Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ଭୁବନେଶ୍ୱର ‘ଏ’ ଚାମ୍ପିୟନ

ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟରେ ଭୁବନେଶ୍ୱର ‘ଏ’ ଚାମ୍ପିୟନ ହୋଇଛି। ମଙ୍ଗଳବାର ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱର ‘ଏ’ ଦଳ ୬ ଉଇକେଟରେ କଟକ ‘ଏ’କୁ ପରାସ୍ତ କରିଛି। କଟକ ଦଳ ପକ୍ଷରୁ ଧାର୍ଯ୍ୟ ୧୫୨ ରନର ବିଜୟ ଲକ୍ଷ୍ୟକୁ ଭୁବନେଶ୍ୱର ୩୮.୩ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।
ଲିଗ୍‌ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିବା କଟକ ‘ଏ’ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ୪୭ ଓଭରରେ ୧୫୧ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ଶଶାଙ୍ଗ ରୁଙ୍ଗଟା ସର୍ବାଧିକ ୪୭ ରନ କରିଥିଲେ। ଭୁବନେଶ୍ୱର ଦଳର ବୋଲରଙ୍କ ମଧ୍ୟରେ ଆଶୁତୋଷ ନାୟକ, ସମ୍ବିତ ବରାଳ ଓ ଅଂଶୁମାନ ବେଜ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ। ଶୁଭମ୍‌ ଶ୍ରୀଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ବିଜୟ ହାସଲ ପାଇଁ ଭୁବନେଶ୍ୱର ‘ଏ’ କୁ ବିଶେଷ କଷ୍ଟ କରିବାକୁ ପଡ଼ି ନ ଥିଲା। ଦଳ ମାତ୍ର ୧୭ ରନରେ ପ୍ରଥମ ଉଇକେଟ ହରାଇଥିଲେ ହେଁ ୩୮.୩ ଓଭରରେ ୪ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରି ନେଇଥିଲା। ଏମ୍‌.ଜି. ଗୋପାଳ ସର୍ବାଧିକ ୪୪ ରନ କରିଥିଲେ। ଓପନର ତନୟ ବିଶ୍ୱାଳ ୨୭ ରନ କରି ଆଉଟ ହୋଇଥିବାବେଳେ ଶେଷରେ ସାଇ ଶୁଭମ୍‌ ୩୧ ଓ ସମ୍ବିତ ଦ୍ରୁତ ୨୮(୧୩ ବଲ, ୩ ଚୌକା, ୨ ଛକା) ରନ କରି ଅପରାଜିତ ରହିଥିଲେ। ପରାଜିତ ଦଳର ସାଇଦୀପ ମହାପାତ୍ର ଓ ଭକ୍ତିସାଗର ନାୟକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରୀତିରଞ୍ଜନ ବିଜୟ ସିଂ ଓ ସମ୍ବିତ ପଟ୍ଟନାୟକ ଫିଲ୍ଡ ଅମ୍ପାୟର ଏବଂ ଦୁର୍ଗାଦତ୍ତ ଦାସ ତୃତୀୟ ଅମ୍ପାୟର ଥିଲେ। ବିଶ୍ୱରଞ୍ଜନ ଦାସ ଓ ବିବେକାନନ୍ଦ ରାଉତ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସମ୍ବିତ ବରାଳଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଡ୍ରିମ୍ସ ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଏବଂ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସିଇଓ ସୁବ୍ରତ କୁମାର ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri