Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଶଶାଙ୍ଗ, ଆୟୂଷଙ୍କ ଶତକ, ଶ୍ରେଷ୍ଠଙ୍କୁ ୬

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୋଳ, ଭୁବନେଶ୍ୱର ‘ଏ’, କଟକ ‘ଏ’, ‘ବି’, କେନ୍ଦ୍ରାପଡ଼ା ଓ ସମ୍ବଲପୁର ବିଜୟ ହାସଲ କରିଛନ୍ତି।
ରେଭେନ୍ସା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ଅନୁଗୋଳ ୧୨୬ ରନରେ ସୋନପୁରକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅନୁଗୋଳ ୨୫୯ ରନ କରିଥିବାବେଳେ ସୋନପୁର ୧୩୩ରେ ଅଲଆଉଟ ହୋଇଥିଲା। ଅନୁଗୋଳର ରାକେଶ ବିଶ୍ୱାଳ ସର୍ବାଧିକ ୭୨ ରନ କରିଥିଲେ। ରେଭେନ୍ସା ଗ୍ରାଉଣ୍ଡ-୧ରେ ଆୟୋଜିତ ମ୍ୟାଚରେ ଭୁବନେଶ୍ୱର-ଏ ୨୧୮ ରନରେ ଢେଙ୍କାନାଳକୁ ହରାଇ ଦେଇଛି। ଅଂଶୁମାନ ସାହୁଙ୍କ ୭୪ ଓ ସୁଦର୍ଶନ ସ୍ବାଇଁଙ୍କ ୬୫ ରନ ସହାୟତାରେ ଭୁବନେଶ୍ୱର-ଏ ୫୦ ଓଭରରେ ୭ ଉଇକେଟ ହରାଇ ୩୦୬ ରନ କରିଥିଲା। ଜବାବରେ ଢେଙ୍କାନାଳ ୮୮ ରନକରି ଅଲଆଉଟ ହୋଇଥିଲା। ନିମପୁର କ୍ରିକେଟ ଷ୍ଟାଡିୟମରେ କଟକ-ଏ ୧୫୫ ରନରେ ବଲାଙ୍ଗୀରକୁ ହରାଇ ଦେଇଛି। କଟକ-ଏ ୫୦ ଓଭରରେ ୩ ଉଇକେଟ ହରାଇ ୩୦୫ ରନ କରିଥିଲା। ଶଶାଙ୍ଗ ରୁଙ୍ଗଟା (୧୦୦) ଶତକହାସଲ କରିଥିବାବେଳେ ପ୍ରିନ୍ସ ବେହେରା ୭୪ ଓ ସାଇଦୀପ ମହାପାତ୍ର ୫୯ ରନ କରିଥିଲେ। ବଲାଙ୍ଗୀର ୧୫୦ ରନକରି ଅଲଆଉଟ ହୋଇ ଯାଇଥିଲା। ସାଇଦୀପ ୪ଟି ଉଇକେଟ ନେଇଥିଲେ। ବିଓଏସ୍‌ଇ ଗ୍ରାଉଣ୍ଡ ମ୍ୟାଚରେ କଟକ-ବି ୯ ଉଇକେଟରେ ମୟୂରଭଞ୍ଜକୁ ହରାଇଛି। ମୟୂରଭଞ୍ଜ ମାତ୍ର ୫୯ ରନରେ ଅଲଆଉଟ ହୋଇଥିବାବେଳେ କଟକ-ବି ୧୫.୧ ଓଭରରେ ମାତ୍ର ୧ ଉଇକେଟ ହରାଇ ବିଜୟୀ ହୋଇଥିଲା। ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କେନ୍ଦ୍ରାପଡ଼ା ୧୦୧ ରନରେ ନୂଆପଡ଼ାକୁ ହରାଇଛି। ସୌମିତ୍ର ବିଶ୍ୱାଳଙ୍କ ୫୯ ରନ ସହାୟତାରେ କେନ୍ଦ୍ରାପଡ଼ା ୨୩୬ ରନ କରିଥିଲା। ଜବାବରେ ନୂଆପଡ଼ା ୧୩୫ ରନକରି ଅଲଆଉଟ ହୋଇଥିଲା। ବିଜୟୀ ଦଳର ଅମୁଲ୍ୟ ନାୟକ ଓ ସୌମିତ୍ର ବିଶ୍ୱାଳ ୪ଟି ଲେଖାଏ ଉଇକେଟ ନେଇଥିଲେ। ଡ୍ରିମ୍ସ ଗ୍ରାଉଣ୍ଡରେ ଆୟୋଜିତ ମ୍ୟାଚରେ ସମ୍ବଲପୁର ୧୯୦ ରନରେ ଦେବଗଡ଼କୁ ପରାସ୍ତ କରିଛି। ଆୟୂଷ ମିଶ୍ର(୧୩୨)ଙ୍କ ଶତକ ଏବଂ ହ୍ରିତିକ ପଟେଲ(୬୫) ଓ ପ୍ରତୀକ ପାଣ୍ଡେ(୫୫)ଙ୍କ ଅର୍ଦ୍ଧଶତକ ସହାୟତାରେ ସମ୍ବଲପୁର ୫୦ ଓଭରରେ ୭ ଉଇକେଟ ହରାଇ ୩୫୬ ରନ କରିଥିଲା। ଜବାବରେ ଦେବଗଡ଼ ୫୦ ଓଭରରେ ୯ ଉଇକେଟ ହରାଇ ୧୬୬ ରନ କରି ପାରିଥିଲା। ବିଜୟୀ ଦଳର ଶ୍ରେଷ୍ଠ ସିଂ ୧୦ ଓଭରରେ ୩୫ ରନ ଦେଇ ୬ ଉଇକେଟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri