ଜାଗା ମିଶନରୁ ବଢୁଛି ଜବରଦଖଲ

ନୟାଗଡ଼ ଅଫିସ,୨୮।୧୧: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରିଛି। ଏହି ଯୋଜନାରେ ୫ ଥର ପଟ୍ଟା ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲ ବଢ଼ି ଚାଲିଛି। ମ୍ୟୁନିସିପାଲିଟି ପକ୍ଷରୁ ଯଦିଓ ଉଚ୍ଛେଦ କରାଯାଉଛି ତେବେ ଜବରଦଖଲକୁ ରୋକା ଯାଇ ପାରୁନାହିଁ। ଅନ୍ୟପକ୍ଷେ ଆଇନର ଗଳା ବାଟ ଦେଇ ସ୍ବଛଳ ବର୍ଗ ହାତେଇ ଚାଲିଛନ୍ତିି ସରକାରୀ ଜମି। ଗଁାରେ ସେମାନଙ୍କର ଜମି, ଘରବାରି ଥିଲେ ମଧ୍ୟ ପୁଣି ଥରେ ସହରର ମୂଲ୍ୟବାନ ଜମିକୁ ହାତେଇ ନେଉଛନ୍ତି। ଅନ୍ୟପକ୍ଷେ ଭୋଟ ରାଜନୀତି ଜବରଦଖଲକାରୀଙ୍କୁ ସୁହାଇଛି। ସହରରେ ସ୍ଥାନୀୟ ବାସିନ୍ଦା ଠିକ୍‌ ସମୟରେ ଟିକସ୍‌ ଦେଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। କିନ୍ତୁ ଜବରଦଖଲକାରୀଙ୍କୁ ପଟ୍ଟା ଦେଇ ସେମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। କେତେଜଣ ଟିକସଧାରୀଙ୍କ ଅଭିଯୋଗ ହେଉଛି ଗରିବ ଓ ଭୂମିହୀନଙ୍କୁ ଜମିପଟ୍ଟା ଦେଇ ସରକାରୀ ସୁବିଧା ସୁଯୋଗ ଦେବାରେ ପ୍ରତିବାଦ ନାହିଁ। କିନ୍ତୁ ଗରିବ ଓ ଭୂମିହୀନ ନାଁରେ ସ୍ବଛଳ ବର୍ଗ ସୁବିଧା ସୁଯୋଗ ହାତେଉଛନ୍ତି। ଅଧିକାଂଶ କ୍ଷେତ୍ରରେ ଟିକସଧାରୀଙ୍କୁ ଯେପରି ଅଣଦେଖା କରାଯାଉଛି ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି।

ନୟାଗଡ଼ ଜିଲା ସଦର ମହକୁମାର ପାହାଡ ପର୍ବତ ଉପରେ, ଜଙ୍ଗଲ ପାଦ ଦେଶରେ ଘର ନିର୍ମାଣ ହୋଇସାରିଲାଣି। କେତେଗୋଟି ସ୍ଥାନରେ ଘର ନିର୍ମାଣ ଚାଲିଛି। ସହରର ଜଜାଙ୍ଗି, ରୁକ୍ଷୀ ଓ ବଳରାମ ପାହାଡର ଉପର, ପାଦ ଦେଶର ବିଭିନ୍ନ ସ୍ଥାନ ଏବେ ଜବରଦଖଲରେ। ଏପରିକି ସହରର ପ୍ରଭାବଶାଳୀ ଲୋକ ମୂଲ୍ୟବାନ ଜମିକୁ ଜବରଦଖଲ କରି ରଖିଛନ୍ତି। ସେହିଭଳି ସରକାରୀ ଜମି ୩୦ ହଜାରରୁ ଆରମ୍ଭ କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ନିକଟରେ ଜଣେ ସରପଞ୍ଚ ବେବର୍ତ୍ତାପଲ୍ଲୀରେ ସରକାରୀ ଜମି ବିକ୍ରି କରିଥିବା ଅଭିଯୋଗ ଉଠିଛି। ୬ ପରିବାରର ବେଆଇନ ଜବରଦଖଲ ଉଚ୍ଛେଦ ପରେ ଏହା ଜଣାପଡିଛି। ଏ ନେଇ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ନୟାଗଡ଼ ମ୍ୟୁନିସିପାଲିଟିରେ ୫ ଥରରେ ୪୮୬ ହିତାଧିକାରୀଙ୍କୁ ଜାଗା ମିଶନ ଯୋଜନାରେ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରାଯାଇଛି। ଏଥିରୁ ୨୧୪ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ସାରିଲେଣି। ୧୦୬ ଜଣଙ୍କୁ କାର୍ଯ୍ୟାଦେଶ ପାଇ ସାରିଛନ୍ତି। ଅବଶିଷ୍ଟ ୧୪୬ ଜଣଙ୍କର ୨୨୫ ସ୍କୋୟାର ଫୁଟରୁ କମ୍‌ ପଟ୍ଟା ପାଇଥିବାରୁ କାର୍ଯ୍ୟାଦେଶ ପାଇନାହାନ୍ତି। ଏଣୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦେବାକୁ ସରକାରୀ ନିୟମ ଅନୁସାରେ ୨୩୦ ସ୍କୋୟାର ଫୁଟର ଜମି ଯୋଗାଇ ଦେବାକୁ ଡିଟେଲ ପ୍ରେଜେକ୍ଟ ରିପୋଟ ପ୍ରସ୍ତୁତ କରି ସରକାରଙ୍କୁ ଦିଆସରିଛି। ଯେଉଁମାନଙ୍କର ପାଖରେ ସରକାରୀ ଜମି ନାହିଁ ସେମାନଙ୍କୁ ଅଧିକ ଜମି ଦିଆଯାଇପାରିବ ନାହିଁ। ଏଣୁ ସେମାନେ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇପାରିବେ ନାହିଁ। ଅନ୍ୟପକ୍ଷେ ମ୍ୟୁନିସିପାଲିଟିରେ ଜମି ନ ଥିବା ପରିବାର ପଟ୍ଟା ପାଇପାରିବ ବୋଲି ନିୟମ ରହିଛି ବୋଲି ସେ କହିଛନ୍ତି। ନାଁରେ  ନାଁେ ର


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri