ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଅସ୍ମିତା

ଆଜିକାଲି ଓଡ଼ିଶାରେ ଅନେକ ଲୋକ ଅସ୍ମିତା କଥା କହୁଛନ୍ତି। ଏହି ଅସ୍ମିତାରେ ଓଡ଼ିଆ ଶବ୍ଦ ଯୋଡ଼ି ଓଡ଼ିଆଙ୍କ ପ୍ରିୟଭାଜନ ହେବା ପାଇଁ ପ୍ରୟାସ କରୁଛନ୍ତି। କିଏ କିଏ ଭାବନ୍ତି ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଓଡ଼ିଆଙ୍କୁ ନିଯୁକ୍ତି ଦେଇଦେଲେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠା ହୋଇଯାଏ। ଆଉ କିଏ ଭାବନ୍ତି ସରକାରୀ ଚିଠି ବା ଫାଇଲ ଟିପ୍ପଣୀ ଓଡ଼ିଆ ଭାଷାରେ ଲେଖିଦେଲେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠା ହୁଏ। ଆଉ କିଛି ବିଦ୍ୱାନ୍‌ ଭାବନ୍ତି ଓଡ଼ିଆ ଭାଷାରେ କେବଳ ଶିକ୍ଷାଦାନ କଲେ (ବୈଷୟିକ ବିଷୟ ସହିତ ଅନ୍ୟାନ୍ୟ ବିଷୟରେ) ଓଡ଼ିଆ ଅସ୍ମିତା ବୃଦ୍ଧି ହୁଏ। ଏହିପରି ବିଭିନ୍ନ ଲୋକ ନିଜ ନିଜ ଢଙ୍ଗରେ ଅସ୍ମିତାକୁ ଦର୍ଶାଇବାରେ ଲାଗିଛନ୍ତି। ମୋ ମତରେ ଅସ୍ମିତାର ପ୍ରକୃତ ଅର୍ଥ ହେଉଛି, ଯାହା ସବୁ ଆମ ପାଖରେ ଅଛି ଓ ଅନ୍ୟମାନଙ୍କଠୁ ସ୍ବତନ୍ତ୍ର। ଅନ୍ୟ ଅର୍ଥରେ କହିଲେ, ଯାହା ଦ୍ୱାରା ଆମେ ଅନ୍ୟମାନ ସାମ୍ନାରେ ସ୍ବତନ୍ତ୍ର ବୋଲି ବୁଝାପଡ଼ନ୍ତି। ଅର୍ଥାତ୍‌ ସେଇସବୁ ସ୍ବତନ୍ତ୍ରତା ପାଇଁ ଆମେ ଅନ୍ୟଠୁ ବାରିହୋଇ ପଡ଼ନ୍ତି ଓ ଯାହା ପାଇଁ ଆମକୁ ଅନ୍ୟମାନେ ସମ୍ମାନ ପ୍ରଦର୍ଶନ କରନ୍ତି;ଅନ୍ୟମାନଙ୍କ ପାଖରେ ଆମର ଆତ୍ମସମ୍ମାନ କିମ୍ବା ସ୍ବାଭିମାନ ବୃଦ୍ଧି ହୁଏ। ଏହି ଓଡ଼ିଆ ଅସ୍ମିତା ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶିତ ହୋଇପାରେ; ଯଥା ଭାଷା, ସାହିତ୍ୟ, ସଂସ୍କୃତି, ବିଜ୍ଞାନ, କଳା, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ, ଶିକ୍ଷା, ଅର୍ଥନୀତି ଇତ୍ୟାଦି ଇତ୍ୟାଦି। ଆସନ୍ତୁ ଜାଣିବା ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଓଡ଼ିଆ ଅସ୍ମିତା ବୃଦ୍ଧି ପାଇଁ କେଉଁ କେଉଁ ପଦକ୍ଷେପ ନେବା ଆବଶ୍ୟକ।
ପ୍ରଥମରେ ଓଡ଼ିଶାର ଇତିହାସକୁ ଭାରତବାସୀଙ୍କୁ ଜଣାଇବା: ଭାରତ ଇତିହାସରେ ଓଡ଼ିଶାର ଇତିହାସ କଥା କହିବାର ଅର୍ଥ ହେଉଛି ଅଧା ପୃଷ୍ଠା କଳିଙ୍ଗ ଯୁଦ୍ଧ। ନା ସେଥିରେ ମହାମେଘବାହନ ଐର ଖାରବେଳଙ୍କ ବିଶାଳ ସାମ୍ରାଜ୍ୟର କଥା ଅଛି ନା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟର କଥା ଅଛି ନା ଓଡ଼ିଆ ପୁଅ କୌଣ୍ଡିନ୍ୟର କାମ୍ବୋଡିଆରେ ସାମ୍ରାଜ୍ୟ ପ୍ରତିଷ୍ଠା କଥା ଅଛି ନା ଭାରତର ପ୍ରଥମ ମୁକ୍ତି ସଗ୍ରାମ ପାଇକ ବିଦ୍ରୋହ ଗାଥା ଅଛି ନା ଦ୍ୱିତୀୟ ବୁଦ୍ଧ ରୂପେ ପରିଚିତ ଓଡ଼ିଆ ପୁଅ ପଦ୍ମସମ୍ଭବଙ୍କ କଥା ଅଛି ନା ଦେଶର ସର୍ବ କନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ କଥା ଅଛି ନା ଦେଶର ମୁକ୍ତି ସଂଗ୍ରାମର ଦୀର୍ଘତମ ବନ୍ଦୀ ବୀର ସୁରେନ୍ଦ୍ର ସାଏଙ୍କ କଥା ଅଛି ନା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ୨୨ ଥର ହୋଇଥିବା ଆକ୍ରମଣର ଇତିହାସ ଅଛି ? ଅଣଓଡ଼ିଆ କ’ଣ ପାଇଁ ଓଡ଼ିଆଙ୍କୁ ଏତେ ସମ୍ମାନ ପ୍ରଦର୍ଶନ କରିବେ?
ଦ୍ୱିତୀୟରେ ଓଡ଼ିଶାର ମହାପୁରୁଷଙ୍କ ବିଷୟରେ ଭାରତବାସୀଙ୍କୁ ପଢ଼ାଇବା: ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସ୍ବଭାବ କବି ଗଙ୍ଗାଧର ମେହେର, ଗୀତ ଗୋବିନ୍ଦର ରଚୟିତା ଜୟଦେବ, ସନ୍ଥକବି ଭୀମ ଭୋଇ, ରାମାନନ୍ଦ ରାୟ, ଜଗନ୍ନାଥ ଦାସ, ବଳରାମ ଦାସ ଏବଂ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ଭଳି ସଂଗ୍ରାମୀଙ୍କୁ ମଧ୍ୟ ଏ ଜାତି କୋଳରେ ଧରିଥିଲା। ପରିତାପର ବିଷୟ, ଆଜି ପର୍ଯ୍ୟନ୍ତ ସର୍ବଭାରତୀୟ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଜଣଙ୍କୁ ସ୍ଥାନ ନ ମିଳିବା ଓଡ଼ିଆ ଅସ୍ମିତାକୁ ଅନେକାଂଶରେ କ୍ଷୁଣ୍ଣ କରିଛି।
ତୃତୀୟରେ ରାଷ୍ଟ୍ରୀୟ ସ୍ତରରେ ସାମରିକ ପରିଚୟ ବୃଦ୍ଧି: ଓଡ଼ିଶାର ପାଇକଙ୍କ ରଣକୌଶଳ ପ୍ରାଚୀନ କାଳରୁ ଅତ୍ୟନ୍ତ ସମୃଦ୍ଧ ଥିଲା। ସ୍ବାଧୀନ ଭାରତରେ ବିଭିନ୍ନ ରାଜ୍ୟ ବା ଜାତିକୁ ନେଇ ଏକାଧିକ ରେଜିମେଣ୍ଟ ଗଠିତ ହୋଇଥିବା ବେଳେ (ଶିଖ୍‌ ରେଜିମେଣ୍ଟ, ପଞ୍ଜାବ ରେଜିମେଣ୍ଟ, ମାଡ୍ରାସ ରେଜିମେଣ୍ଟ, ବେଙ୍ଗଲ ରେଜିମେଣ୍ଟ, ମରାଠା ରେଜିମେଣ୍ଟ, ରାଜପୁତନା ରାଇଫଲ, ଗୋର୍ଖା ରେଜିମେଣ୍ଟ, ବିହାର ରେଜିମେଣ୍ଟ ଇତ୍ୟାଦି ଇତ୍ୟାଦି) ଓଡ଼ିଶାର ବା କଳିଙ୍ଗର ନାମ ବହନ କରୁଥିବା କଳିଙ୍ଗ ରେଜିମେଣ୍ଟର ଅନୁପସ୍ଥିତି ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ପ୍ରତିବନ୍ଧକ ସୃଷ୍ଟି କରୁ ନାହିଁ କି ?
ଚତୁର୍ଥରେ ଓଡ଼ିଆ ଖାଦ୍ୟ ପେୟର ବ୍ୟାପକ ପ୍ରଚାର ପ୍ରସାର: ଓଡ଼ିଶା ବିଶ୍ୱବାସୀଙ୍କୁ ରସଗୋଲା, ଛେନା ପୋଡ଼, ଏଣ୍ଡୁରିପିଠା, ଆରିସାପିଠା, ଡାଲମା, ପଖାଳ, ଖିରି ଇତ୍ୟାଦି ଉପହାର ଦେଇଛି। ଓଡ଼ିଆ ଥାଳିରେ ଶ୍ୱେତସାର, ପୁଷ୍ଟି ସାର, ସ୍ନେହସାର, ଧାତବ ଲବଣ, ଭିଟାମିନ, ତନ୍ତୁ ଇତ୍ୟାଦିର ସମାହାର ଥିବା ସତ୍ତ୍ୱେ ଏହା ଓଡ଼ିଶା ବାହାରେ ବ୍ୟାପକ ପ୍ରଚାର ପ୍ରସାର ଲାଭ କରିପାରି ନାହିଁ। ବରଂ ପଞ୍ଜାବୀ ତଡ଼କା, ତନ୍ଦୁରୀ ରୋଟି, ଦକ୍ଷିଣ ଭାରତ ଥାଳି କିମ୍ବା ଦୋସା ଆଦୃତି ଲାଭ କରିଛି। ଓଡ଼ିଆ ଖାଦ୍ୟର ଚାହିଦା ଅନ୍ୟ ରାଜ୍ୟ ଓ ବିଦେଶରେ ବଢ଼ାଇ ପାରିଲେ ନିଶ୍ଚୟ ଓଡ଼ିଆ ଅସ୍ମିତା ବୃଦ୍ଧି ପାଇବ।
ପଞ୍ଚମରେ ଆମ ବୟନ ଓ ହସ୍ତ ଶିଳ୍ପର ବ୍ୟାପକ ପ୍ରସାର ପ୍ରଚାର: ମହାତ୍ମା ଗାନ୍ଧୀ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆ ପାଟକୁ ଦେଖି ହାତର ସୂକ୍ଷ୍ମତାକୁ କିଛି କ୍ଷଣ ପାଇଁ ମିଲ୍‌ ତିଆରି ଭ୍ରମରେ ପଡ଼ିଯାଇଥିଲେ। ସମ୍ବଲପୁରୀ ବସ୍ତ୍ର, ପିପିଲି ଚାନ୍ଦୁଆ, ପାରଳାଖେମୁଣ୍ଡି ଶିଙ୍ଗ କାମ ବିଶ୍ୱସ୍ତରୀୟ। ମାତ୍ର ଭାରତର ପ୍ରତି ସହରରେ ବନାରସୀ ଶାଢ଼ି ଦୋକାନ ଥିବା ବେଳେ ଆମ ସମ୍ବଲପୁରୀ ଶାଢ଼ି ଦୋକାନର ଅନୁପସ୍ଥିତି ନିଶ୍ଚିତ ରୂପେ ଓଡ଼ିଆ ଅସ୍ମିତାକୁ ନୂ୍ୟନ କରୁଛି। ଓଡ଼ିଶା ବାହାରେ ଏହାର ବ୍ୟାପକ ପ୍ରଚାର ପ୍ରସାର, ଓଡ଼ିଆ ଅସ୍ମିତାକୁ ବୃଦ୍ଧି କରିବ।
ଷଷ୍ଠରେ କୃଷିଜାତ ଦ୍ରବ୍ୟା ଆମଦାନୀକାରୀ ନ ହୋଇ ରପ୍ତାନିକାରୀ ହେବା: ପ୍ରଚୁର ଜଳ, ସବୁ ପ୍ରକାର ମୃତ୍ତିକା, ଅନୁକୂଳ ଜଳବାୟୁ ଥାଇ ମଧ୍ୟ ଓଡ଼ିଶା ରାଷ୍ଟ୍ରୀୟ ସ୍ତରରେ କୃଷିଜାତ ପଦାର୍ଥର ଏକ ବଡ଼ ଆମଦାନୀକାରୀ ରାଜ୍ୟ। ଏତିକି କୁହାଯାଇପାରେ, ଆମେ ମଧ୍ୟ ସରୁ ଓ ବାସ୍‌ମତୀ ଚାଉଳକୁ ମିଶାଇ ମୋଟ ବାର୍ଷିକ ୧୦ ଲକ୍ଷ ଟନ୍‌ ଚାଉଳ ଆମଦାନୀ କରୁଛୁ। ଏଣୁ ଆମ ରାଜ୍ୟକୁ କୃଷିଜାତ ପଦାର୍ଥରେ ରପ୍ତାନିକାରୀ ରାଜ୍ୟ କରିପାରିଲେ ଓଡ଼ିଆ ଅସ୍ମିତା ବଢ଼ିବ।
ସପ୍ତମରେ, ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପ୍ରାଚୀନ କାଳରୁ ବଶ୍ୱରେ ଓଡ଼ିଶା ଶିକ୍ଷାର ଉତ୍କର୍ଷଲାଭ କରିଥିଲା। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା। ଆଜି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ଉନ୍ନତି ହୋଇଛି ମାତ୍ର ରାଷ୍ଟ୍ରୀୟ ସ୍ତରରେ ବିଦ୍ୟାର୍ଥୀ ବାହାରିପାରୁ ନାହାନ୍ତି। ଆମ ଶିକ୍ଷାନୁଷ୍ଠାନରୁ ବିଶ୍ୱସ୍ତରର ବିଦ୍ୟାର୍ଥୀ ବାହାରିିପାରିଲେ ଓଡ଼ିଆ ଅସ୍ମିତା ବୃଦ୍ଧି ପାଇବ।
ଅଷ୍ଟମରେ, ଓଡ଼ିଆ ଭାବୀପିଢିକୁ ଆମ ଐହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ସଚେତନ କରିବା। ନବମରେ, ଉପଯୁକ୍ତ ଭିତ୍ତିଭୂମି ସହିତ ପର୍ଯ୍ୟଟନସ୍ଥଳୀର ବିକାଶ କଳେ ଆମ ଅସ୍ମିତା ପ୍ରକାଶ ପାଇବ। ଦଶମରେ, ଦାଦନ ଶ୍ରମିକ ବୃଦ୍ଧି ଓଡ଼ିଆ ଅସ୍ମିତାକୁ ନୂ୍ୟନ କରୁଛି। ଏଣୁ ଓଡ଼ିଶାର ଅର୍ଥନୈତିକ ପ୍ରଗତି ହେଲେ ଓଡ଼ିଆ ଅସ୍ମିତା ବୃଦ୍ଧି ପାଇବ।

ଡ.ପ୍ରମୋଦ କୁମାର ପଣ୍ଡା
ପ୍ରଧାନ ବୈଜ୍ଞାନିକ
ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ
(ଭାରତ ସରକାର), ଭୁବନେଶ୍ୱର
ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?