Categories: ଖେଳ

ଓସିଏ ଆନ୍ତଃଜିଲା ଟି୨୦ : ସ୍ବସ୍ତିକ, ରାଜେଶ, ରାକେଶଙ୍କ ଶତକ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ଗୁରୁବାର ରାଉରକେଲା, କଟକ-ଏ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ନୟାଗଡ଼, ଭୁବନେଶ୍ୱର-ବି, ଭୁବନେଶ୍ୱର-ଏ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, କେନ୍ଦ୍ରାପଡ଼ା, ଇକୋର୍ସା, କଟକ-ବି, ଖୋର୍ଦ୍ଧା, ଅନୁଗୋଳ, ଗଞ୍ଜାମ ବିଜୟ ହାସଲ କରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାଉରକେଲାର ସ୍ବସ୍ତିକ ସାମଲ((୧୪୭), କଟକ-ଏର ରାଜେଶ ଧୂପର(୧୦୯*), ଅନୁଗୋଳର ରାକେଶ ଗୋଚ୍ଛାୟତ(୧୦୫*) ଶତକ ହାସଲ କରି ନିଜ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।
ତୃତୀୟ ଦିବସରେ ଆୟୋଜିତ ୧୮ ମ୍ୟାଚ ମଧ୍ୟରେ ରାଉରକେଲା ୧୧୫ ରନରେ ମୟୂରଭଞ୍ଜକୁ, କଟକ-ଏ ୧୬୦ ରନରେ ସୋନପୁରକୁ, ବାଲେଶ୍ୱର ୪୩ ରନରେ ଭଦ୍ରକକୁ, କେନ୍ଦୁଝର ୮ ଉଇକେଟରେ ଜଗତସିଂହପୁରକୁ, ଯାଜପୁର ୬୩ ରନରେ ଗଜପତିକୁ, ନୟାଗଡ଼ ୬୧ ରନରେ ମାଲକାନଗିରିକୁ ପରାସ୍ତ କରିଛି। ସେହିପରି କେନ୍ଦ୍ରାପଡ଼ା ୨୧ ରନରେ ନବରଙ୍ଗପୁରକୁ, ଇକୋର୍ସା ୧୫୫ ରନରେ କୋରାପୁଟକୁ, କଟକ-ବି ୧୧୩ ରନରେ ପାରାଦୀପକୁ, ଖୋର୍ଦ୍ଧା ୧୦ ଉଇକେଟରେ ରାୟଗଡ଼ାକୁ, ଅନୁଗୋଳ ୯୯ ରନରେ ଦେବଗଡ଼କୁ, ଗଞ୍ଜାମ ୯୩ ରନରେ କଳାହାଣ୍ଡିକୁ ହରାଇ ଦେଇଛି। ଅନ୍ୟ ମ୍ୟାଚ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ବି ୫ ଉଇକେଟରେ ନୂଆପଡ଼ାକୁ, ଭୁବନେଶ୍ୱର-ଏ ୬ ଉଇକେଟରେ ସୁନ୍ଦରଗଡ଼କୁ, ଝାରସୁଗୁଡ଼ା ୮ ଉଇକେଟରେ ବଲାଙ୍ଗୀରକୁ, ସମ୍ବଲପୁର ୧୦ ଉଇକେଟରେ ପୁରୀକୁ, ବରଗଡ଼ ୧୦୫ ରନରେ କନ୍ଧମାଳକୁ ଏବଂ ବୌଦ୍ଧ ୬ ଉଇକେଟରେ କିଟ୍‌କୁ ପରାସ୍ତ କରିଛି। ୨ଟି ଲେଖାଏ ମ୍ୟାଚ ରେଭେନ୍ସା, ବାରବାଟୀ ଷ୍ଟାଡିୟମ, ଡ୍ରିମ୍ସ, ବିଡ଼ାନାସୀ, ବିକାଶ ଗ୍ରାଉଣ୍ଡ, ଟାଉନ୍‌ କ୍ଲବ ପଡ଼ିଆ, ସେଞ୍ଚୁରିଅନ, ନିମପୁର ଓ କିଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା।

Share