Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: ସୁପରଲିଗ୍‌ ମ୍ୟାଚରେ କଟକ-ଏ, ଇକୋର୍ସା ବିଜୟୀ

ଭୁବନେଶ୍ୱର,୨୧।୧୨(ସ୍ପୋର୍ଟ୍ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ରବିବାର ସୁପରଲିଗ୍‌ର ଦୁଇଟି ମ୍ୟାଚ ଖେଳାଯାଇଛି। ଏଥିରେ କଟକ-ଏ ଓ ଇକୋର୍ସା ବିଜୟ ହାସଲ କରିଛନ୍ତି।
ରେଭନ୍ସା ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଲେଶ୍ୱର ଓ କଟକ-ଏ ପରସ୍ପରକୁ ଭେଟିଥିଲେ। ଏହି ଲୋ ସ୍କୋରିଂ ମ୍ୟାଚରେ କଟକ ୭ ଉଇକେଟରେ ବିଜୟ ହାସଲ କରିଛି। ଟସ୍‌ ଜିତି ବାଲେଶ୍ୱର ପ୍ରଥମେ ବ୍ୟାଟିଂ କରି ୧୮.୩ ଓଭରରେ ମାତ୍ର ୭୩ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଖଗେଶ ମିଶ୍ର ୧୨ ଓ ନାଉଥାମ୍‌ ଭଞ୍ଜ ୧୧ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ କଟକ ତରଫରୁ ସୁନୀଲ ରାଉଲ ୪, ଦୀପକ ବେହେରା ଓ ସୌରଭ କାନୋଜିଆ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ କଟକ ୧୪.୩ ଓଭରରେ ୩ ଉଇକେଟ ହରାଇ ୭୪ ରନକରି ବିଜୟୀ ହୋଇଥିଲା। ଦଳ ତରଫରୁ ଅରବିନ୍ଦ ସିଂ ଅପରାଜିତ ୨୩, ଜ୍ୟୋତି ରଞ୍ଜଦ ଦଳାଇ ୨୨ ରନ ସଂଗ୍ରହ କରିଥିଲେ। ବାଲେଶ୍ୱରର ଶେଖର ମାଝି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଓସିଏ ସଦସ୍ୟ ରବିନାରାୟଣ ପଣ୍ଡା ଅତିଥି ଭାବେ ଏହି ମ୍ୟାଚରେ ଯୋଗ ଦେଇଥିଲେ।
କିଟ୍‌ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଇକୋର୍ସା ୯ ଉଇକେଟରେ ଭୁବନେଶ୍ୱର-ଏ’କୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭୁବନେଶ୍ୱର ୧୮.୧ ଓଭରରେ ୯୨ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଶାନ୍ତନୁ ମିଶ୍ର ସର୍ବାଧିକ ୪୨, ଅନୁରାଗ ଷଡ଼ଙ୍ଗୀ ୧୦, ଦେବାଶିଷ ସାମନ୍ତରାୟ ୧୦ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଇକୋର୍ସା ତରଫରୁ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୪, ଜୟନ୍ତ ବେହେରା ଓ ଆଲୋକ ମଙ୍ଗରାଜ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଇକୋର୍ସା ୧୫.୪ ଓଭରରେ ଗୋଟିଏ ଉଇକେଟ ହରାଇ ୯୫ ରନ କରି ବିଜୟୀ ହୋଇଛି। ଦଳ ତରଫରୁ କାମେଶ୍ୱର ବାରିକ ଅପରାଜିତ ୪୩, ଗିରିଜା ରାଉତ ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭୁବନେଶ୍ୱର ତରଫରୁ ମନୋଜ ବାରିକ ଏକମାତ୍ର ଉଇକେଟ ହାସଲ କରିଥିଲେ। ଓସିଏ ତଥା ମଙ୍ଗଳା କ୍ଲବ ସଦସ୍ୟ ଶିବବ୍ରତ ମଲିକ୍‌ ଅତିଥି ଭାବେ ଏହି ମ୍ୟାଚରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri