ଏକଦିବସୀୟ କ୍ରିକେଟ: ପୁଲସଖଣ୍ଡ ଚାମ୍ପିୟନ

ଦେଓଗାଁ,୧୪ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ନେହେରୁ ଖେଳ ପଡିଆରେ ରବିବାର ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ା ଶିରିଶ ଓ ପୁଲସଖଣ୍ଡ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ା ଶିରିଶ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪ ଓଭରରେ ୩୦ରନ କରିଥିଲା ା ଜବାବରେ ପୁଲସଖଣ୍ଡ ଦଳ ମଧ୍ୟ ୩୦ରନ କରିବାରୁ ଖେଳ ଟାଇ ହୋଇଥିଲା ା ଏଣୁ ସୁପରଓଭରର ସହାୟତା ନିଆଯାଇଥିଲା ା ଏଥିରେ ପୁଲସଖଣ୍ଡ ଦଳ ୧୬ରନ କରିଥିବା ବେଳେ ଶିରିଶ ଦଳ ମାତ୍ର ୩ ରନ କରି ପରାଜୟ ବରଣ କରିଥିଲା ା ଦଳ ପକ୍ଷରୁ କାର୍ତ୍ତିକ ୧୬ରନ କରି ଦଳକୁ ବିଜୟୀ କରାଇଥିଲେ ା ଫାଇନାଳ ଖେଳକୁ ସପନ ଅଗ୍ରୱାଲ ଓ ରାଜା ନାଗ ପରିଚାଳନା କରିଥିଲେ। ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ ା ସପନ ଅଗ୍ରୱାଲଙ୍କ ପରିଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଦେଓଗାଁ ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦକ କୃଷ୍ଣ ପ୍ରସାଦ ପାଣିଗ୍ରାହୀ, କ୍ରୀଡାବିତ୍‌ ଲଳିତ କୁମାର ମହାନନ୍ଦ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ ା ଟୁର୍ନାମେଣ୍ଟର ସଫଳ ସମାପନରେ ଅନନ୍ତ ମଲ୍ଲିକ, ବାଦଳ ଅଗ୍ରୱାଲ, ସୁନୀଲ କର୍ତ୍ତି, ସଞ୍ଜୁ ବିଶି ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?