Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟର ପ୍ରଥମ ପରାଜୟ

ଭାସ୍କୋ, ୧୯।୧୨-
ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି ରୋମାଞ୍ଚକ ମ୍ୟାଚରେ ୧-୦ ଗୋଲରେ ନର୍ଥଇଷ୍ଟକୁ ପରାସ୍ତ କରିଛି। ଆଇଏସ୍‌ଏଲ୍‌ରେ ଏହାଥିଲା ୫୦୦ତମ ମ୍ୟାଚଥିବାବେଳେ ଅନିକେତ ୫୩ତମ ମିନିଟରେ ମ୍ୟାଚ ବିଜୟୀ ଗୋଲଟି ସ୍କୋର କରିଥିଲେ। ଜାମସେଦପୁର ଗୋଲକିପର ଟି.ପି. ପ୍ରଜନେଶଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସେ ଏକ ପେନାଲ୍ଟି ଗୋଲ ସେଭ୍‌ କରି ନର୍ଥଇଷ୍ଟ ବିପକ୍ଷରେ ଜାମସେଦପୁରର ଅପରାଜେୟ ଧାରାକୁ ଅପରିବର୍ତ୍ତିତ ରଖିଛନ୍ତି। ଷ୍ଟାର୍ଟିଂ ଲାଇନ୍‌ଅପ୍‌ରେ ନର୍ଥଇଷ୍ଟ ୨ଟି ଓ ଜାମସେଦପୁର ୩ ବଦଳ କରି ମ୍ୟାଚ ଖେଳିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ୧୮ତମ ମିନିଟରେ ନର୍ଥଇଷ୍ଟ ପାଇଁ ଇଦ୍ରିସା ସିଲା ଓ ଆପିଆ ମିଳିତଭାବେ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ବଲ୍‌ ବାର୍‌ ଉପରିଭାଗରେ ବାଜି ଚାଲି ଯାଇଥିଲା। ଜାମସେଦପୁରର ଜ୍ୟାକିଚାନ୍ଦ ସିଂ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ପିଟର ହାର୍ଟଲେ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ। ୭ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୧ ପରାଜୟ ସହ ଜାମସେଦପୁର ୧୦ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ ୭ ମ୍ୟାଚରୁ ସମାନ ସଂଖ୍ୟକ ବିଜୟ, ଡ୍ର ଓ ପରାଜୟ ସହ ୧୦ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଜାମସେଦପୁର ଉପରକୁ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ରୋହିତ,ସେହ୍ବାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?