ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି। ରାଜ୍ୟ ସରକାର, ଆବୁଧାବିର ଇଣ୍ଟରନ୍ୟାଶନାଲ ହୋଲ୍ଡିଂ କମ୍ପାନୀ (ଆଇଏଚ୍‌ସି) ଏବଂ ଆଦାନୀ ଗ୍ରୁପ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୨,୧୦,୫୦୦ କୋଟି ଟଙ୍କା ନିବେଶ ହେବା ସହ ପ୍ରାୟ ୮,୬୮,୨୦୦ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତ ଜୁଲାଇ ୨ରେ ସ୍ବାକ୍ଷରିତ ହୋଇଥିବା ଐତିହାସିକ ଚୁକ୍ତିର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଆବୁଧାବିଠାରେ ଅନୁଷ୍ଠିତ ଏହି ହାଇପ୍ରୋଫାଇଲ ଗୋଲଟେବୁଲ୍‌ ବୈଠକରେ ଆଇଏଚ୍‌ସି ପରିଚାଳନା ନିର୍ଦ୍ଦେଶକ ସୟଦ ବସର ଶୁଏବ ଏବଂ ଆଦାନୀ ପୋର୍ଟସ ଆଣ୍ଡ୍‌ ସ୍ପେଶାଲ ଇକୋନୋମିକ ଜୋନ୍‌ର ପରିଚାଳନା ନିର୍ଦ୍ଦେଶକ ସାଗର ଆଦାନୀ ଯୋଗଦେଇଥିଲେ।
ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ ଡାଉନଷ୍ଟ୍ରିମ, ସ୍ଲରି ପାଇପ୍‌ଲାଇନ୍‌, କ୍ରିଟିକାଲ ମିନେରାଲ୍ସ ଓ ରେୟାର ଆର୍ଥ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ବାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ସାମିଲ ରହିଛି। ଏହି ସମନ୍ବିତ ଆଲୁମିନିୟମ ପ୍ରକଳ୍ପ ପାଇଁ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ତହସିଲରେ ଆଲୁମିନା ରିଫାଇନେରି ଏବଂ ସୁନ୍ଦରଗଡ଼ ଜିଲାର ସଦର ତହସିଲରେ ଆଲୁମିନିୟମ ସ୍ମେଲ୍ଟର ପ୍ଲାଣ୍ଟ ପାଇଁ ଜମି ପ୍ରସ୍ତାବ ଦିଆଯାଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଇଣ୍ଟରନ୍ୟାଶନାଲ ରିସୋର୍ସେସ ହୋଲ୍ଡିଂ (ଆଇଆର୍‌ଏଚ୍‌) ସିଇଓ ଅଲି ରସିଦ ଅଲ୍‌ ରସିଦ, ଟୁ ପଏଣ୍ଟ ଜିରୋ ସିଇଓ ମହମ୍ମଦ ହେସାମ, ଘିଥା ହୋଲ୍ଡିଂସ ଗ୍ରୁପ୍‌ ସିଇଓ ଫଲାଲ ଅମିନ, ବୁର୍ଜିଲ ହୋଲ୍ଡିଂସର ଗ୍ରୁପ୍‌ ସିଇଓ ଫଲାଲ ଅମିନ, ବୁର୍ଜିଲ ହୋଲ୍ଡିଂର ଅଧ୍ୟକ୍ଷ ଶମଶୀର ଭାୟାଲିଲ, ଏମ୍‌ଏମ୍‌ଡିସି ଗ୍ରୁପ୍‌ର ସିଇଓ ୟାସିର ଜାଗଲୁଲ ପ୍ରମୁଖ ଏଥିରେ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ‘ଇଣ୍ଡିଆନ ବିଜ୍‌ନେସ୍‌ ଆଣ୍ଡ୍‌ ପ୍ରଫେସନାଲ ଗ୍ରୁପ’ (ଆଇବିପିଜି) ସଭାପତି ରାଜୀବ ଶାହ ଓ ସାଧାରଣ ସମ୍ପାଦକ ବରୁଣ ୱାହିଙ୍କ ସମେତ ସଦସ୍ୟମାନଙ୍କୁ ଭେଟିଛନ୍ତି। ଓଡ଼ିଶା ଓ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଏବଂ ଆଇବିପିଜି ମଧ୍ୟରେ ଏକ ସହଯୋଗିତାମୂଳକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅଧୀନରେ ଓଡ଼ିଶାରୁ ହଳଦୀ, ଅଦା ଭଳି ମସଲାଜାତୀୟ ଦ୍ରବ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି, ୟୁଏଇର ପ୍ରମୁଖ ବ୍ରାଣ୍ଡ୍‌ଗୁଡ଼ିକ ପାଇଁ କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ଏବଂ ରାଜ୍ୟର ଦକ୍ଷ ମାନବସମ୍ବଳ ନିଯୁକ୍ତି ଉପରେ ବିଶେଷ ଆଲୋଚନା ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ଉଦ୍ୟୋଗୀମାନେ ମଧ୍ୟ ଭାଗନେଇଛନ୍ତି। ସେମାନେ ବ୍ୟବସାୟିକ ଭାଗୀଦାରି ବିସ୍ତାର, ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ ୟୁଏଇ ବଜାରରେ ପହଞ୍ଚ ବୃଦ୍ଧି କରିବା ନେଇ ନିଜ ନିଜର ମତ ରଖିଛନ୍ତି। ଏହି ଆଲୋଚନା ଓଡ଼ିଶା-ୟୁଏଇ ବାଣିଜି୍ୟକ ସହଯୋଗକୁ ଅଧିକ ମଜଭୁତ କରିବା ସହ ବାଣିଜ୍ୟ, ନିବେଶ ଏବଂ ବ୍ୟବସାୟିକ ସହଯୋଗିତା ପାଇଁ ନୂଆ ପନ୍ଥା ସୃଷ୍ଟି କରିବାକୁ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri