ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼

ଭୁବନେଶ୍ୱର,୧୨।୪: ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ଆଦି ଆସି ପହଞ୍ଚିଥିଲେ। କେବଳ ଏତିକି ନୁହେଁ ଅନେକ ହାସ୍ୟ କଳାକାରଙ୍କ ସହ ବହୁ ୟୁଟ୍ୟୁବର ମାନେ ମଧ୍ୟ ଉପସ୍ଥିତ ଥିଲେ।