Posted inଖେଳ

ଇଣ୍ଡିଆନ ସୁପରଲିଗ୍‌: ନର୍ଥଇଷ୍ଟର ପ୍ରଥମ ପରାଜୟ

ଭାସ୍କୋ, ୧୯।୧୨-
ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନର୍ଥଇଷ୍ଟ ୟୁନାଇଟେଡ ଶୁକ୍ରବାର ପ୍ରଥମ ପରାଜୟ ବରଣ କରିଛି। ଅନିକେତ ଯାଦବଙ୍କ ଗୋଲ ବଳରେ ଜାମସେଦପୁର ଏଫ୍‌ସି ରୋମାଞ୍ଚକ ମ୍ୟାଚରେ ୧-୦ ଗୋଲରେ ନର୍ଥଇଷ୍ଟକୁ ପରାସ୍ତ କରିଛି। ଆଇଏସ୍‌ଏଲ୍‌ରେ ଏହାଥିଲା ୫୦୦ତମ ମ୍ୟାଚଥିବାବେଳେ ଅନିକେତ ୫୩ତମ ମିନିଟରେ ମ୍ୟାଚ ବିଜୟୀ ଗୋଲଟି ସ୍କୋର କରିଥିଲେ। ଜାମସେଦପୁର ଗୋଲକିପର ଟି.ପି. ପ୍ରଜନେଶଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସେ ଏକ ପେନାଲ୍ଟି ଗୋଲ ସେଭ୍‌ କରି ନର୍ଥଇଷ୍ଟ ବିପକ୍ଷରେ ଜାମସେଦପୁରର ଅପରାଜେୟ ଧାରାକୁ ଅପରିବର୍ତ୍ତିତ ରଖିଛନ୍ତି। ଷ୍ଟାର୍ଟିଂ ଲାଇନ୍‌ଅପ୍‌ରେ ନର୍ଥଇଷ୍ଟ ୨ଟି ଓ ଜାମସେଦପୁର ୩ ବଦଳ କରି ମ୍ୟାଚ ଖେଳିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ୧୮ତମ ମିନିଟରେ ନର୍ଥଇଷ୍ଟ ପାଇଁ ଇଦ୍ରିସା ସିଲା ଓ ଆପିଆ ମିଳିତଭାବେ ଗୋଲ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ବଲ୍‌ ବାର୍‌ ଉପରିଭାଗରେ ବାଜି ଚାଲି ଯାଇଥିଲା। ଜାମସେଦପୁରର ଜ୍ୟାକିଚାନ୍ଦ ସିଂ ପାସ୍‌ ଅଫ୍‌ ଦି ମ୍ୟାଚ ଏବଂ ପିଟର ହାର୍ଟଲେ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ହାସଲ କରିଥିଲେ। ୭ ମ୍ୟାଚରୁ ୨ ବିଜୟ, ୪ ଡ୍ର ଓ ୧ ପରାଜୟ ସହ ଜାମସେଦପୁର ୧୦ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ ୭ ମ୍ୟାଚରୁ ସମାନ ସଂଖ୍ୟକ ବିଜୟ, ଡ୍ର ଓ ପରାଜୟ ସହ ୧୦ ପଏଣ୍ଟ ପାଇଥିଲେ ହେଁ ଗୋଲ ବ୍ୟବଧାନରେ ଜାମସେଦପୁର ଉପରକୁ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି କଲେ ଆଶ୍ଚର୍ଯ୍ୟ, ବିସିସିଆଇର ଚିନ୍ତା ବଢିଲା!

ନୂଆଦିଲ୍ଲୀ,୧୪।୧୨:ନିକଟରେ ବିସିସିଆଇ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକରୁ ହଟାଇ ରୋହିତ ଶର୍ମାଙ୍କୁ ନୂତନ ଅଧିନାୟକ ଦାୟିତ୍ୱ ଦେଇଛି। ଏହାକୁ ନେଇ ଟିମ ଇଣ୍ଡିଆରେ କିଛି ବିବାଦ...

ଟି୨୦ ସିରିଜରୁ ବାଦ୍‌ ପଡ଼ିଲେ ଏହି ଧୂରନ୍ଧର, ତରବରିଆ ଭାବେ ଏଭଳି ନିଷ୍ପତ୍ତି ନେଲା ବୋର୍ଡ

ଧର୍ମଶାଳା,୨୬।୨: ଆଘାତ ସମସ୍ୟାକୁ ନେଇ ଶ୍ରୀଲଙ୍କା ବିପକ୍ଷ ଅବଶିଷ୍ଟ ଦୁଇଟି ଟି-୨୦ ମୁକାବିଲାରୁ ବାଦ ପଡ଼ିଛନ୍ତି ଭାରତୀୟ ଓପନର୍‌ ଋତୁରାଜ ଗାୟକଓ୍ବାଡ। ଫଳରେ ତରବରିଆ ଭାବେ...

ମଣିପୁରରେ ହେବ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ

ଇମ୍ଫାଲ,୬ା୨: ଭାରତର ଫୁଟବଲ ପାଓ୍ବାର ହାଉସ୍‌ ମଣିପୁର ଆୟୋଜନ କରିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ଭାରତ ସହିତ ମିଆଁମାର ଓ କିର୍ଗିଜସ୍ତାନ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ...

ଭାରତୀୟ କ୍ରିକେଟ ଦଳର ‘ସୁପର୍‌ ଫ୍ୟାନ୍‌’ଙ୍କ ପରଲୋକ, ଦିନେ ବିରାଟଙ୍କୁ କରିଥିଲେ ଆଶୀର୍ବାଦ

ନୂଆଦିଲ୍ଲୀ,୧୬।୧: ଇଂଲଣ୍ଡରେ ଆୟୋଜିତ ହୋଇଥିବା ୨୦୧୯ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳକୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ ୮୭ ବର୍ଷୀୟା ଚାରୁଲତା ପଟେଲ।...

ବେଙ୍ଗାଲୁରୁରେ ଟିମ୍‌ ଇଣ୍ଡିଆର ଧମାକା: ୨-୧ରେ ଜିତିଲା ସିରିଜ୍‌

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବ୍ଜା କରିଛି ଭାରତ।...

ଓଡ଼ିଶାର ସୌନ୍ଦର୍ଯ୍ୟ ତୃତୀୟ

ଭୁବନେଶ୍ୱର,୨୨ା୩(କ୍ରୀଡ଼ା ପ୍ରତିନିଧି): ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେଶନ ଫର୍‌ ଦି ବ୍ଲାଇଣ୍ଡ (ଏଆଇସିଏଫବି) ଆନୁକୂଲ୍ୟରେ ୧୬ତମ ଜାତୀୟ ଦୃଷ୍ଟିହୀନ ଚେସ୍‌ ପ୍ରତିୟୋଗିତା ଚଳିତମାସ ୧୩ରୁ ୧୮...

ଗୋଟିଏ ନିଷ୍ପତ୍ତି ବହୁ କ୍ରିକେଟରଙ୍କ କ୍ୟାରିୟର ଶେଷ କରିଦେଲା

ହରାରେ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିଛି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ବାଓ୍ବେର ପ୍ରାୟ କ୍ରିକେଟରଙ୍କ କ୍ୟାରିୟରକୁ ଶେଷ କରି ଦେଇଛି।...

ଚେନ୍ନାଇର ଚତୁର୍ଥ ବିଜୟ

ଚେନ୍ନାଇ,୨୧।୪: ଡିଭନ୍‌ କନ୍‌ୱେଙ୍କ ଅପରାଜିତ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୯ତମ ମ୍ୟାଚରେ ୭ ଉଇକେଟରେ ବିଜୟୀ...

Advertisement
Archives

Model This Week