାଇଲା ଗଞ୍ଜାମ ବନ୍ୟା, କଂଗ୍ରେସର କୋଟିଆ

ଭୁବନେଶ୍ୱର,୧୯।୧୧ (ରବିନାରାୟଣ ଜେନା):ସପ୍ତଦଶ ବିଧାନସଭାର ଅଷ୍ଟମ ତଥା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଗୃହ ହୁଲସ୍ଥୂଲ ହୋଇଛି। ଗୃହରେ ଦିବଂଗତ ପୂର୍ୱତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ ପାରିତ ହେବା ପରେ ବିଜେଡି ଗଞ୍ଜାମ ବନ୍ୟାକୁ ମନୁଷ୍ୟକୃତ ଦର୍ଶାଇ ଗୃହରେ ହଟ୍ଟଗୋଳ କରିଥିବାବେଳେ କଂଗ୍ରେସ କୋଟିଆ ସୀମା ବିବାଦର ସମାଧାନ ଦାବିିରେ ଆଲୋଚନା ଦାବିକରି ଗୃହରେ ତୁମ୍ୱିତୋଫାନ କରିଥିଲା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହରେ ଅସ୍ୱାଭାବିକ ସ୍ଥିତି ଉପଜିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରି ନ ଥିଲେ। ବାଚସ୍ପତି ପୂର୍ୱାହ୍ନ ୧୧ଟା ୩୫ମିନିଟରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଫଳରେ ବୁଧବାର ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ଗୃହରେ ହୋଇପାରି ନ ଥିଲା।
ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ପାଢ଼ୀ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଭାଜପା ସଦସ୍ୟ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଡାକିଥିଲେ। ଏହି ସମୟରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ହାତରେ ବ୍ୟାନର ଧରି କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କହି ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହାପରେ ବିଜେଡିର ଧ୍ରୁବଚରଣ ସାହୁ, ଗୌତ୍ତମବୁଦ୍ଧ ଦାସ ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ଗଞ୍ଜାମ ବନ୍ୟାକୁ ମନୁଷ୍ୟକୃତ ଦର୍ଶାଇ ସରକାରଙ୍କଠାରେ ଆଲୋଚନା ଦାବି କରିଥିଲେ। ଏହି ସମୟରେ ସଦସ୍ୟ ବାହିନୀପତି ରିପୋର୍ଟର୍ସ ଟେବୁଲ ଉପରକୁ ଉଠି ସରକାର ବିରୋଧୀ ନାରା ଦେଇଥିଲେ। ଅନ୍ୟପକ୍ଷରେ ମନ୍ତ୍ରୀ ପାତ୍ର ଗୃହରେ ଅମରେନ୍ଦ୍ରଙ୍କ ପ୍ରଶ୍ନର ଗତ ୩ବର୍ଷରେ ଜଗତ୍‌ସିଂହପୁର ଜିଲାରେ କେତେଥର ଓଜନ ଓ ମାପ ବିଭାଗ ପକ୍ଷରୁ ଚଢ଼ାଉକୁ ନେଇ ଉତ୍ତର ରଖୁଥିଲେ। କିନ୍ତୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ତାହା ସ୍ପଷ୍ଟ ଶୁଭୁ ନ ଥିଲା। ବାଚସ୍ପତି ଗୃହକୁ ଯେନତେନ ଭାବେ ଚଳାଇବା ପାଇଁ ସଦସ୍ୟ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ଡାକିଥିଲେ। ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଏତେ ତୀବ୍ର ଥିଲା ଯେ ଗୃହ ‘ଅର୍ଡର’ ବାହାରକୁ ଚାଲି ଯାଉଥିଲା। ଏହାକୁ ନେଇ ବାଚସ୍ପତି ଗୃହକୁ ଅପରାହ୍ନ

ଆରମ୍ଭରୁ ବିଧାନସଭା…
୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଗୃହ ବନ୍ଦ ହେବା ପରେ ବାହାରେ ବିରୋଧୀ ଓ ଶାସକଦଳ ସଭ୍ୟମାନେ ପରସ୍ପର ଉପରକୁ ଦୋଷ ଲଦାଲଦି ହୋଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ମନୁଷ୍ୟ କୃତ ବନ୍ୟା କରି ଲୋକଙ୍କୁ ମାରି ଦିଆଗଲା। ଗଞ୍ଜାମରେ ସଂଖ୍ୟାଧିକ ଲୋକ ମଲେ। ବାଚସ୍ପତିଙ୍କୁ ଲିଖିତ ଦିଆଯାଇଥିଲା ଏ ସବୁ ନେଇ ଆଲୋଚନା କରିବାକୁ, ସେ ବିଷୟରେ ଆଗ ଆଲୋଚନା ହେଉ, ତା’ପରେ ଅନ୍ୟ ଆଲୋଚନା କରନ୍ତୁ। ସରକାର କହୁଥିଲେ ଜିରୋ କାଜୁଆଲ୍‌ଟି କଥା, ତେବେ ୧୦ରୁ ଊର୍ଦ୍ଧ୍ୱ ଲୋକ ମଲେ କେମିତି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, କୋଟିଆ ହେଉଛି ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେଠାରେ ଚଳିତମାସ ୫ରେ ଆନ୍ଧ୍ରପ୍ରଦେଶ ସରକାର ନିର୍ୱାଚନ କରିଥିବାବେଳେ ଆସନ୍ତା ୨୯ରେ ନିର୍ୱାଚନ କରିବାକୁ ଯାଉଛନ୍ତି। ଓଡ଼ିଶା ସରକାର ଚୁପ୍‌ ବସିଛନ୍ତି। ସେଠାରେ ଖଣିଜ ସମ୍ପଦ ଭରି ରହିଛି। ତାହାକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଆନ୍ଧ୍ର ସରକାର ଲୋଲୁପ ଦୃଷ୍ଟି ରଖିଛନ୍ତି। ଏନେଇ କଂଗ୍ରେସ ମୋଶନ ଦେଇଛି, ହେଲେ ସରକାର ତାହା ଉପରେ ଆଲୋଚା ପାଇଁ ସମ୍ମତି ଜଣାଇ ନାହାନ୍ତି। ଅନ୍ୟପକ୍ଷରେ ଶାସକଦଳର ସଦସ୍ୟ ସନ୍ତୋଷ ଖଟୁଆ ବିରୋଧୀଙ୍କୁ ଜବାବ ଦେଇ କହିଛନ୍ତି, ବିଧାନସଭାକୁ ଚଳାଇ ନ ଦେବା ପାଇଁ ବିରୋଧୀ ମେଳି ହୋଇଛନ୍ତି। ଗୃହର ମୂଲ୍ୟବାନ ସମୟରେ ପ୍ରଶ୍ନ ଆଲୋଚନା ଚାଲିଥିବା ବେଳେ ହଟ୍ଟଗୋଳ କରି ଗୃହ ବନ୍ଦ କରୁଛନ୍ତି। ପୂର୍ୱ ସରକାର ଗଞ୍ଜାମ ଜିଲାରେ କ’ଣ ଉନ୍ନତି କରିଛନ୍ତି ଏବଂ କେତେ ଡ୍ୟାମ୍‌ ତିଆରି କରିଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣା। ବନ୍ୟା ଓ ଭୂସ୍ଖଳନ କେବେ ହେବ ତାହା ଆକଳନ କରିବା କଷ୍ଟସାଧ୍ୟ। ଭାରତୀୟ ପାଣିପାଗ ବିଭାଗର ଆକଳନ ପରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରକୃତ ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିରୋଧୀ ହଟ୍ଟଗୋଳ କରୁଛନ୍ତି।
ସେହିପରି କଂଗ୍ରେସ ସଦସ୍ୟମାନେ ଯେଉଁ କୋଟିଆ ପ୍ରସଙ୍ଗ ଉଠାଇ ଗୃହରେ ହଟ୍ଟଗୋଳ କରୁଛନ୍ତି ତାହା ଦୀର୍ଘବର୍ଷର ପ୍ରସଙ୍ଗ। ପୂର୍ୱ ସରକାର ଦାୟିତ୍ୱ ନିର୍ୱାହ ଠିକ୍‌ ଭାବେ କରି ନ ଥିଲେ। ମାତ୍ର ଭାଜପା ସରକାର ଠିକଣା ପଦକ୍ଷେପ ନେଉଛି। ବିରୋଧୀଙ୍କ ସବୁ ଗଠନମୂଳକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ସରକାର ରାଜି ବୋଲି ଖଟୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମୁହାଁ ‘ଅକ୍ୱାନ’ : ସକାଳୁ ସକାଳୁ ଜଣାପଡିଲା, କେଉଁଠି ପିଟିହେବ…

ଭୁବନେଶ୍ୱର, ୧୯ା୧୧ (ସୌମ୍ୟରଞ୍ଜନ ରାଉତ): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ’ ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ମୁହଁା ହୋଇଛି। ବାରମ୍ୱାର…

‘ଅକ୍ୱାନ’ ମୁକାବିଲାରେ ଲୋକଙ୍କ ସାଙ୍ଗରେ ରୁହ: ନବୀନ

ଭୁବନେଶ୍ୱର, ୧୮।୧୧(ସୁନିତ୍‌ ମିଶ୍ର): ବାତ୍ୟା ‘ଅକ୍ୱାନ୍‌’କୁ ଦୃଷ୍ଟିରେ ରଖି ବିପଦ ସମୟରେ ଲୋକଙ୍କ ସହିତ ରହିବା ପାଇଁ ସମସ୍ତ ବିଜେଡି ନେତା ଓ କର୍ମୀଙ୍କୁ ଦଳର ସଭାପତି…

IMDର ବଡ଼ ସୂଚନା; ଦୁର୍ବଳ ହେଉଛି ଅକ୍ୱାନ୍‌, ଲ୍ୟାଣ୍ଡଫଲ ସମୟରେ…..

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଆସିଛି ନୂଆ ସୂଚନା। ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ଅକ୍ବାନ୍ ସମୀକ୍ଷା ; ଓଡ଼ିଶାରେ ଲ୍ୟାଣ୍ଡଫଲ୍‌! ୪୬ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

ଭୁବନେଶ୍ୱର,୧୮।୧୧: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ସରକାର। ଏହାରି ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ SRCଙ୍କ କାର୍ଯ୍ୟାଳୟରେ ବାତ୍ୟା ସମୀକ୍ଷା କରିଛନ୍ତି…

ବାତ୍ୟା ‘ଅକ୍ୱାନ’ ଭୟ: କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା,ଜାଣନ୍ତୁ…

ଭବାନୀପାଟଣା,୧୮।୧୧ (ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଗୁରୁବାର) କଳାହାଣ୍ଡି ଜିଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ…

ଜିନ୍‌ପିଙ୍ଗ, ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ମୁକ୍ତ, ଅବାଧ ବାଣିଜ୍ୟକୁ ସମର୍ଥନ

ସେନ୍‌ଝେନ୍‌,୧୮ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପାଶ୍ଚାତ୍ୟ…

ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ…

ଓଡ଼ିଶା ମୁହାଁ ବାତ୍ୟା; ଜୁନିୟର ଆସିଷ୍ଟାଣ୍ଟ-କ୍ଲର୍କ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୮।୧୧: ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅକ୍ୱାନ’ । ୯ କିମି ବେଗରେ ବଢୁଛି ଭୀଷଣ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?