ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ କେତେଜଣ ରାତାରାତି ଷ୍ଟାର ପାଲଟୁଛନ୍ତି ତ ଆଉ କେତେକ କିପରି ଉତ୍ତମ ଭାବେ ପ୍ରତିଭା ପ୍ରଦର୍ଶନ କରିବେ ସେ ନେଇ ଚେଷ୍ଟା ଜାରି ରଖିଛନ୍ତି। ଯୁବପିଢ଼ି ହୁଅନ୍ତୁ କି ବୟସ୍କ ସମସ୍ତେ ସୋସିଆଲ୍‌ ମିଡ଼ିଆରେ ନିଜର ପ୍ରତିଭା ଦେଖାଇବାରେ ବ୍ୟସ୍ତ। ଭାରତରେ ସର୍ଟ ଭିଡ଼ିଓ ପ୍ଲାଟଫର୍ମ ଟିକ୍‌ଟିକ୍‌ ବ୍ୟାନ୍‌ ହେବା ପରେ ଏହାର ବିକଳ୍ପ ଆପ୍‌ ଆସିଛି, ହେଲେ ଟିକ୍‌ଟକ୍‌ ତୁଳନାରେ ଉକ୍ତ ଆପ୍‌ଗୁଡ଼ିକ ଲୋକଙ୍କ ପସନ୍ଦଯୋଗ୍ୟ ହୋଇପାରିନାହିଁ। ଫଳରେ ବର୍ତ୍ତମାନ ୟୁଟ୍ୟବ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହାତରେ ମୋବାଇଲ ଆଉ ନିଜ ଭିତରେ ପ୍ରତିଭା ଥିଲେ ଆଜିକା ଦିନରେ ଜଣେ କଳାକାର ହେବାରେ କୌଣସି ସମସ୍ୟା ନାହିଁ। ମୟୂରଭଞ୍ଜ ଜିଲା କଳା ଓ ସଂସ୍କୃତିର ସହର। ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଅଧିକାଂଶ କଳାକାର ଏହି ଜିଲାର। ବର୍ତ୍ତମାନ କେତେଜଣ ଯୁବକ ନିଜର ପ୍ରତିଭାକୁ ୟୁଟ୍ୟୁବ ଭଳି ସୋସିଆଲ ମିଡ଼ିଆରେ ପ୍ରଦର୍ଶନ କରି ଲୋକଙ୍କ ନଜରକୁ ଆସିପାରିଛନ୍ତି। ବାରିପଦାର ସେହିଭଳି କେତେଜଣ ୟୁଟ୍ୟୁବରଙ୍କ ସମ୍ପର୍କରେ ସ୍ବତନ୍ତ୍ର ଉପସ୍ଥାପନା।


ମିଲନ ବେଦୀ-ବେଦୀ ସିନେ ପ୍ରଡ଼କ୍ସନ ନାମରେ ୟୁଟ୍ୟୁବ୍‌ରେ ଏକ ମନୋରଞ୍ଜନ ଚ୍ୟାନେଲ ଖୋଲିଥିବା ବେଳେ ହିନ୍ଦୀ, ଓଡ଼ିଆ ଆଲବମ୍‌ , କ୍ଷୁଦ୍ର ଚଳଚ୍ଚିତ୍ର ସହିତ କଭରସଙ୍ଗ୍‌ ମଧ୍ୟ କରୁଛନ୍ତି। ବର୍ଷକ ତଳେ ଏକାକୀ ଆରମ୍ଭ କରିଥିବା ଏହି ଚ୍ୟାନେଲରେ ବର୍ତ୍ତମାନ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗୁଛି । ନିଜର ୧୧ ଜଣ ସାଙ୍ଗଙ୍କ ପକେଟ୍‌ ମନି ଖର୍ଚ୍ଚରେ ଏହି ଚ୍ୟାନେଲ ଖୋଲି ଭିଡ଼ିଓ ଅପଲୋଡ଼ କରୁଛନ୍ତି। ବାରିପଦା ବାଗଡ଼ିହାର ମିଲନ ନିଜର ସାଙ୍ଗମାନଙ୍କ ସହିତ ମିଶି ଏହାକୁ କରିଛନ୍ତି। ସେ ଓଲିଉଡ୍‌ ଇଣ୍ଟ୍ରଷ୍ଟିରେ ବିଭିନ୍ନ ସିନେମା, ସିରିଏଲରେ ଅଭିନୟ କରିଥିବା ବେଳେ ଦୁଇଟି ଫିଲ୍ମରେ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ନେପୋଟିଜମ ଯୋଗୁସେଥିରେ ଭବିଷ୍ୟତ ନ ଥିବା ଜାଣିବା ପରେ ନିଜେ ଏହି ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି। ମିଲନ କୁହନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ୟୁଟ୍ୟୁବ ହିଁ ହେଉଛି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ଜଣେ କଳାକାର ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିବ । ତାଙ୍କର ଦର୍ଶକଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହାଦ୍ୱାରା କିଛି ରୋଜଗାର କରିବାର ସେ ଆଶା ରଖିଛନ୍ତି। ସେହିଭଳି କିଛି ଦିନ ପରେ ମହାଦେବ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ୟୁଟ୍ୟୁବ୍‌ରେ ରିଲିଜ୍‌ ହେବ ବୋଲି ପ୍ରକାଶ କରିଛନ୍ତି।

 


ନିକ ତାପସ -ବାରିପଦା ମୁର୍ଗାବାଡ଼ିର ଏହି କଳାକାର ଜଣଙ୍କ ଉତ୍କଳ ସିରିଜ ନାମରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଛନ୍ତି। ମନୋରଞ୍ଜନ ସଚେତନଧର୍ମୀ ଭିଡ଼ିଓ ନିର୍ମାଣ କରିବା ପାଇଁ ଯୋଜନା କରିଥିବା ବେଳେ ଲକ୍‌ଡାଉନ ଯୋଗୁ ଶୁଟିଂ ସମ୍ଭବ ହୋଇପାରୁନାହିଁ। ତେଣୁ ବର୍ତ୍ତମାନ କୃଷ୍ଣ ଉପଦେଶ ନାମରେ ସିରିଜ କରି ଛାଡ଼ୁଛନ୍ତି। କୃଷ୍ଣବାଣୀ ଉପଦେଶକୁ ଅତି ସୁନ୍ଦର ଭାବେ ଭିଡ଼ିଓରେ ସେ ବର୍ଣ୍ଣନା କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ଏହାର ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି। ସେ ଜଣେ କଳାକାର ହୋଇଥିବାରୁ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଚ୍ୟାନେଲ ଖୋଲିଥିବା ପ୍ରକାଶ କରିଛନ୍ତି। ନିଜର ସାଙ୍ଗମାନଙ୍କ ସହିତ ମିଶି ସେ ଭିଡ଼ିଓ ସୁଟିଙ୍ଗ କରନ୍ତି। ତାଙ୍କ ମତରେ ଜଣେ କଳାକାରକୁ କେବେ ବି ଠିକ୍‌ ଭାବେ ପାଉଣା ମିଳେନାହିଁ, ଦର୍ଶକଙ୍କ ତାଳି ଓ ଭଲ ପାଇବା ତାଙ୍କ ପାଇଁ କୋଟିଏ ଟଙ୍କା ସହିତ ସମାନ।

 


ସୋହନ ବିଶ୍ୱାଳ -ମୁର୍ଗାବାଡ଼ିର ଏହି ୨୩ ବର୍ଷୀୟ ଯୁବକ ‘କିପ୍‌ ସ୍ମାଇଲିଙ୍ଗ୍‌’ ନାମରେ ଏକ କମେଡ଼ି ଚ୍ୟାନେଲ କରିଛନ୍ତି। ପିଲାବେଳେ ସେ ସ୍କୁଲରେ କମେଡ଼ି କରନ୍ତି। ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ସେ ଏହି କମେଡ଼ି ଚ୍ୟାନେଲ ଖୋଲିଥିବା ପ୍ରକାଶ କରିଛନ୍ତି। ମାସେ ତଳେ ସେ ଖୋଲିଥିବା ଏହି ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଅଳ୍ପ କିଛି ଭିଡ଼ିଓ ସେ ବର୍ତ୍ତମାନ ପୋଷ୍ଟ କରିଛନ୍ତି। ଆଗାମୀ ଦିନରେ ସେ ଭଲ ୟୁଟ୍ୟୁବର ଭାବେ ପ୍ରସିଦ୍ଧ ଲାଭ କରିବାକୁ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri