ପର୍ଯ୍ୟଟକଙ୍କୁ ଟାଣୁଛି ବାଜି ଉଦ୍ୟାନ

ଭୁବନ, ୨୨।୧ ଆମ୍ବ, ନଡ଼ିଆ, ପଣସ। ଗେଣ୍ଡୁ, ରଜନୀଗନ୍ଧା, ଡାଲିଆ, ଗୋଲାପ। ଏମିତି ଅନେକ ଜାତିଜାତିକା ଫୁଲଫଳ ସମେତ କ୍ରୋଟନ ଗଛରେ ଭରପୂର। ୧୫ ଏକର ପରିବ୍ୟାପ୍ତ ଉଦ୍ୟାନ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ। ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ସାଙ୍ଗକୁ ନଦୀପଠାର ଶାନ୍ତ ପରିବେଶ ଭାରାକ୍ରାନ୍ତ ମନକୁ ସାମୟିକ ଭାବେ ହାଲୁକା କରିବାରେ ସକ୍ଷମ। ଖାସ୍‌ ଏହି କାରଣରୁ ପର୍ଯ୍ୟଟନ ସମ୍ଭାରରେ ଭରପୂର ଭୁବନ ବ୍ଲକର ଶହୀଦ ଗ୍ରାମ ନୀଳକଣ୍ଠପୁରର ବାଜି ରାଉତ ଉଦ୍ୟାନକୁ ଛୁଟୁଛନ୍ତି ପର୍ଯ୍ୟଟକ। ବର୍ଷତମାମ ଏଠାକୁ ଜିଲା ତଥା ଜିଲା ବାହାରର ବହୁ ପର୍ଯ୍ୟଟକ ଆସୁଥିଲେ ହେଁ, ପର୍ଯ୍ୟଟନ ଋତୁରେ ଏହା ପାଲଟିଛି ବଣଭୋଜିର ଭଲ ଠିକଣା।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ପଶ୍ଚିମ ଦିଗରେ ରହିଛି ବାଜି ରାଉତ ଫାର୍ମ। ସର୍ବକନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ସ୍ମୃତିରେ ୧୯୭୦ରେ ଉଦ୍ୟାନ ବିଭାଗ ପକ୍ଷରୁ ଏହାର ପରିକଳ୍ପନା କରାଯାଇଥିଲା। ସମୟ କ୍ରମେ ଏହାର କଳେବର ବଦଳିଛି। ଆମ୍ବ, ପଣସ, ନଡ଼ିଆ, କଦଳୀ, ପିଜୁଳି ସାଙ୍ଗକୁ ବିଭିନ୍ନ ଫଳ ଗଛ ଲଗାଯାଇଛି। ଦେଶୀ ଏବଂ ବିଦେଶୀ ଫୁଲଗଛ ସାଙ୍ଗକୁ ବିଭିନ୍ନ ପ୍ରଜାତିର କ୍ରୋଟନ ଗଛ ଉଦ୍ୟାନର ଶୋଭା ବଢ଼ାଉଛି। ବାଜି ରାଉତ ସେତୁ ନିର୍ମାଣ ପୂର୍ବରୁ ଏହି ସ୍ଥାନ ଲୋକଲୋଚନର ଅନ୍ତରାଳରେ ରହିଯାଇଥିଲା। ସେତୁ ନିର୍ମାଣ ପରେ ଯୋଗାଯୋଗ ସୁଗମ ହେବାରୁ ଏବେ ଏହି ଉଦ୍ୟାନ ପାଲଟିଛି ଟୁରିଷ୍ଟ ଡେଷ୍ଟିନେଶନ। ପ୍ରକୃତି କୋଳରେ କିଛି ସମୟ ଅତିବାହିତ କରିବାକୁ ଢେଙ୍କାନାଳ ସମେତ ପଡ଼ୋଶୀ କଟକ, ଅନୁଗୋଳ, ଯାଜପୁର, କେନ୍ଦୁଝର ଜିଲାର ବହୁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ବାଜି ରାଉତ ଉଦ୍ୟାନ ପର୍ଯ୍ୟଟକଙ୍କ ଠିକଣା ପାଲଟିଥିବାରୁ ଏଠାରେ ଗଢ଼ି ଉଠିଛି ଦୋକାନବଜାର। ଉଦ୍ୟାନ ରକ୍ଷଣାବେକ୍ଷଣ ଲାଗି ଉଦ୍ୟାନ ବିଭାଗ ପକ୍ଷରୁ ଜଣେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।
ଅପରପକ୍ଷେ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକ ଚାହିଁଲେ ଶହୀଦ ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର, ୩ କିମି ଦୂରରେ ଥିବା ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ଭୁବନର କଂସାପିତ୍ତଳ କାରିଗରି, ଐତିହାସିକ ବୁଦ୍ଧେଶ୍ୱର ଶୈବପୀଠ ବୁଲି ଦେଖିପାରିବେ। ଢେଙ୍କାନାଳ ଦେଇ ଆସୁଥିବା ପର୍ଯ୍ୟଟକ ପର୍ଯ୍ୟାୟକ୍ରମେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା, ପୁରାଣ ପ୍ରସିଦ୍ଧ କପିଳାସ ଶୈବପୀଠ, ତପୋବନ ଏବଂ ଦତ୍ତାତ୍ରେୟ ସାଇ ମନ୍ଦିର ଦର୍ଶନ କରିପାରିବେ। ତେବେ ଏତେ ବଡ଼ ଉଦ୍ୟାନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଲାଗି ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଉଦ୍ୟାନ ଚାରିପଟେ ସୁରକ୍ଷା ପାଚେରି ନାହିଁ। ସ୍ଥାନ ତୁଳନାରେ ଅଧିକ ଫୁଲ ଗଛ ଲଗାଯାଇ ସାଜସଜ୍ଜା ସହିତ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କରାଗଲେ ବାଜି ରାଉତ ଉଦ୍ୟାନର ସୁନାମ ଆହୁରି ବଢ଼ିବ ବୋଲି ସେମାନେ ମତ ଦେଇଛନ୍ତି।
ବଣଭୋଜି ପାଇଁ ପ୍ରକୃଷ୍ଟ ସ୍ଥାନ
ବାଜି ରାଉତ ଫାର୍ମହାଉସ୍‌ ପାରିବାରିକ ପିକ୍‌ନିକ ପାଇଁ ପ୍ରକୃଷ୍ଟ ସ୍ଥାନ। ଏହାର ମନଲୋଭା ପରିବେଶରେ ଆକୃଷ୍ଟ ହୋଇ ଜିଲା ତଥା ଜିଲା ବାହାର ପର୍ଯ୍ୟଟକମାନେ ଆସୁଛନ୍ତି। ପଞ୍ଚାୟତ ସମିତି ପକ୍ଷରୁ ଅନୁଦାନ ମଞ୍ଜୁର କରାଯାଇ ଏହାକୁ ନୂଆ ରୂପ ଦିଆଯିବ। ପର୍ଯ୍ୟଟକଙ୍କୁ ସୁହାଇବା ଭଳି ସମସ୍ତ ବ୍ୟବସ୍ଥା କରାଯିବ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଉଛି।
-ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଉପଜିଲାପାଳ
ଉଦ୍ୟମ ହେଲେ ବଢ଼ିବ ଗୁରୁତ୍ୱ
ବାଜି ରାଉତଙ୍କ ଜନ୍ମସ୍ଥାନ ନୀଳକଣ୍ଠପୁର ସମେତ ଆଖପାଖ ଅଞ୍ଚଳ ପର୍ଯ୍ୟଟନ ସମ୍ଭାରରେ ଭରପୂର। ହେଲେ ଶହୀଦ ମାଟିର ବିକାଶ ଲାଗି ସରକାରଙ୍କ ଆନ୍ତରିକତା ନ ଥିବା ପରି ମନେହୁଏ। ସରକାରୀସ୍ତରରେ ଉଦ୍ୟମ ହେଲେ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଭୁବନ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରନ୍ତା। ଏଥିସହିତ ବାଜି ରାଉତ ଉଦ୍ୟାନର ଗୁରୁତ୍ୱ ବଢ଼ନ୍ତା।
-କାଳିନ୍ଦୀ କୁଅଁର, ପୂର୍ବତନ ଜିଲା ପରିଷଦ ସଭ୍ୟ
ବିକାଶ ପାଇଁ ଦୃଷ୍ଟି ଦିଆଯାଉ
କିଛିବର୍ଷ ହେଲା ବାଜି ଉଦ୍ୟାନ ଫାର୍ମ ହାଉସ ନୂଆ ଟୁରିଷ୍ଟ ଡେଷ୍ଟିନେଶନ ପାଲଟିଛି। ପୂର୍ବରୁ ଏହି ସ୍ଥାନ ନଜର ଆଢୁଆଳରେ ରହିଯାଇଥିଲା। ବ୍ରାହ୍ମଣୀ ବ୍ରିଜ୍‌ ନିର୍ମାଣ ହେବା ପରେ ଏଠାକୁ ବିଭିନ୍ନ ସ୍ଥାନରୁ ବହୁ ଲୋକଙ୍କ ସମାଗମ ହେଉଛି। ଉଦ୍ୟାନ ବିଭାଗ ଏବଂ ଜିଲା ପ୍ରଶାସନ ନଜର ଦେଲେ ଏହା ଜିଲାର ଶ୍ରେଷ୍ଠ ପିକ୍‌ନିକ୍‌ ସ୍ପଟ୍‌ ଭିତରୁ ଗୋଟିଏ ହୋଇପାରିବ।
-ରୁବାନା ରଞ୍ଜିତା ଚୌଧୁରୀ, ଗ୍ରାମବାସୀ
ବ୍ରାହ୍ମଣୀ ନଦୀର ପରିବେଶ ମନୋରମ
ପରିବାର, ସାଙ୍ଗସାଥୀଙ୍କ ସହ ବଣଭୋଜି କରିବା ଲାଗି ବାଜି ରାଉତ ଉଦ୍ୟାନ ଏକ ଭଲ ସ୍ଥାନ। ବାଜି ରାଉତଙ୍କ ଜନ୍ମମାଟି ହୋଇଥିବାରୁ ଏହାର ଐତିହାସିକ ଗୁରୁତ୍ୱ ମଧ୍ୟ ରହିଛି। ଉଦ୍ୟାନ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀର ପରିବେଶ ବେଶ୍‌ ମନୋରମ। ସରକାର ଏହି ଉଦ୍ୟାନର ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।
-ବିଜୁଳିବତି ବେହେରା, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri