ହାରୁହାରୁ ଜିତିଥିଲେ, ଜିତୁଜିତୁ ହାରିଥିଲେ

ଭୁବନେଶ୍ୱର,୯।୪: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ସବୁ ଦଳର ପ୍ରାର୍ଥୀ ଓହ୍ଲାଇଲେଣି ପ୍ରଚାର ମଇଦାନରେ। କୁହାଯାଉଛି ଏଥର ୨୪ରେ କଡା ଟକ୍କର ହେବାକୁ ଯାଉଛି। ମୁହାମୁହିଁ ହେବେ ହେଭିଓ୍ବେଟ୍‌। ପୂର୍ବରୁ ଭୁବନେଶ୍ୱର ଓ ସମ୍ବଲପୁରରେ ମହା ସଂଗ୍ରାମ ହେବ ବୋଲି କୁହାଯାଉଥିବାବେଳେ ଅନ୍ୟ ଜିଲାରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିପାର। ତେବେ ୨୦୧୯ରେ ମଧ୍ୟ ଓଡିଶାର ବିଭିନ୍ନ ଅଞ୍ଚଳରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଗତ ନିର୍ବାଚନରେ ବଲାଙ୍ଗୀରର କଣ୍ଟାବାଂଜିରେ ହୋଇଥିଲା କାଣ୍ଟେ କା ଟକ୍କର। ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା। କଂଗ୍ରେସ ଏହି ଆସନରୁ ସନ୍ତୋଷ ସିଂ ସାଲୁଜାଙ୍କୁ ଟିକେଟ୍‌ ଦେଇଥିବାବେଳେ ଭାଜପା ଲକ୍ଷ୍ମଣ ବାଗ ଓ ବିଜେଡି ଅଜୟ କୁମାର ଦାସଙ୍କୁ ଟିକେଟ୍‌ ଦେଇଥିଲା। ଏଥିରେ ସାଲୁଜା ୬୪,୨୪୬ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ଲକ୍ଷ୍ମଣଙ୍କୁ ୬୪,୧୧୮ ଭୋଟ୍‌ ମିଳିଥିଲା। କହିରଖୁଛୁ କି, ଲକ୍ଷ୍ମଣ ମାତ୍ର ୧୨୮ ଭୋଟ୍‌ରେ ସାଲୁଜାଙ୍କ ଠାରୁ ପରାସ୍ତ ହୋଇଥିଲେ।

ସେହିପରି କୋରାପୁଟର ଲକ୍ଷ୍ମୀପୁରରେ ଦୁଇ ଦଳର ପ୍ରାର୍ଥୀଙ୍କ ଭିତରେ ହୋଇଥିଲା ଘମାଘୋଟ ଲଢେଇ। ବିଜେଡିରୁ ପ୍ରଭୁ ଜାନିଙ୍କୁ ୪୫ ହଜାର ୨୧୧ ଭୋଟ ମିଳିଥିବାବେଳେ କଂଗ୍ରେସର କୈଳାସ କୁଲେଶିକାଙ୍କୁ ୪୪ହଜାର ୯୮୨ ଭୋଟ୍‌ ମିଳିଥିଲା। ଏହି ନିର୍ବାଚନରେ କୈଳାସ, ପ୍ରଭୁଙ୍କ ଠାରୁ ୨୨୯ ଭୋଟ୍‌ରେ ପରାଜୟ ହୋଇଥିଲେ।

ଗଜପତିର ମୋହନାରେ କଂଗ୍ରେସର ଦାଶରଥି ଗମାଙ୍ଗ ଓ ବିଜେଡିର ପୂର୍ଣ୍ଣବାସୀ ନାୟକଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ଏଥିରେ ଦାଶରଥି ୫୩ହଜାର ୭୦୫ ଭୋଟ୍‌ ପାଇ ବିଜୟ ମୁକୁଟ ପିନ୍ଧିଥିଲେ। ପୂର୍ଣ୍ଣବାସୀ ଏଥିରେ ମାତ୍ର ୨୩୫୪ ଭୋଟ୍‌ରେ ପରାସ୍ତ ହୋଇଥିଲେ।
ଢେଙ୍କାନାଳର ପରଜଙ୍ଗରେ ବିଜେଡି ଓ ଭାଜପା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡିର ନୃସିଂହ ସାହୁ ୭୮ହଜାର ୭୪୭ ଭୋଟ୍‌ ପାଇଁ ବିଜୟୀ ହୋଇଥିଲେ। ଏଥିରେ ଭାଜପାର ବିଭୂତି ଭୂଷଣ ପ୍ରଧାନ ମାତ୍ର ୭୪୦ କମ୍‌ ଭୋଟ୍‌ ପାଇ ପରାସ୍ତ ହୋଇଥିଲେ।

ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଯେଉଁଥିରେ କଂଗ୍ରେସର ରାଜନ ଏକ୍କା ୫୩ହଜାର ୯୧୮ ଭୋଟ୍‌ରେ ବିଜୟୀ ହୋଇଥିଲେ। ଅନ୍ୟପଟେ ବିଜେଡିର ମଙ୍ଗଳା କିଷାନ ମାତ୍ର ୯୪୬ ଭୋଟ୍‌ରେ ପରାସ୍ତ ହୋଇଥିଲେ।

ସେହିପରି କେନ୍ଦୁଝରରେ ବିଜେଡି ଓ ଭାଜପା ମଧ୍ୟରେ ଲଢେଇ ହୋଇଥିଲେ। ଏଥିରେ ମୋହନ ମାଝି ୭୨ ହଜାର ୭୬୦ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ମାଧବ ସରକାର ମାତ୍ର ୧୧୨୪ କମ୍‌ ଭୋଟ୍‌ ପାଇ ପରାସ୍ତ ହୋଇଥିଲେ। ଏହି କ୍ରମରେ ଉଦଳାରେ ଭାଜପାର ଭାସ୍କର ମଢେଇ ୬୯ହଜାର ୭୨୫ ଭୋଟ୍‌ ପାଇ ବିଜୟୀ ହୋଇଥିବାବେଳେ ବିଜେଡିର ଶ୍ରୀନାଥ ସୋରେନ ୧୪୩୩ କମ୍‌ ଭୋଟ୍‌ ପାଇ ପରାସ୍ତ ହୋଇଥିଲେ।

ଏବେକାର ଚର୍ଚ୍ଚିତ ଅଞ୍ଚଳ ନୀଳଗିରି ସେବେମଧ୍ୟ ଚର୍ଚ୍ଚାର ଘେରକୁ ଆସିଥିଲା। ଭାଜପାର ସୁକାନ୍ତ ନାୟକ ୬୯ହଜାର ୫୧୭ ଭୋଟ୍‌ ପାଇ ବିଜେଡିର ସନ୍ତୋଷ ଖଟୁଆଙ୍କୁ ପରାସ୍ତ କରିଥିଲେ। ସନ୍ତୋଷ ତାଙ୍କ ଠାରୁ ମାତ୍ର ୧୫୭୭ କମ୍‌ ଭୋଟ୍‌ ପାଇଁ ହାରିଥିଲେ। ସେହପରି ବ୍ରହ୍ମଗିରରେ ଭାଜପାର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୮୮ହଜାର ୨୫୬ ଭୋଟ୍‌ ପାଇ ଜିତିଥିବାବେଳେ ବିଜେଡିର ସଂଜୟ ଦାଶବର୍ମା ମାତ୍ର ୨୧୩୦ କମ୍‌ ଭୋଟ ପାଇ ପରାସ୍ତ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri