କେନାଲ ବନ୍ଧରେ ଜବରଦଖଲକାରୀଙ୍କ ବାଡ଼

ପୁରୀ ଅଫିସ,୩୧ା୮: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ତୃଣମୂଳସ୍ତରରେ ଅନେକ ଲୋକ କୃଷିର ବିକାଶରେ ବାଧକ ସାଜୁଛନ୍ତି। ବ୍ୟକ୍ତିଗତ ଫାଇଦା ପାଇଁ ସେମାନେ ସାମୂହିକ ସ୍ବାର୍ଥକୁ ପ୍ରତିରୋଧ କରୁଛନ୍ତି। ଜଣେ ବ୍ୟକ୍ତି କେନାଲ ବନ୍ଧ ଉପରେ ବାଡ଼ ପକାଇବା ସହ ଚାଷୀଙ୍କୁ ସେମାନଙ୍କ ଜମିକୁ ଯିବା ପାଇଁ ବାଟ ଛାଡୁନାହାନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ନିରାଶ ହେବା ପରେ ଶେଷରେ ଜିଲାପାଳଙ୍କୁ ଗୁହାରି କରିଛନ୍ତି ପୁରୀ ସଦର ବ୍ଲକର ରୁଅ ଗ୍ରାମର ଚାଷୀ।
ଜିଲାପାଳଙ୍କୁ ଦେଇଥିବା ଏକ ପତ୍ରରେ ଚାଷୀମାନେ ଦର୍ଶାଇଛନ୍ତି ଯେ, ସାକ୍ଷୀଗୋପାଳ ଜଳସେଚନ ବିଭାଗ ଅଧୀନ ପ୍ରତାପରାମଚନ୍ଦ୍ରପୁର (ପାଟେଳି) ସେକ୍ସନ ରୁଆ ମୁଖ୍ୟ କେନାଲ (ପଶ୍ଚିମ ପଟ)ଠାରୁ ନୂଆ ଜଗନ୍ନାଥ ସଡ଼କ ପର୍ଯ୍ୟନ୍ତ ମାଇନର କେନାଲ ପଶ୍ଚିମ ପାର୍ଶ୍ୱରେ ପ୍ରାୟ ୨୫ଏକର ଜଳସେଚିତ ଚାଷ ଜମି ଅଛି। ଚାଷୀମାନେ ମାଇନର କେନାଲ ଗଠନ ପରଠାରୁ ଚାଷ ପାଇଁ ଏହି କେନାଲ ବନ୍ଧ ଉପରେ ହଳ, ଲଙ୍ଗଳ, ଟ୍ରାକ୍‌ଟର ସହିତ ଉତ୍ପାଦିତ ନେବା ଆଣିବା କରିଥାନ୍ତି। ସେମାନଙ୍କ ଜମିକୁ ଏହା ଏକମାତ୍ର ବାଟ। ଅନ୍ୟ କୌଣସି ବାଟରେ ଜମିକୁ ହଳ, ଲଙ୍ଗଳ, ଟ୍ରାକ୍‌ଟର ନେବା ଆଣିବା କରିବା ସୁବିଧା ନାହିିଁ। ମାତ୍ର କିଛିଦିନ ହେବ ରୁଆ ଗ୍ରାମର ଜଣେ ବ୍ୟକ୍ତି ଏହି କେନାଲ ବନ୍ଧ ଉପରେ ବେଆଇନ ଭାବେ ବାଡ଼ ପକାଇଛନ୍ତି। ଏହାକୁ ଜବରଦଖଲ କରି କୋଠାଘର ନିର୍ମାଣ ପାଇଁ ମସୁଧା ଚଳାଇଥିବା ସମ୍ପୃ୍‌କ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଏନେଇ ଚାଷୀମାନେ ପ୍ରଥମେ ସାକ୍ଷୀଗୋପାଳ ଜଳସେଚନ ବିଭାଗ ଅଫିସରେ ଜଣାଇଥିଲେ। ମାତ୍ର ପଦକ୍ଷେପ ନିଆ ନ ଯିବାରୁ ସେମାନେ ଜିଲାପାଳଙ୍କୁ ଗୁହାରି କରିଥିବା କହିଛନ୍ତି। ଏ ସମ୍ପର୍କରେ ସାକ୍ଷୀଗୋପାଳ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରଘୁନାଥ ସ୍ବାଇଁ କହିଛନ୍ତି, ଅଭିଯୋଗ ପାଇବା ପରେ କେନାଲ ବନ୍ଧରେ ବେଆଇନ ଭାବେ ବାଡ଼ ପକାଇଥିବା ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି। ତୁରନ୍ତ ସରକାରୀ ଜାଗା ଖାଲି କରିବା ଲାଗି ତାଙ୍କୁ ନୋଟିସ ମାଧ୍ୟମରେ କୁହାଯାଇଛି। ଏଥିସହ ପାଟେଳି ସେକ୍ସନର ସହକାରୀ ଯନ୍ତ୍ରୀଙ୍କୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଯେପରି ଶୀଘ୍ର ବାଡ ଉଠାଇବେ ତାହାର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri