ଓଡ଼ିଆରେ ହେବ ଓସିଏସ୍‌ ପରୀକ୍ଷା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସେସ୍‌(ଓସିଏସ୍‌) ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ। ଯେଉଁ ପ୍ରାର୍ଥୀମାନେ ଚାହିଁବେ ସମସ୍ତ ବିଷୟକୁ ଓଡ଼ିଆରେ ପରୀକ୍ଷା ଦେଇପାରିବେ। ତେବେ ଯେଉଁ ପ୍ରାର୍ଥୀମାନେ ଚାହିଁବେ ସେମାନେ ଇଂଲିଶ ଭାଷାରେ ପରୀକ୍ଷା ଦେଇପାରିବେ। ସାକ୍ଷାତ୍‌କାର ମଧ୍ୟ ଓଡ଼ିଆ ଏବଂ ଇଂଲିଶରେ ହେବ। ଶୁକ୍ରବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସେସ୍‌(କମ୍ବାଇନ୍‌ଡ କମ୍ପିଟିଟିଭ ରିକୁ୍ର୍ୟଟମେଣ୍ଟ ଏକ୍‌ଜାମିନେଶନ) ରୁଲ୍‌ସ-୧୯୯୧କୁ ସଂଶୋଧନ କରି ଓଡ଼ିଶା ସିଭିଲ ସର୍ଭିସେସ୍‌(ଓଡ଼ିଆ ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତି) ନିୟମାବଳୀ-୨୦୨୨ କାର୍ଯ୍ୟକାରୀ କରିଛନ୍ତି। ଚଳିତ ପଦ୍ଧତି ଅନୁଯାୟୀ ପ୍ରାର୍ଥୀମାନେ କେବଳ ଇଂଲିଶ ଭାଷାରେ ଉତ୍ତର ଦେଇଥାଆନ୍ତି। ଏହାଛଡ଼ା ସାକ୍ଷାତ୍‌କାର ମଧ୍ୟ ଇଂଲିଶରେ ହୋଇଥାଏ। ଏବେ ଉପରୋକ୍ତ ପରିବର୍ତ୍ତନ ଅଣାଯାଇଛି। ଯେଉଁ ପ୍ରାର୍ଥୀମାନେ ଇଂଲିଶରେ ଉତ୍ତର ଦେବାକୁ କିମ୍ବା ସାକ୍ଷାତ୍‌କାର ଦେବାକୁ ଚାହିଁବେ ସେମାନେ ଆବେଦନ ସମୟରେ ଉଲ୍ଲେଖ କରିପାରିବେ। ଓଡ଼ିଆ ଭାଷାର ବିକାଶ ତଥା ଗ୍ରାମାଞ୍ଚଳ ପିଲାଙ୍କର ସିଭିଲ ସର୍ଭିସେସ୍‌ ପରୀକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଏଥିସହିତ ପରୀକ୍ଷା ପାଇଁ ଆଉ ୨ଟି ଇଚ୍ଛାଧୀନ ବିଷୟ(ଅପ୍ସନାଲ ସବ୍‌ଜେକ୍ଟ) ରହିବ ନାହିଁ। ପରୀକ୍ଷାର୍ଥୀମାନେ କେବଳ ଗୋଟିଏ ଇଚ୍ଛାଧୀନ ବିଷୟ ବାଛିବେ। ସିଭିଲ ସର୍ଭିସେସ୍‌ ପରୀକ୍ଷା ପାଇଁ ଦିଆଯାଇଥିବା ଏକାଧିକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ପୂର୍ବରୁ ଲିଖିତ ଓ ମୌଖିକ ପରୀକ୍ଷାକୁ ମିଶାଇ ମୋଟ ୨୨୫୦ ମାର୍କର ପରୀକ୍ଷା ହେଉଥିଲା। ଏହାକୁ ସଂଶୋଧନ କରାଯାଇଛି। ଏଣିକି ସାକ୍ଷାତ୍‌କାର(ଇଣ୍ଟରଭ୍ୟୁ)କୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା କରାଯିବ। ସେଥିରେ ଲିଖିତ ପରୀକ୍ଷା ୧୭୫୦ ଓ ସାକ୍ଷାତ୍‌କାର ପାଇଁ ୨୫୦ ମାର୍କ ରହିବ। ଏହି ପରୀକ୍ଷାରେ ପୂର୍ବରୁ ଇଂଲିଶ ପ୍ରବନ୍ଧ ଲିଖନ ବାଧ୍ୟତାମୂଳକ ଥିଲା। ଏବେ ଏଥିରେ ସଂଶୋଧନ କରାଯାଇଛି। ପରୀକ୍ଷାର୍ଥୀମାନେ ଇଂଲିଶ କିମ୍ବା ଓଡ଼ିଆରେ ୨୫୦ ମାର୍କର ଗୋଟିଏ ପ୍ରବନ୍ଧ ଲେଖିପାରିବେ। ଏହି ପରୀକ୍ଷା ଦେଉଥିବା ସାଧାରଣ ବର୍ଗ ଏବଂ ସାମାଜିକ ଓ ଆର୍ଥତ୍କ ପଛୁଆ ବର୍ଗ(ଏସ୍‌ଇବିସି) ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଖୁସି ଖବର। ରାଜ୍ୟ ସରକାର ଏହି ଦୁଇ ବର୍ଗର ପ୍ରାର୍ଥୀଙ୍କ ଲାଗି ପରୀକ୍ଷା ଦେବା ସୁଯୋଗକୁ କୋହଳ କରିଛନ୍ତି। ଏହି ବର୍ଗର ଆଶାୟୀ ପ୍ରାର୍ଥୀ କେତେଥର ପରୀକ୍ଷା ଦେଇପାରିବେ ସେନେଇ ମଧ୍ୟ ନିୟମାବଳୀରେ ସଂଶୋଧନ କରାଯାଇଛି। ପୂର୍ବରୁ ଅଣସଂରକ୍ଷିତ ବର୍ଗ(ୟୁଆର)ର ପ୍ରାର୍ଥୀଙ୍କୁ ପରୀକ୍ଷା ଦେବା ପାଇଁ ୪ଟି ସୁଯୋଗ ମିଳୁଥିଲା। ଏବେ ଏହିି ବର୍ଗର ପ୍ରାର୍ଥୀମାନେ ୬ ଥର ପରୀକ୍ଷା ଦେଇପାରିବେ। ସେହିପରି ଏସ୍‌ଇବିସି ପ୍ରାର୍ଥୀ ୭ ଥର ପରୀକ୍ଷା ଦେଉଥିଲେ । ଏବେ ୯ ଥର ଦେଇପାରିବେ। ଏସ୍‌ସି/ଏସ୍‌ଟି ବର୍ଗର ଆଶାୟୀମାନେ ପୂର୍ବଭଳି ଯେତେଥର ଚାହିଁବେ ଏହି ପରୀକ୍ଷା ଦେଇପାରିବେ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri