ଜାଗା ମିଶନରୁ ବଢୁଛି ଜବରଦଖଲ

ନୟାଗଡ଼ ଅଫିସ,୨୮।୧୧: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରିଛି। ଏହି ଯୋଜନାରେ ୫ ଥର ପଟ୍ଟା ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲ ବଢ଼ି ଚାଲିଛି। ମ୍ୟୁନିସିପାଲିଟି ପକ୍ଷରୁ ଯଦିଓ ଉଚ୍ଛେଦ କରାଯାଉଛି ତେବେ ଜବରଦଖଲକୁ ରୋକା ଯାଇ ପାରୁନାହିଁ। ଅନ୍ୟପକ୍ଷେ ଆଇନର ଗଳା ବାଟ ଦେଇ ସ୍ବଛଳ ବର୍ଗ ହାତେଇ ଚାଲିଛନ୍ତିି ସରକାରୀ ଜମି। ଗଁାରେ ସେମାନଙ୍କର ଜମି, ଘରବାରି ଥିଲେ ମଧ୍ୟ ପୁଣି ଥରେ ସହରର ମୂଲ୍ୟବାନ ଜମିକୁ ହାତେଇ ନେଉଛନ୍ତି। ଅନ୍ୟପକ୍ଷେ ଭୋଟ ରାଜନୀତି ଜବରଦଖଲକାରୀଙ୍କୁ ସୁହାଇଛି। ସହରରେ ସ୍ଥାନୀୟ ବାସିନ୍ଦା ଠିକ୍‌ ସମୟରେ ଟିକସ୍‌ ଦେଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। କିନ୍ତୁ ଜବରଦଖଲକାରୀଙ୍କୁ ପଟ୍ଟା ଦେଇ ସେମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। କେତେଜଣ ଟିକସଧାରୀଙ୍କ ଅଭିଯୋଗ ହେଉଛି ଗରିବ ଓ ଭୂମିହୀନଙ୍କୁ ଜମିପଟ୍ଟା ଦେଇ ସରକାରୀ ସୁବିଧା ସୁଯୋଗ ଦେବାରେ ପ୍ରତିବାଦ ନାହିଁ। କିନ୍ତୁ ଗରିବ ଓ ଭୂମିହୀନ ନାଁରେ ସ୍ବଛଳ ବର୍ଗ ସୁବିଧା ସୁଯୋଗ ହାତେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଟିକସଧାରୀଙ୍କୁ ଯେପରି ଅଣଦେଖା କରାଯାଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି।

ନୟାଗଡ଼ ଜିଲା ସଦର ମହକୁମାର ପାହାଡ ପର୍ବତ ଉପରେ, ଜଙ୍ଗଲ ପାଦ ଦେଶରେ ଘର ନିର୍ମାଣ ହୋଇସାରିଲାଣି। କେତେଗୋଟି ସ୍ଥାନରେ ଘର ନିର୍ମାଣ ଚାଲିଛି। ସହରର ଜଜାଙ୍ଗି, ରୁକ୍ଷୀ ଓ ବଳରାମ ପାହାଡର ଉପର, ପାଦ ଦେଶର ବିଭିନ୍ନ ସ୍ଥାନ ଏବେ ଜବରଦଖଲରେ। ଏପରିକି ସହରର ପ୍ରଭାବଶାଳୀ ଲୋକ ମୂଲ୍ୟବାନ ଜମିକୁ ଜବରଦଖଲ କରି ରଖିଛନ୍ତି। ସେହିଭଳି ସରକାରୀ ଜମି ୩୦ ହଜାରରୁ ଆରମ୍ଭ କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ନିକଟରେ ଜଣେ ସରପଞ୍ଚ ବେବର୍ତ୍ତାପଲ୍ଲୀରେ ସରକାରୀ ଜମି ବିକ୍ରି କରିଥିବା ଅଭିଯୋଗ ଉଠିଛି। ୬ ପରିବାରର ବେଆଇନ ଜବରଦଖଲ ଉଚ୍ଛେଦ ପରେ ଏହା ଜଣାପଡିଛି। ଏ ନେଇ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ନୟାଗଡ଼ ମ୍ୟୁନିସିପାଲିଟିରେ ୫ ଥରରେ ୪୮୬ ହିତାଧିକାରୀଙ୍କୁ ଜାଗା ମିଶନ ଯୋଜନାରେ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏଥିରୁ ୨୧୪ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ସାରିଲେଣି। ୧୦୬ ଜଣଙ୍କୁ କାର୍ଯ୍ୟାଦେଶ ପାଇ ସାରିଛନ୍ତି। ଅବଶିଷ୍ଟ ୧୪୬ ଜଣଙ୍କର ୨୨୫ ସ୍କୋୟାର ଫୁଟରୁ କମ୍‌ ପଟ୍ଟା ପାଇଥିବାରୁ କାର୍ଯ୍ୟାଦେଶ ପାଇନାହାନ୍ତି। ଏଣୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେବାକୁ ସରକାରୀ ନିୟମ ଅନୁସାରେ ୨୩୦ ସ୍କୋୟାର ଫୁଟର ଜମି ଯୋଗାଇ ଦେବାକୁ ଡିଟେଲ ପ୍ରେଜେକ୍ଟ ରିପୋଟ ପ୍ରସ୍ତୁତ କରି ସରକାରଙ୍କୁ ଦିଆସରିଛି। ଯେଉଁମାନଙ୍କର ପାଖରେ ସରକାରୀ ଜମି ନାହିଁ ସେମାନଙ୍କୁ ଅଧିକ ଜମି ଦିଆଯାଇପାରିବ ନାହିଁ। ଏଣୁ ସେମାନେ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇପାରିବେ ନାହିଁ। ଅନ୍ୟପକ୍ଷେ ମ୍ୟୁନିସିପାଲିଟିରେ ଜମି ନ ଥିବା ପରିବାର ପଟ୍ଟା ପାଇପାରିବ ବୋଲି ନିୟମ ରହିଛି ବୋଲି ସେ କହିଛନ୍ତି। ନାଁରେ  ନାଁେ ର


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri