Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦ ଲିଗ୍‌

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ଶୁକ୍ରବାର ରାଉରକେଲା, କଟକ-ଏ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଜଗତ୍‌ସିଂହପୁର, ଭୁବନେଶ୍ୱର-ବି, ଭୁବନେଶ୍ୱର-ଏ, ପୁରୀ, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ଇକୋର୍ସା, କଟକ-ବି, ଖୋର୍ଦ୍ଧା, ଅନୁଗୋଳ, କୋରାପୁଟ ଓ ନବରଙ୍ଗପୁର ଦଳ ବିଜୟ ହାସଲ କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ଭୁବନେଶ୍ୱର ‘ଏ’, ‘ବି’, କଟକ ‘ଏ’, ବାଲେଶ୍ୱର ଓ ଇକୋର୍ସା ସୁପରଲିଗ୍‌ରେ ପ୍ରବେଶ କରିଛନ୍ତି।
ବାରବାଟୀ ଷ୍ଟାଡିୟମରେ କଟକ-ଏ ୧୫୨ ରନରେ ମାଲକାନଗିରିକୁ ପରାସ୍ତ କରିଛି। ବିଜୟୀ ଦଳର ଅରବିନ୍ଦ ସିଂ ସର୍ବାଧିକ ୮୭ ରନ ସ୍କୋର କରିଥିଲେ। ରାଉରକେଲା ୪୬ ରନରେ ଗଜପତିକୁ ହରାଇଛି। ଗଜପତିର ଗଣେଶ ଗୌଡ଼ା ୭୨ ରନ କରିଥିଲେ। ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୬ ଉଇକେଟରେ ନୟାଗଡ଼କୁ ହରାଇ ଦେଇଛି। କେନ୍ଦୁଝରର ଶୁଭ୍ରାଂଶୁ ସେନାପତି ସର୍ବାଧିକ ୫୬* ରନ କରିଥିଲେ। ଭଦ୍ରକ ୩୭ ରନରେ ଯାଜପୁରକୁ ପରାସ୍ତ କରିଛି। ବିଜୟୀ ଦଳର ଜ୍ୟୋତିରଞ୍ଜନ ୫୫ ଏବଂ ଯାଜପୁରର ଅମିନ ଖାଁ ୭୬ ରନ ସ୍କୋର କରିଥିଲେ। ନିମପୁର ଗ୍ରାଉଣ୍ଡରେ ଜଗତ୍‌ସିଂହପୁର ୭ ଉଇକେଟରେ ସୋନପୁରକୁ ହରାଇଛି। ବିଜୟୀ ଦଳ ପକ୍ଷରୁ ଶାମସୁଲ ଖାଁ ୬୧ ଓ ପବିତ୍ର ପ୍ରଧାନ ୫୦* ରନ କରିଥିଲେ। ବାଲେଶ୍ୱର ୭୨ ରନରେ ମୟୂରଭଞ୍ଜକୁ ପରାସ୍ତ କରିଛି। ବାଲେଶ୍ୱରର ସର୍ବେଶ୍ୱର ମହାନ୍ତି ଶତକ (୧୦୦ ରନ) ହାସଲ କରିଛନ୍ତି। କିଟ୍‌ରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର-ଏ ୧୦ ଉଇକେଟରେ ବୌଦ୍ଧକୁ ହରାଇଛି। ବିଜୟୀ ଦଳର ଦୀପକ ମାଝି ୬୧* ଓ ଦେବାଶିଷ ସାମନ୍ତରାୟ ୫୦* ରନ ସ୍କୋର କରିଥିଲେ। ପ୍ରତୀକ ଦାସଙ୍କ ଦ୍ରୁତ ୧୬୨* ରନ ସହାୟତାରେ ଭୁବନେଶ୍ୱର-ବି ୧୪୬ ରନରେ କନ୍ଧମାଳକୁ ପରାସ୍ତ କରିଛି। ବିକାଶ ଗ୍ରାଉଣ୍ଡରେ ପୁରୀ ୧୪ ରନରେ କିଟ୍‌କୁ ହରାଇ ଦେଇଛି। ପୁରୀର ସୁମନ ମହାପାତ୍ର ୯୩ ଓ ଦିବ୍ୟଜ୍ୟୋତି ରଥ ୫୭ ରନ କରିଥିଲେ। ବରଗଡ଼ ୩ ଉଇକେଟରେ ଝାରସୁଗୁଡ଼ାକୁ ପରାସ୍ତ କରିଛି।
ଭୁବନେଶ୍ୱର ଟାଉନ୍‌ କ୍ଲବ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୪୨ ରନରେ ସମ୍ବଲପୁରକୁ ହରାଇଛି। ବିଜୟୀ ଦଳର ଓ୍ବାଲ୍ଟର ଟପ୍ପୋ ୫୫ ରନ କରିଥିଲେ। ପ୍ରୟାସ ସିଂଙ୍କ ୧୩୪* ରନ ବଳରେ ନୂଆପଡ଼ା ୬୩ ରନରେ ବଲାଙ୍ଗୀରକୁ ପରାସ୍ତ କରିଛି। ବିଡ଼ାନାସୀ ଗ୍ରାଉଣ୍ଡରେ ଇକୋର୍ସା ୯ ଉଇକେଟରେ କଳାହାଣ୍ଡିକୁ ହରାଇ ଦେଇଛି। ବିଜୟୀ ଦଳର ସୁଜିତ ଲେଙ୍କା ୬୯ ରନରେ ଅପରାଜିତ ରହିଥିଲେ। କଟକ-ବି ୯ ଉଇକେଟରେ ଦେବଗଡ଼କୁ ହରାଇଛି। ବିଜୟୀ ଦଳର ଅଭିଷେକ ଗିରି ମାତ୍ର ୩ ରନ ଦେଇ ୫ ଉଇକେଟ ସଫଳତା ପାଇଥିଲେ। ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ଖୋର୍ଦ୍ଧା ୨୩ ରନରେ ଗଞ୍ଜାମକୁ ପରାସ୍ତ କରିଛି। ଖୋର୍ଦ୍ଧାର ଜ୍ୟୋତି ବେହେରା ୫୫ ରନ କରିଥିଲେ। ଅନୁଗୋଳ ୯ ଉଇକେଟରେ ପାରାଦୀକୁ ହରାଇ ଦେଇଛି। ସେଞ୍ଚୁରିଅନ ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କୋରାପୁଟ ୪୦ ରନରେ ରାୟଗଡ଼ାକୁ ହରାଇଛି। ବିଜୟୀ ଦଳର ଆଦିତ୍ୟ ରାଉତ ସର୍ବାଧିକ ୬୮ ରନ କରିଥିଲେ। ଅନ୍ୟଏକ ମ୍ୟାଚରେ ନବରଙ୍ଗପୁର ୫ ଉଇକେଟରେ ଢେଙ୍କାନାଳକୁ ପରାସ୍ତ କରିଛି। ବିଜୟୀ ଦଳର ଶେଖ୍‌ ରିଆଜ ୬୦ ରନରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?