ପର୍ଯ୍ୟଟକଙ୍କୁ ଟାଣୁଛି ବାଜି ଉଦ୍ୟାନ

ଭୁବନ, ୨୨।୧ ଆମ୍ବ, ନଡ଼ିଆ, ପଣସ। ଗେଣ୍ଡୁ, ରଜନୀଗନ୍ଧା, ଡାଲିଆ, ଗୋଲାପ। ଏମିତି ଅନେକ ଜାତିଜାତିକା ଫୁଲଫଳ ସମେତ କ୍ରୋଟନ ଗଛରେ ଭରପୂର। ୧୫ ଏକର ପରିବ୍ୟାପ୍ତ ଉଦ୍ୟାନ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ। ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ସାଙ୍ଗକୁ ନଦୀପଠାର ଶାନ୍ତ ପରିବେଶ ଭାରାକ୍ରାନ୍ତ ମନକୁ ସାମୟିକ ଭାବେ ହାଲୁକା କରିବାରେ ସକ୍ଷମ। ଖାସ୍‌ ଏହି କାରଣରୁ ପର୍ଯ୍ୟଟନ ସମ୍ଭାରରେ ଭରପୂର ଭୁବନ ବ୍ଲକର ଶହୀଦ ଗ୍ରାମ ନୀଳକଣ୍ଠପୁରର ବାଜି ରାଉତ ଉଦ୍ୟାନକୁ ଛୁଟୁଛନ୍ତି ପର୍ଯ୍ୟଟକ। ବର୍ଷତମାମ ଏଠାକୁ ଜିଲା ତଥା ଜିଲା ବାହାରର ବହୁ ପର୍ଯ୍ୟଟକ ଆସୁଥିଲେ ହେଁ, ପର୍ଯ୍ୟଟନ ଋତୁରେ ଏହା ପାଲଟିଛି ବଣଭୋଜିର ଭଲ ଠିକଣା।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ପଶ୍ଚିମ ଦିଗରେ ରହିଛି ବାଜି ରାଉତ ଫାର୍ମ। ସର୍ବକନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ସ୍ମୃତିରେ ୧୯୭୦ରେ ଉଦ୍ୟାନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ସମୟ କ୍ରମେ ଏହାର କଳେବର ବଦଳିଛି। ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି ସାଙ୍ଗକୁ ବିଭିନ୍ନ ଫଳ ଗଛ ଲଗାଯାଇଛି। ଦେଶୀ ଏବଂ ବିଦେଶୀ ଫୁଲଗଛ ସାଙ୍ଗକୁ ବିଭିନ୍ନ ପ୍ରଜାତିର କ୍ରୋଟନ ଗଛ ଉଦ୍ୟାନର ଶୋଭା ବଢ଼ାଉଛି। ବାଜି ରାଉତ ସେତୁ ନିର୍ମାଣ ପୂର୍ବରୁ ଏହି ସ୍ଥାନ ଲୋକଲୋଚନର ଅନ୍ତରାଳରେ ରହିଯାଇଥିଲା। ସେତୁ ନିର୍ମାଣ ପରେ ଯୋଗାଯୋଗ ସୁଗମ ହେବାରୁ ଏବେ ଏହି ଉଦ୍ୟାନ ପାଲଟିଛି ଟୁରିଷ୍ଟ ଡେଷ୍ଟିନେଶନ। ପ୍ରକୃତି କୋଳରେ କିଛି ସମୟ ଅତିବାହିତ କରିବାକୁ ଢେଙ୍କାନାଳ ସମେତ ପଡ଼ୋଶୀ କଟକ, ଅନୁଗୋଳ, ଯାଜପୁର, କେନ୍ଦୁଝର ଜିଲାର ବହୁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ବାଜି ରାଉତ ଉଦ୍ୟାନ ପର୍ଯ୍ୟଟକଙ୍କ ଠିକଣା ପାଲଟିଥିବାରୁ ଏଠାରେ ଗଢ଼ି ଉଠିଛି ଦୋକାନବଜାର। ଉଦ୍ୟାନ ରକ୍ଷଣାବେକ୍ଷଣ ଲାଗି ଉଦ୍ୟାନ ବିଭାଗ ପକ୍ଷରୁ ଜଣେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।
ଅପରପକ୍ଷେ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକ ଚାହିଁଲେ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର, ୩ କିମି ଦୂରରେ ଥିବା ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ଭୁବନର କଂସାପିତ୍ତଳ କାରିଗରି, ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠ ବୁଲି ଦେଖିପାରିବେ। ଢେଙ୍କାନାଳ ଦେଇ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟାୟକ୍ରମେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା, ପୁରାଣ ପ୍ରସିଦ୍ଧ କପିଳାସ ଶୈବପୀଠ, ତପୋବନ ଏବଂ ଦତ୍ତାତ୍ରେୟ ସାଇ ମନ୍ଦିର ଦର୍ଶନ କରିପାରିବେ। ତେବେ ଏତେ ବଡ଼ ଉଦ୍ୟାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଲାଗି ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଉଦ୍ୟାନ ଚାରିପଟେ ସୁରକ୍ଷା ପାଚେରି ନାହିଁ। ସ୍ଥାନ ତୁଳନାରେ ଅଧିକ ଫୁଲ ଗଛ ଲଗାଯାଇ ସାଜସଜ୍ଜା ସହିତ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଗଲେ ବାଜି ରାଉତ ଉଦ୍ୟାନର ସୁନାମ ଆହୁରି ବଢ଼ିବ ବୋଲି ସେମାନେ ମତ ଦେଇଛନ୍ତି।
ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ
ବାଜି ରାଉତ ଫାର୍ମହାଉସ୍‌ ପାରିବାରିକ ପିକ୍‌ନିକ ପାଇଁ ପ୍ରକୃଷ୍ଟ ସ୍ଥାନ। ଏହାର ମନଲୋଭା ପରିବେଶରେ ଆକୃଷ୍ଟ ହୋଇ ଜିଲା ତଥା ଜିଲା ବାହାର ପର୍ଯ୍ୟଟକମାନେ ଆସୁଛନ୍ତି। ପଞ୍ଚାୟତ ସମିତି ପକ୍ଷରୁ ଅନୁଦାନ ମଞ୍ଜୁର କରାଯାଇ ଏହାକୁ ନୂଆ ରୂପ ଦିଆଯିବ। ପର୍ଯ୍ୟଟକଙ୍କୁ ସୁହାଇବା ଭଳି ସମସ୍ତ ବ୍ୟବସ୍ଥା କରାଯିବ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଉଛି।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ
ଉଦ୍ୟମ ହେଲେ ବଢ଼ିବ ଗୁରୁତ୍ୱ
ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର ସମେତ ଆଖପାଖ ଅଞ୍ଚଳ ପର୍ଯ୍ୟଟନ ସମ୍ଭାରରେ ଭରପୂର। ହେଲେ ଶହୀଦ ମାଟିର ବିକାଶ ଲାଗି ସରକାରଙ୍କ ଆନ୍ତରିକତା ନ ଥିବା ପରି ମନେହୁଏ। ସରକାରୀସ୍ତରରେ ଉଦ୍ୟମ ହେଲେ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଭୁବନ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରନ୍ତା। ଏଥିସହିତ ବାଜି ରାଉତ ଉଦ୍ୟାନର ଗୁରୁତ୍ୱ ବଢ଼ନ୍ତା।
-କାଳିନ୍ଦୀ କୁଅଁର, ପୂର୍ବତନ ଜିଲା ପରିଷଦ ସଭ୍ୟ
ବିକାଶ ପାଇଁ ଦୃଷ୍ଟି ଦିଆଯାଉ
କିଛିବର୍ଷ ହେଲା ବାଜି ଉଦ୍ୟାନ ଫାର୍ମ ହାଉସ ନୂଆ ଟୁରିଷ୍ଟ ଡେଷ୍ଟିନେଶନ ପାଲଟିଛି। ପୂର୍ବରୁ ଏହି ସ୍ଥାନ ନଜର ଆଢୁଆଳରେ ରହିଯାଇଥିଲା। ବ୍ରାହ୍ମଣୀ ବ୍ରିଜ୍‌ ନିର୍ମାଣ ହେବା ପରେ ଏଠାକୁ ବିଭିନ୍ନ ସ୍ଥାନରୁ ବହୁ ଲୋକଙ୍କ ସମାଗମ ହେଉଛି। ଉଦ୍ୟାନ ବିଭାଗ ଏବଂ ଜିଲା ପ୍ରଶାସନ ନଜର ଦେଲେ ଏହା ଜିଲାର ଶ୍ରେଷ୍ଠ ପିକ୍‌ନିକ୍‌ ସ୍ପଟ୍‌ ଭିତରୁ ଗୋଟିଏ ହୋଇପାରିବ।
-ରୁବାନା ରଞ୍ଜିତା ଚୌଧୁରୀ, ଗ୍ରାମବାସୀ
ବ୍ରାହ୍ମଣୀ ନଦୀର ପରିବେଶ ମନୋରମ
ପରିବାର, ସାଙ୍ଗସାଥୀଙ୍କ ସହ ବଣଭୋଜି କରିବା ଲାଗି ବାଜି ରାଉତ ଉଦ୍ୟାନ ଏକ ଭଲ ସ୍ଥାନ। ବାଜି ରାଉତଙ୍କ ଜନ୍ମମାଟି ହୋଇଥିବାରୁ ଏହାର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି। ଉଦ୍ୟାନ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀର ପରିବେଶ ବେଶ୍‌ ମନୋରମ। ସରକାର ଏହି ଉଦ୍ୟାନର ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
-ବିଜୁଳିବତି ବେହେରା, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?